ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ଆଦିତ୍ୟ

ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ବି ସ୍ପଷ୍ଟ କରିପାରୁନି ଭୁବନେଶ୍ୱର ଜିଆର୍‌ପି। ଦିନ ଯେତିକି ଗଡୁଛି ନୂଆ ନୂଆ ତଥ୍ୟ ଦ୍ୱନ୍ଦ୍ୱ ବଢ଼ାଉଛି। ଗୁରୁବାର ଏହି ମାମଲାରେ ଆଉଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ଡାଏରୀରେ ରହିଥିବା ହାତଲେଖା (ସୁଇସାଇଡ୍‌ ନୋଟ୍‌)ର ଫୋରେନ୍‌ସିକ୍‌ ରିପୋର୍ଟ ପୋଲିସକୁ ମିଳିଛି। ଉକ୍ତ ହାତଲେଖା ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ମେଳ ଖାଉଥିବା ରିପୋର୍ଟରୁ ଜଣାପଡିଛି ବୋଲି ରେଲ୍‌ଓ୍ବେ ଏଡିଜିପି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ତେବେ ଏହି ରିପୋର୍ଟ ଆସିବା ପରେ ମାମଲାଟି ଆତ୍ମହତ୍ୟା ଆଡକୁ ଗତିଶୀଳ ହେଉଥିଲେ ମଧ୍ୟ ମାନବପ୍ରେମୀ ଆଦିତ୍ୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନାନା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟକୁ ପ୍ରେରଣା ଓ ସାହସ ଦେଉଥିବା ଦୃଢ଼ମନା ଆଦିତ୍ୟ କିଭଳି ନିଜେ ଆତ୍ମହତ୍ୟା କଲେ ତାହାକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ସୁଇସାଇଡ୍‌ ନୋଟ୍‌ ଲେଖାଇବାକୁ ଆଦିତ୍ୟଙ୍କୁ କେହି ଜବରଦସ୍ତ କରିନାହାନ୍ତି ତ? ଏଭଳି ପ୍ରସଙ୍ଗକୁ ମଧ୍ୟ ପୋଲିସ ଗୁରୁତ୍ୱ ଦେବା ସହ ଆଦିତ୍ୟଙ୍କ ଶେଷ ଫେସ୍‌ବୁକ୍‌ ପୋଷ୍ଟକୁ ଅଧିକ ଫୋକସ୍‌ କରିଛି। ଉକ୍ତ ପୋଷ୍ଟରେ ଲେଖାଯାଇଛି ଯେ, ‘ମୃତ୍ୟୁ ଧୀରେ ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।’ ତେବେ ଏହି ପୋଷ୍ଟ ଆଦିତ୍ୟ କରିଥିଲେ ନା ଆଉ କେହି, ତାହା ଜାଣିବା ପାଇଁ ଜିଆର୍‌ପି ଥାନା ପୋଲିସ ଫେସ୍‌ବୁକ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। କେଉଁ ସମୟରେ କିଏ ପୋଷ୍ଟ କରିଛି, ସେନେଇ ଫେସ୍‌ବୁକ୍‌ ରିପୋର୍ଟ ଦେବା ପରେ ପୋଲିସ ସିସିଟିଭି ଫୁଟେଜରେ ଆଦିତ୍ୟ ଯାଉଥିବାର ସମୟକୁ ମିଳାଇ ନୂଆ ସୁରାକ ପାଇବାକୁ ଆଶା ରଖିଛି। ଏକ ସିସିଟିଭି ଫୁଟେଜରେ ରାତି ୭ଟା ୨୩ରେ ଆଦିତ୍ୟ ପୋଖରୀପୁଟ ପାର୍ଶ୍ୱ ଲିଙ୍ଗରାଜ ରେଳଷ୍ଟେଶନ କଡେକଡ଼େ ଏକୁଟିଆ ଚାଲିଚାଲି ଯାଉଥିବା ଦେଖାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଯାଇଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ସେପରି କିଛି ଦୁର୍ଘଟଣା ଘଟି ନ ଥିବା କହୁଛନ୍ତି। ତେଣୁ ଘଟଣା ଧୀରେ ଧୀରେ ଆହୁରି ରହସ୍ୟମୟ ହୋଇଯାଉଛି। ଇତିମଧ୍ୟରେ ଜିଆର୍‌ପିର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କମିଶନରେଟ ପୋଲିସ ତଦନ୍ତ କରୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏପରିସ୍ଥଳେ ଏବେ ଜିଆର୍‌ପି ଥାନା ପୋଲିସ ପାଇଁ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଲିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ପଚରାଉଚରା ପାଇଁ ୪୪ଜଣଙ୍କୁ ପୋଲିସ ନୋଟିସ କରିଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିସାରିଛି। ଆଦିତ୍ୟଙ୍କ ସହ ପ୍ରତିଦିନ ଭିଡିଓ କଲିଂ କରି କଥା ହେଉଥିବା ବୌଦ୍ଧର ସ୍କୁଲ ସାଙ୍ଗ ବିଶ୍ୱମୋହନ ଭୋଇଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରିନି। କରୋନା କଟକଣା ପାଇଁ ସେ ଆଉ କିଛିଦିନ ସମୟ ମାଗିଛନ୍ତି।
ଅନ୍ୟପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ତାଙ୍କ ପିପୁଲ ଫର୍‌ ସେବାର କର୍ମକର୍ତ୍ତା ବିକାଶ ଏବଂ ପପୁଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ପୋଲିସ ଏମାନଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବାକୁ ଯୋଜନା କରିଛି। ଏଥିପାଇଁ ବିଦ୍ୟାଶ୍ରୀ ରାଜିଥିବାବେଳେ ଅନ୍ୟମାନଙ୍କର ଅନୁମତି ଲୋଡାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?