Posted inଫୁରସତ

ସାଇକେଲ୍‌ରେ ବୁଲି ବୁଲି ମାଗଣାରେ ପଢ଼ାନ୍ତି

ଉତ୍ତର ପ୍ରଦେଶ, ଫାରୁଖବାଦର ସଲେମ୍‌ପୁରରେ ରହୁଥିବା ଆଦିତ୍ୟ କୁମାର ବେଶ୍‌ ପରିଚିତ ସାଇକେଲ୍‌ଓ୍ବାଲେ ଗୁରୁଜୀଭାବେ। ତାଙ୍କ ସାଇକେଲକୁ ଦେଖିଦେଲେ ଲୋକେ ଜାଣିଯାନ୍ତି ଆଦିତ୍ୟ କୁମାରଙ୍କୁ। ପାଠପଢାକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବଡ ବଡ ଅକ୍ଷରରେ ଲିଖିତ ପୋଷ୍ଟର ଲାଗିଥାଏ ତାଙ୍କ ସାଇକେଲ୍‌ରେ। ତା’ସହ ସାଇକେଲ୍‌ରେ ଥାଏ ଅନେକ ବହି। ଦିନକୁ ୬୪ କି.ମି. ସାଇକେଲ୍‌ରେ ବୁଲି ବୁଲି ସେ ଗରିବ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢ଼ାନ୍ତି। ୪୫ ମାସ ଭିତରେ ୨୯ଟି ରାଜ୍ୟ ବୁଲି ସେ ପିଲାଙ୍କୁ ପଢ଼ାଇଛନ୍ତି। ତେଣୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ତାଙ୍କ ନାମ ସ୍ଥାନ ପାଇଛି। ଗରିବ ଶ୍ରମିକଘରର ପିଲା ହେଉଛନ୍ତି ଆଦିତ୍ୟ। ତେଣୁ ଗରିବ ପିଲା ପାଠ ପଢି ମଣିଷ ହେବା କେତେ କଷ୍ଟ ସେ ବୁଝିଛନ୍ତି। ସେଥିପାଇଁ ସେ ବୁଲି ବୁଲି ପିଲାଙ୍କୁ ଜ୍ଞାନ ବାଣ୍ଟୁଛନ୍ତି। ଏମିତି କି ପ୍ରାୟ ୨ଲକ୍ଷ ପିଲାଙ୍କୁ ସ୍କୁଲ ପଠାଇଛନ୍ତି। ୨୦୧୫ରୁ ସେ ଭାରତ ଯାତ୍ରା କ୍ୟାମ୍ପେନ ଆରମ୍ଭ କରି ଗାଁ ଗହଳି ଉପାନ୍ତ ଅଞ୍ଚଳ ବୁଲି ବୁଲି ଶିକ୍ଷା ଜନିତ ବାର୍ତ୍ତା ବାଣ୍ଟୁଛନ୍ତି। ନିଜ ଜୀବନକୁ ଶିକ୍ଷା ପାଇଁ ସମର୍ପି ଥିବା ଏହି ଶିକ୍ଷକଙ୍କର କିନ୍ତୁ ନିଜର କିଛି ଠିକଣା ନାହିଁ। କେବେ ପ୍ଲାଟଫର୍ମରେ ତ କେବେ କେହି ଦୟା କରି ନିଜ ଘରେ ସ୍ଥାନ ଦେଲେ ସେ ରହିଯାନ୍ତି। ଏହି ତ୍ୟାଗକୁ କିନ୍ତୁ ତାଙ୍କ ପରିବାର ଲୋକ କେବେ ସମର୍ଥନ ଦେଇ ନାହାନ୍ତି। ସେମାନଙ୍କ ମତରେ ନିଜ ପେଟ ପୋଡି ଯାଉଥିବା ବେଳେ ଅନ୍ୟକୁ ସାହାଯ୍ୟ କରିବାର କୌଣସି ମାନେ ନାହିଁ। ତଥାପି ସେ ଜାରି ରଖିଛନ୍ତି ନିଜର ମୋବାଇଲ୍‌ କ୍ଲାସ୍‌ ରୁମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri