Posted inଫୁରସତ

ସାଇକେଲ୍‌ରେ ବୁଲି ବୁଲି ମାଗଣାରେ ପଢ଼ାନ୍ତି

ଉତ୍ତର ପ୍ରଦେଶ, ଫାରୁଖବାଦର ସଲେମ୍‌ପୁରରେ ରହୁଥିବା ଆଦିତ୍ୟ କୁମାର ବେଶ୍‌ ପରିଚିତ ସାଇକେଲ୍‌ଓ୍ବାଲେ ଗୁରୁଜୀଭାବେ। ତାଙ୍କ ସାଇକେଲକୁ ଦେଖିଦେଲେ ଲୋକେ ଜାଣିଯାନ୍ତି ଆଦିତ୍ୟ କୁମାରଙ୍କୁ। ପାଠପଢାକୁ ନେଇ ବିଭିନ୍ନ ସଚେତନତା ବାର୍ତ୍ତା ବଡ ବଡ ଅକ୍ଷରରେ ଲିଖିତ ପୋଷ୍ଟର ଲାଗିଥାଏ ତାଙ୍କ ସାଇକେଲ୍‌ରେ। ତା’ସହ ସାଇକେଲ୍‌ରେ ଥାଏ ଅନେକ ବହି। ଦିନକୁ ୬୪ କି.ମି. ସାଇକେଲ୍‌ରେ ବୁଲି ବୁଲି ସେ ଗରିବ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢ଼ାନ୍ତି। ୪୫ ମାସ ଭିତରେ ୨୯ଟି ରାଜ୍ୟ ବୁଲି ସେ ପିଲାଙ୍କୁ ପଢ଼ାଇଛନ୍ତି। ତେଣୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ତାଙ୍କ ନାମ ସ୍ଥାନ ପାଇଛି। ଗରିବ ଶ୍ରମିକଘରର ପିଲା ହେଉଛନ୍ତି ଆଦିତ୍ୟ। ତେଣୁ ଗରିବ ପିଲା ପାଠ ପଢି ମଣିଷ ହେବା କେତେ କଷ୍ଟ ସେ ବୁଝିଛନ୍ତି। ସେଥିପାଇଁ ସେ ବୁଲି ବୁଲି ପିଲାଙ୍କୁ ଜ୍ଞାନ ବାଣ୍ଟୁଛନ୍ତି। ଏମିତି କି ପ୍ରାୟ ୨ଲକ୍ଷ ପିଲାଙ୍କୁ ସ୍କୁଲ ପଠାଇଛନ୍ତି। ୨୦୧୫ରୁ ସେ ଭାରତ ଯାତ୍ରା କ୍ୟାମ୍ପେନ ଆରମ୍ଭ କରି ଗାଁ ଗହଳି ଉପାନ୍ତ ଅଞ୍ଚଳ ବୁଲି ବୁଲି ଶିକ୍ଷା ଜନିତ ବାର୍ତ୍ତା ବାଣ୍ଟୁଛନ୍ତି। ନିଜ ଜୀବନକୁ ଶିକ୍ଷା ପାଇଁ ସମର୍ପି ଥିବା ଏହି ଶିକ୍ଷକଙ୍କର କିନ୍ତୁ ନିଜର କିଛି ଠିକଣା ନାହିଁ। କେବେ ପ୍ଲାଟଫର୍ମରେ ତ କେବେ କେହି ଦୟା କରି ନିଜ ଘରେ ସ୍ଥାନ ଦେଲେ ସେ ରହିଯାନ୍ତି। ଏହି ତ୍ୟାଗକୁ କିନ୍ତୁ ତାଙ୍କ ପରିବାର ଲୋକ କେବେ ସମର୍ଥନ ଦେଇ ନାହାନ୍ତି। ସେମାନଙ୍କ ମତରେ ନିଜ ପେଟ ପୋଡି ଯାଉଥିବା ବେଳେ ଅନ୍ୟକୁ ସାହାଯ୍ୟ କରିବାର କୌଣସି ମାନେ ନାହିଁ। ତଥାପି ସେ ଜାରି ରଖିଛନ୍ତି ନିଜର ମୋବାଇଲ୍‌ କ୍ଲାସ୍‌ ରୁମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡର ଓଜନ ୧ କିଲୋ

କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ...

ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ...

ଜାଣନ୍ତି ବିମାନରେ କାହିଁକି ପୁରୁଷଙ୍କ ତୁଳନାରେ ନିଯୁକ୍ତି ପାଇଥାନ୍ତି ଅଧିକ ମହିଳା କର୍ମଚାରୀ

ଆପଣ କେବେ ବିମାନରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ନିଶ୍ଚିତ କୌଣସି ଫିଲ୍ମ କିମ୍ବା ବ୍ଲଗରେ ବିମାନ ଯାତ୍ରାର ଦୃଶ୍ୟ ଦେଖିଥିବେ। ଏହି...

ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ...

ସୁନାର ମାସ୍କ ତିଆରି କଲେ ମନୋଜ ସେନଗାର

କାନପୁର,୧ ।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବେ ଏହି ମାସ୍କକୁ ନେଇ ଚର୍ଚ୍ଚାକୁ...

ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର

ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍‌କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।...

ନିୟମରେ ବଡ଼ ପରିବର୍ତ୍ତନ: ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀ ଯୁଗଳ

ସମୟ ଅନୁସାରେ ସବୁକିଛି ପରିବର୍ତ୍ତିତ ହୋଇଥାଏ। ଗୋଟିଏ ସମୟ ପରେ ସବୁ ଜିନିଷର ପରିବର୍ତ୍ତନ ଅପରିହାର୍ଯ୍ୟ। ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କଠୋରପନ୍ଥି ଦେଶ...

ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି।...

Advertisement
Archives

Model This Week