Posted inଜାତୀୟ

ବ୍ୟାକଫୁଟକୁ ଆସିଲେ ସରକାର, ଫେରାଇ ନେଲେ ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀ

ନୂଆଦିଲ୍ଲୀ,୨୯ ।୫ : ଚାରିପଟରୁ ଘେରିବା ପରେ ସରକାର ଆଧାର କାର୍ଡକୁ ନେଇ ଜାରି କରିଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଇଛନ୍ତି । ଏହାସହ ଏହାକୁ ଏକ ସାମାନ୍ୟ ଗତିବିଧି ବୋଲି କହିଛନ୍ତି ।
ଇଲୋକ୍ଟେଆନିକ୍ସ ଓ ସୂଚନା ପ୍ରାଦ୍ଦ୍ୟୋଗିକ ମନ୍ତ୍ରଣାଳୟ ଏକ ବୟାନରେ କହିଛି, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକାରଣ(ୟୁଆଇଡିଏଆଇ)ର ଲାଟେଷ୍ଟ ଆଡଭାଇଜରୀକୁ ତତ୍କାଳ ପ୍ରଭାବରୁ ଫେରାଇ ନିଆଯାଇଛି । ଏହାକୁ ଭୁଲ ଅର୍ଥରେ ବୁଝିବା ସମ୍ଭାବନା ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୟୁଆଇଡିଏଆଇ ଆଧାର ନମ୍ବର ଶେୟାର କରିବାର ସାମନ୍ୟା ପ୍ରକ୍ରିୟା ବିଷୟରେ ପରାମର୍ଶ ଦେବାକୁ ଏକ ପ୍ରେସ ରିଲିଜ ଜାରୀ କରିଥିଲେ । ଯାହା ଏକ ସାମାନ୍ୟ ଗତିବିଧି ଥିଲା ।
ଏହାସହ ସରକାର ସାଧାରଣ ଲୋକଙ୍କୁ ପୁଣିଥରେ ଭରସା ଦେଇଛନ୍ତି, ଆଧାର ପରିଚୟର ଇକୋସିଷ୍ଟମ ସୁରକ୍ଷିତ ଅଛି । କାର୍ଡଧାରକଙ୍କ ପରିଚୟ ଓ ପର୍ସନାଲ ସୁରକ୍ଷା ପାଇଁ ଏଥିରେ ପର୍ଯ୍ୟାପ୍ତ ସୁରକ୍ଷା ଫିଚର୍ସ ଦିଆଯାଇଛି ।

ସୂଚନାଯୋଗ୍ୟ, ୟୁଆଇଡିଏଆଇ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ନୂଆ ଆଧାର ଆଡଭାଇଜରୀ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା କି କୌଣସି ସଂସ୍ଥାକୁ ଆଧାର କାର୍ଡର ଫଟୋକପି ଦେବା ଉଚିତ ନୁହେଁ । କାରଣ ଏହାର ଦୂରୁପଯୋଗ ହୋଇପାରେ । ଏହା ସ୍ଥାନରେ ଆପଣ ମାସ୍କଡ ଆଧାରର ବ୍ୟବହାର କରିପାରିବେ । ମାସ୍କଡ ଆଧାରରେ ଆପଣଙ୍କ ଆଧାର କାର୍ଡରେ ଥିବା ୧୨ ଡିଜିଟ ନମ୍ବର ସମ୍ପୂର୍ଣ୍ଣ ଭାବେ ଦେଖାଯିବ ନାହିଁ । ମାସ୍କଡ ଆଧାର କାର୍ଡରେ କେବଳ ଶେଷ ୪ ଡିଜିଟ ନମ୍ବର ଦେଖାଯିବ । ଏହାକୁ ଆପଣମାନେ ଅନଲାଇନ ବି ପାଇପାରିବେ । ହେଲେ ଏହାକୁ ଏବେ ସରକାର ଫେରାଇ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri