ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ଆଦିତ୍ୟ

ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ବି ସ୍ପଷ୍ଟ କରିପାରୁନି ଭୁବନେଶ୍ୱର ଜିଆର୍‌ପି। ଦିନ ଯେତିକି ଗଡୁଛି ନୂଆ ନୂଆ ତଥ୍ୟ ଦ୍ୱନ୍ଦ୍ୱ ବଢ଼ାଉଛି। ଗୁରୁବାର ଏହି ମାମଲାରେ ଆଉଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ଡାଏରୀରେ ରହିଥିବା ହାତଲେଖା (ସୁଇସାଇଡ୍‌ ନୋଟ୍‌)ର ଫୋରେନ୍‌ସିକ୍‌ ରିପୋର୍ଟ ପୋଲିସକୁ ମିଳିଛି। ଉକ୍ତ ହାତଲେଖା ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ମେଳ ଖାଉଥିବା ରିପୋର୍ଟରୁ ଜଣାପଡିଛି ବୋଲି ରେଲ୍‌ଓ୍ବେ ଏଡିଜିପି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ତେବେ ଏହି ରିପୋର୍ଟ ଆସିବା ପରେ ମାମଲାଟି ଆତ୍ମହତ୍ୟା ଆଡକୁ ଗତିଶୀଳ ହେଉଥିଲେ ମଧ୍ୟ ମାନବପ୍ରେମୀ ଆଦିତ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନାନା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟକୁ ପ୍ରେରଣା ଓ ସାହସ ଦେଉଥିବା ଦୃଢ଼ମନା ଆଦିତ୍ୟ କିଭଳି ନିଜେ ଆତ୍ମହତ୍ୟା କଲେ ତାହାକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ସୁଇସାଇଡ୍‌ ନୋଟ୍‌ ଲେଖାଇବାକୁ ଆଦିତ୍ୟଙ୍କୁ କେହି ଜବରଦସ୍ତ କରିନାହାନ୍ତି ତ? ଏଭଳି ପ୍ରସଙ୍ଗକୁ ମଧ୍ୟ ପୋଲିସ ଗୁରୁତ୍ୱ ଦେବା ସହ ଆଦିତ୍ୟଙ୍କ ଶେଷ ଫେସ୍‌ବୁକ୍‌ ପୋଷ୍ଟକୁ ଅଧିକ ଫୋକସ୍‌ କରିଛି। ଉକ୍ତ ପୋଷ୍ଟରେ ଲେଖାଯାଇଛି ଯେ, ‘ମୃତ୍ୟୁ ଧୀରେ ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।’ ତେବେ ଏହି ପୋଷ୍ଟ ଆଦିତ୍ୟ କରିଥିଲେ ନା ଆଉ କେହି, ତାହା ଜାଣିବା ପାଇଁ ଜିଆର୍‌ପି ଥାନା ପୋଲିସ ଫେସ୍‌ବୁକ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। କେଉଁ ସମୟରେ କିଏ ପୋଷ୍ଟ କରିଛି, ସେନେଇ ଫେସ୍‌ବୁକ୍‌ ରିପୋର୍ଟ ଦେବା ପରେ ପୋଲିସ ସିସିଟିଭି ଫୁଟେଜରେ ଆଦିତ୍ୟ ଯାଉଥିବାର ସମୟକୁ ମିଳାଇ ନୂଆ ସୁରାକ ପାଇବାକୁ ଆଶା ରଖିଛି। ଏକ ସିସିଟିଭି ଫୁଟେଜରେ ରାତି ୭ଟା ୨୩ରେ ଆଦିତ୍ୟ ପୋଖରୀପୁଟ ପାର୍ଶ୍ୱ ଲିଙ୍ଗରାଜ ରେଳଷ୍ଟେଶନ କଡେକଡ଼େ ଏକୁଟିଆ ଚାଲିଚାଲି ଯାଉଥିବା ଦେଖାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଯାଇଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ସେପରି କିଛି ଦୁର୍ଘଟଣା ଘଟି ନ ଥିବା କହୁଛନ୍ତି। ତେଣୁ ଘଟଣା ଧୀରେ ଧୀରେ ଆହୁରି ରହସ୍ୟମୟ ହୋଇଯାଉଛି। ଇତିମଧ୍ୟରେ ଜିଆର୍‌ପିର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କମିଶନରେଟ ପୋଲିସ ତଦନ୍ତ କରୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏପରିସ୍ଥଳେ ଏବେ ଜିଆର୍‌ପି ଥାନା ପୋଲିସ ପାଇଁ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଲିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ପଚରାଉଚରା ପାଇଁ ୪୪ଜଣଙ୍କୁ ପୋଲିସ ନୋଟିସ କରିଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିସାରିଛି। ଆଦିତ୍ୟଙ୍କ ସହ ପ୍ରତିଦିନ ଭିଡିଓ କଲିଂ କରି କଥା ହେଉଥିବା ବୌଦ୍ଧର ସ୍କୁଲ ସାଙ୍ଗ ବିଶ୍ୱମୋହନ ଭୋଇଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରିନି। କରୋନା କଟକଣା ପାଇଁ ସେ ଆଉ କିଛିଦିନ ସମୟ ମାଗିଛନ୍ତି।
ଅନ୍ୟପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ତାଙ୍କ ପିପୁଲ ଫର୍‌ ସେବାର କର୍ମକର୍ତ୍ତା ବିକାଶ ଏବଂ ପପୁଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପୋଲିସ ଏମାନଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବାକୁ ଯୋଜନା କରିଛି। ଏଥିପାଇଁ ବିଦ୍ୟାଶ୍ରୀ ରାଜିଥିବାବେଳେ ଅନ୍ୟମାନଙ୍କର ଅନୁମତି ଲୋଡାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କୁ ମିଳିବ ରଥଯାତ୍ରା କର୍ଡନ ପାସ୍‌

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଳନ ହେବ। ଏହି ରଥଯାତ୍ରାରେ ଯୋଗଦେବାକୁ ଚାହୁଁଥିବା ବିଧାୟକମାନଙ୍କୁ କାର ଓ କର୍ଡନ ପାସ୍‌ ଦିଆଯିବ। ସେମାନେ...

ନଭେମ୍ବରରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନଭେମ୍ବରରେ ସ୍କୁଲ ଖୋଲିବ। ଏନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

ସୁନନ୍ଦାଙ୍କ ବାସଭବନ ହେବ ସ୍ମୃତି ସଦନ: ପୁରୀ ଘର ଦେଖିଲେ ସଂସ୍କୃତି ବିଭାଗ ଅଧିକାରୀ

ପୁରୀ ଅଫିସ,୧୯ା୨:ଓଡ଼ିଶାର ପ୍ରଥିତଯଶା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଭାରତୀୟ ସଙ୍ଗୀତ ଦୁନିଆର ମହାନ୍‌ ପ୍ରତିଭା ଡ. ସୁନନ୍ଦା ପଟ୍ଟନାୟକଙ୍କ ବଳିଆପଣ୍ଡା ଦାମୋଦର ରୋଡ଼ସ୍ଥିତ ବାସଭବନକୁ ସ୍ମୃତି...

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

ନାବାଳିକାଙ୍କୁ ବଳାତ୍କାର କରି ଖସି ପଳାଉଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ଧରିଲା ଆର୍‌ପିଏଫ୍‌

ଲକ୍ଷ୍ନୌ,୨୫ା୯: ଉତ୍ତରପ୍ରଦେଶର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ କୋଝିକୋଡ ରେଳ ଷ୍ଟେଶନରେ ଛାଡ଼ିବା ଉଦ୍ୟମ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି। ଜଣେ ୧୬ ବର୍ଷୀୟା...

୨୩ରେ ଇକୋ ରିଟ୍ରିଟ୍‌ରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କୋଣାର୍କ ନିକଟରେ ଚାଲିଥିବା ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ଉତ୍ସବସ୍ଥଳରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ସମ୍ମିଳନୀ ଅନୁଷ୍ଠିତ ହେବ। ଜାନୁୟାରୀ ୨୩ ଓ...

ତଦନ୍ତ ନ କଲେ ସପ୍ତାହେ ପରେ ପୁଣି ମନେପକାଇଦେବି: ଅପରାଜିତା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଡକା ନ ଯିବା ଘଟଣାକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଅପରାଜିତା ଏକଥାକୁ...

ଭୁବନେଶ୍ୱର ଆରଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆର୍‌ଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଡିଏ ଓ...

Advertisement
Archives

Model This Week