Posted inଜାତୀୟ

ଶେଷରେ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର

ନୂଆଦିଲ୍ଲୀ,୨୯।୭: ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ କହି ସମ୍ବୋଧିତ କରିଥିଲେ। ଏହି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାଜପା ସଡ଼କରୁ ନେଇ ସଂସଦ ପର୍ଯ୍ୟନ୍ତ ହଙ୍ଗାମା କରିଥିଲା। ବିବାଦ ତେଜୁଥିବା ବେଳେ ଶେଷରେ ନିଜର ମନ୍ତବ୍ୟକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଅଧୀର। ସେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି କ୍ଷମା ମାଗିଛନ୍ତି।

ଅଧୀର ଚିଠିରେ କହିଛନ୍ତି, ମୁଁ ଆପଣଙ୍କ ପଦକୁ କହିବାକୁ ଯାଇ ଅନୁପଯୁକ୍ତ ଶବ୍ଦ ବ୍ୟବହାର କରିଥିଲି। ମୁଁ ଏଥିପାଇଁ ଦୁଃଖିତ। ଆପଣଙ୍କୁ ନିଶ୍ଚିତ କରୁଛି ଯେ ଏହା ଭୁଲବଶତଃ ମୋ’ ପାଟିରୁ ଖସି ଯାଇଥିଲା। ଯେଉଁଥିପାଇଁ ମୁଁ କ୍ଷମା ମାଗୁଛି। ଆଶା କରୁଛି ଆପଣ ମୋତେ କ୍ଷମା କରିଦେବେ।

ପ୍ରକାଶ ଯେ, ଗୁରୁବାର ଅଧୀରଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତି ଜଣେ ଆଦିବାସୀ ମହିଳା ହୋଇଥିବାରୁ କଂଗ୍ରେସ ତାଙ୍କ ପାଇଁ ଏଭଳି ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ଆଣି ଅଧୀର ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା...

ଭାରତ-ଚାଇନା ସୀମା ବିବାଦ, ଯେକୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ: ସିଡିଏସ୍‌

କୋଲକାତା,୧୪ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦକୁ ନେଇ କୋଲକତାଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାୱତ କହିଛନ୍ତି କରୋନା ମହାମାରୀ...

ଭାରତରେ ପହଞ୍ଚିଲେ ଜର୍ମାନୀ ବୈଦେଶିକ ମନ୍ତ୍ରୀ, କହିଲେ ଭାରତ ଏକ ବିକଶିତ ହେଉଥିବା ଆର୍ଥିକ ଶକ୍ତି…

ନୂଆଦିଲ୍ଲୀ,୫।୧୨ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ...

ଖବରଦାତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ: ନିନ୍ଦା କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୪ା୨(ପି.ଟି./ଆଇଏଏନ୍‌ଏସ୍‌): ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟିଂ କରୁଥିବା ବରିଷ୍ଠ ସମ୍ପାଦକ ଓ ଖବରଦାତାଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ଏଫ୍‌ଆଇଆର୍‌ କରାଯାଇଛି।...

ମାସେ ପାଇଁ ସ୍ଥଗିତ ହେଲା ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୋପାଳ,୧୪।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ...

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ନୂଆଦିଲ୍ଲୀ, ୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଭାଙ୍ଗିଲା ଚାରମିନାରର କିଛି ଅଂଶ

ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି...

ପୁଅ ବୟସ୍କ ହେବା ପର୍ଯ୍ୟନ୍ତ ଭରଣ-ପୋଷଣ ଦାୟିତ୍ୱ ବାପାଙ୍କର…

ନୂଆଦିଲ୍ଲୀ,୨।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦରେ ପିଲାଙ୍କର କୌଣସି ସମସ୍ୟା ନହେବା ଉଚିତ। ପୁଅ ବୟସ୍କ ହେବା ପର୍ଯ୍ୟନ୍ତ ଭରଣ ପୋଷଣ ଦାୟିତ୍ୱ...

Advertisement
Archives

Model This Week