Posted inଜାତୀୟ

ବ୍ୟାକଫୁଟକୁ ଆସିଲେ ସରକାର, ଫେରାଇ ନେଲେ ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀ

ନୂଆଦିଲ୍ଲୀ,୨୯ ।୫ : ଚାରିପଟରୁ ଘେରିବା ପରେ ସରକାର ଆଧାର କାର୍ଡକୁ ନେଇ ଜାରି କରିଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଇଛନ୍ତି । ଏହାସହ ଏହାକୁ ଏକ ସାମାନ୍ୟ ଗତିବିଧି ବୋଲି କହିଛନ୍ତି ।
ଇଲୋକ୍ଟେଆନିକ୍ସ ଓ ସୂଚନା ପ୍ରାଦ୍ଦ୍ୟୋଗିକ ମନ୍ତ୍ରଣାଳୟ ଏକ ବୟାନରେ କହିଛି, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକାରଣ(ୟୁଆଇଡିଏଆଇ)ର ଲାଟେଷ୍ଟ ଆଡଭାଇଜରୀକୁ ତତ୍କାଳ ପ୍ରଭାବରୁ ଫେରାଇ ନିଆଯାଇଛି । ଏହାକୁ ଭୁଲ ଅର୍ଥରେ ବୁଝିବା ସମ୍ଭାବନା ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୟୁଆଇଡିଏଆଇ ଆଧାର ନମ୍ବର ଶେୟାର କରିବାର ସାମନ୍ୟା ପ୍ରକ୍ରିୟା ବିଷୟରେ ପରାମର୍ଶ ଦେବାକୁ ଏକ ପ୍ରେସ ରିଲିଜ ଜାରୀ କରିଥିଲେ । ଯାହା ଏକ ସାମାନ୍ୟ ଗତିବିଧି ଥିଲା ।
ଏହାସହ ସରକାର ସାଧାରଣ ଲୋକଙ୍କୁ ପୁଣିଥରେ ଭରସା ଦେଇଛନ୍ତି, ଆଧାର ପରିଚୟର ଇକୋସିଷ୍ଟମ ସୁରକ୍ଷିତ ଅଛି । କାର୍ଡଧାରକଙ୍କ ପରିଚୟ ଓ ପର୍ସନାଲ ସୁରକ୍ଷା ପାଇଁ ଏଥିରେ ପର୍ଯ୍ୟାପ୍ତ ସୁରକ୍ଷା ଫିଚର୍ସ ଦିଆଯାଇଛି ।

ସୂଚନାଯୋଗ୍ୟ, ୟୁଆଇଡିଏଆଇ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ନୂଆ ଆଧାର ଆଡଭାଇଜରୀ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା କି କୌଣସି ସଂସ୍ଥାକୁ ଆଧାର କାର୍ଡର ଫଟୋକପି ଦେବା ଉଚିତ ନୁହେଁ । କାରଣ ଏହାର ଦୂରୁପଯୋଗ ହୋଇପାରେ । ଏହା ସ୍ଥାନରେ ଆପଣ ମାସ୍କଡ ଆଧାରର ବ୍ୟବହାର କରିପାରିବେ । ମାସ୍କଡ ଆଧାରରେ ଆପଣଙ୍କ ଆଧାର କାର୍ଡରେ ଥିବା ୧୨ ଡିଜିଟ ନମ୍ବର ସମ୍ପୂର୍ଣ୍ଣ ଭାବେ ଦେଖାଯିବ ନାହିଁ । ମାସ୍କଡ ଆଧାର କାର୍ଡରେ କେବଳ ଶେଷ ୪ ଡିଜିଟ ନମ୍ବର ଦେଖାଯିବ । ଏହାକୁ ଆପଣମାନେ ଅନଲାଇନ ବି ପାଇପାରିବେ । ହେଲେ ଏହାକୁ ଏବେ ସରକାର ଫେରାଇ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?