ଦୃଷ୍ଟିହୀନଙ୍କ ପତ୍ତା ମିଳୁନି, ପରିବାର ସଦସ୍ୟଙ୍କୁ ତାଲା

ଭୁବନେଶ୍ବର, ୧।୨ (ବନ୍ଦନା ସେଠୀ)ସେବା ବଦଳରେ ଦାଦାଗିରି କଲାଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସୁରକ୍ଷା ନାଁରେ ବାଉନ୍‌ସର ଓ ଗୁଣ୍ଡାଙ୍କୁ ମଧ୍ୟ ପୋଷା ଗଲାଣି। ମଙ୍ଗଳବାର ରାତିରେ ବିଏମ୍‌ସି ମୁଖ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିବା ଦୃଷ୍ଟିହୀନ ବ୍ୟବସାୟୀଙ୍କୁ ବଳ ଲଗାଇ ଟାଣି ଘୋଷାରି ଉଠାଇ ନିଆଯାଇଥିଲା। ସେମାନଙ୍କୁ ମାଡ଼ ମରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଉଠିଥିଲା। ହେଲେ ୧୧ଜଣ ଦୃଷ୍ଟିହୀନ ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣଙ୍କର ପତ୍ତା ମିଳୁ ନ ଥିବା ବୁଧବାର ଅଭିଯୋଗ ହୋଇଛି। ଏପରିକି ଅଭିଯୋଗ ନେଇ ଯାଇଥିବା ନିଖୋଜ ଦୃଷ୍ଟିହୀନଙ୍କ ପରିବାର ଲୋକଙ୍କୁ ବିଏମ୍‌ସି କାର୍ଯ୍ୟାଳୟରେ ତାଲା ପକାଯିବା ଭଳି ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ତେବେ ଘଟଣାକୁ ଚପାଇ ଦେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ସୁରକ୍ଷାକର୍ମୀ ଓ ବାଉନ୍‌ସରଙ୍କୁ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି। ଏମାନେ ଦୃଷ୍ଟିହୀନ ପରିବାରକୁ ବିଏମ୍‌ସିର ଏକ ଘରେ ବନ୍ଦ କରି ରଖିବା ସହ ଫାଟକ ବନ୍ଦ କରିଦେଇଥିଲେ। ବିଭିନ୍ନ କାମ ଓ ସମସ୍ୟା ନେଇ ବିଏମ୍‌ସିକୁ ଆସୁଥିବା ଲୋକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛାଡ଼ି ନ ଥିଲେ। ପ୍ରତିବାଦ କଲେ ସେମାନେ ନାଲିଆଖି ଦେଖାଇବା ସହ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ଲୋକେ ପାଟିତୁଣ୍ଡ କରିବା ସହ ଅସନ୍ତୋଷରେ ଫେରୁଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏପରିସ୍ଥିତି ଲାଗି ରହିଥିବାବେଳେ ବିଏମ୍‌ସିର କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୃଷ୍ଟିହୀନଙ୍କ ପାଇଁ କାମ କରୁଥିବା ଅନ୍ତର୍ଜାତୀୟ ମାନବାଧିକାର ପ୍ରୋଟେକ୍ସନ କାଉନ୍‌ସିଲର ଆରତି ମହଲା କହିଛନ୍ତି, ଦୃଷ୍ଟିହୀନଙ୍କୁ ବିଏମସି ଉଠାଇନେଇ କେଉଁଠି ରଖିଛନ୍ତି ତାର ପତ୍ତା ମିଳୁନାହିଁ। ବିଏମ୍‌ସି ଅଧିକାରୀଙ୍କୁ ଭେଟି ନିଜ ପରିବାରକୁ ଫେରାଇ ଦେବାକୁ ଅନୁରୋଧ କରିବାକୁ ୭ ଜଣ ଦୃଷ୍ଟିହୀନ ବିଏମ୍‌ସି କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ନିଜ ଲୋକଙ୍କୁ ଫେରାଇବା ବଦଳରେ ଦିନତମାମ ସେମାନଙ୍କୁ ଭୋକ ଉପାସରେ ବିଏମ୍‌ସି ଅଫିସ ଭିତରେ ବନ୍ଦୀ ଭଳି ରଖିଥିଲେ। ପାଣି ଟିକେ ମଧ୍ୟ ଦେଇ ନ ଥିଲେ। ଅପରାହ୍ନ ୪ଟା ୩୦ରେ ବିଏମ୍‌ସି କମିଶନର ସେମାନଙ୍କୁ ଭେଟିଥିଲେ ବି କିଛି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏ ନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ସନ୍ଧ୍ୟା ୬ଟା ୩୦ରେ ସମସ୍ତ ଦୃଷ୍ଟିହୀନଙ୍କୁ ଛଡା ଯାଇଛି। ସେମାନଙ୍କୁ ସହରର ଭିନ୍ନ ଭିନ୍ନ ଏସ୍‌ୟୁଏଚ୍‌ରେ ପୃଥକ କରି ରଖାଯାଇଥିଲା। ସମସ୍ତେ ସୁରକ୍ଷିତ ଥିବା ମଧ୍ୟ ସେ କହିଛନ୍ତି। କିନ୍ତୁ ବିଏମ୍‌ସି ଉଠାଇ ନେଇଥିବା ୧୧ଜଣଙ୍କ ମଧ୍ୟରୁ ଭୀମପୁର ଏସ୍‌ୟୁଏଚ୍‌ରେ ଥିବା ବଂଶୀଧର ପ୍ରଧାନ ଘରକୁ ଫେରିଥିବା ଆରତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଂଶୀଧରଙ୍କ ସ୍ତ୍ରୀ ବିଏମ୍‌ସି କାର୍ଯ୍ୟାଳୟରେ ଦିନତମାମ ବସି ରହିବା ସହ ହୋ-ହଲ୍ଲା କରିବା କାରଣରୁ ତାଙ୍କୁ ଛାଡ଼ିଥିଲେ। ହେଲେ ଅନ୍ୟ ୧୦ଜଣଙ୍କୁ ବିଏମ୍‌ସି ଛାଡ଼ି ନାହିଁ। ଭୀମପୁର ଏସ୍‌ୟୁଏଚ୍‌ରେ ୩ଜଣ ଓ ୟୁନିଟ୍‌-୩ ଏସ୍‌ୟୁଏଚ୍‌ରେ ଆଉ ୩ଜଣ ଦୃଷ୍ଟିହୀନଙ୍କୁ ରଖାଯାଇଥିବା ଜଣାପଡ଼ିଛି। ହେଲେ ଆଉ ୪ଜଣ କୁଆଡେ ଗଲେ ସେମାନଙ୍କର ପତ୍ତା ମିଳୁନାହିଁ। ବିଏମ୍‌ସିର ତଥାକଥିତ ଗୁଣ୍ଡାମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିବା ଦୃଷ୍ଟିହୀନ ବ୍ୟବସାୟୀଙ୍କୁ ବାଡ଼େଇବା ସହ ଜବରଦସ୍ତ ଉଠାଇ ନେବା ସମ୍ପୂର୍ଣ୍ଣରୂପେ ମାନବାଧିକାର ଆଇନ ଉଲ୍ଲଂଘନ। ତେଣୁ ଏନେଇ ସେ ଗୁରୁବାର ଥାନାରେ ଏତଲା ଦେବେ ବୋଲି ଆରତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭେଣ୍ଡିଂଜୋନ୍‌ ଦାବିରେ ୨୫ ତାରିଖରୁ ବିଏମ୍‌ସି କାର୍ଯ୍ୟାଳୟ ସାମ୍ନାରେ ୧୧ଜଣ ଦୃଷ୍ଟିହୀନ ଧାରଣାରେ ବସିଥିଲେ। ୨୬ ତାରିଖରେ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା। ପରେ ସେମାନଙ୍କୁ କିପରି ଭେଣ୍ଡିଂ ଜୋନ୍‌ ଦେଇ ସେଠାରୁ ହଟାଯିବ ସେନେଇ ଅଧିକାରୀ ଓ କାଉନସିଲରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା। ୨୭ ଓ ୨୮ ତାରିଖ ଦିନ ଧାରଣା ଜାରି ରହିବା ସହ ଆଲୋଚନା ବିଫଳ ହୋଇଥିଲା। ୨୯ ତାରିଖ ଦିନ ମେୟର ସୁଲୋଚନା ଦାସଙ୍କ ସହ ମଧ୍ୟ କାଉନସିଲରଙ୍କ ଆଲୋଚନା ହୋଇଥିଲା। ମାତ୍ର କ୍ରମାଗତ ହୋଇଥିବା ଆଲୋଚନା ବିଫଳ ହେବା ପରେ ବିଏମ୍‌ସି ୩୦ ତାରିଖ ଦିନ ବେଆଇନ ଭାବେ ଦୃଷ୍ଟିହୀନଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ଏପରିକି ସେମାନଙ୍କ ଫୋନ ଛଡ଼ାଇ ନେବା ସହ ଆଉଥରେ ଆନ୍ଦୋଳନ ନ ବରିବାକୁ ଏସ୍‌ୟୁଏଚ୍‌ରେ ଧମକ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।

‘ସାର୍‌ କହିଛନ୍ତି ଭିତରକୁ ଛଡ଼ା ଯିବନି’

ସାଧାରଣ ଲୋକ, ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ବିଏମ୍‌ସି କର୍ମଚାରୀଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଇ ନ ଥିଲା। ପଚାରିଲେ ଉତ୍ତର ମିଳୁଥିଲା ‘ସାର କହିଛନ୍ତି ଭିତରକୁ ଛଡ଼ାଯିବନି। ବିଏମସିର କର୍ମଚାରୀ ବାହାରକୁ ଆସି ଭିତରକୁ ଗଲାବେଳକୁ ସେମାନଙ୍କୁ ଆଇକାର୍ଡ ମଗା ଯାଉଥିଲା। ଆଇକାର୍ଡ ନ ଥିଲେ ବାହାରେ ଅପେକ୍ଷା କରିବାକୁ ପଡୁଥିଲା। ଏପରିକି ଡେଲଏଟ୍‌ ଅଫିସକୁ ମଧ୍ୟ ଛଡାଯାଇ ନ ଥିଲା। ସ୍ବଚ୍ଛସାଥୀ ପାଇଁ ବିଏମ୍‌ସିର ସାକ୍ଷାତକାର ଥିଲା। ଏଥିପାଇଁ ଅପରାହ୍ନ ୨ଟା ୩୦ବେଳକୁ ଏକାଧିକ ମହିଳା ସେଠାରେ ପହଞ୍ଚତ୍ଥିଲେ। ମାତ୍ର ଫାଟକ ବନ୍ଦ ଥିବାରୁ ସେମାନଙ୍କୁ ଖରାରେ ସେମିତି ଅପେକ୍ଷା କରିବାକୁ ପଡିଥିଲା। ଆନିମଲ ୱେଲଫେୟାରରୁ ୨ଜଣ କର୍ମଚାରୀ ଡେପୁଟି କମିଶନରଙ୍କୁ ଦେଖା କରିବାକୁ ଆସି ହଟହଟା ହୋଇଥିଲେ।

ଅନ୍ଧ କହି ମାଡ଼ମାରି ଚୁଡ଼ି ଭାଙ୍ଗିଦେଲେ

ଘଟଣା ସମ୍ପର୍କରେ ଦୃଷ୍ଟିହୀନ ବ୍ୟବସାୟୀ ବଂଶୀଧରଙ୍କ ସ୍ତ୍ରୀ ରଶ୍ମି ପ୍ରଧାନ କହିଛନ୍ତି, କାଲିଠାରୁ ମୋ ସ୍ବାମୀଙ୍କୁ ନେଇ ଯାଇଥିଲେ। ତାଙ୍କ ପାଖରୁ ଫୋନ୍‌ ଛଡେଇ ନେଲେ। ସ୍ବାମୀଙ୍କ ଭଳି ମୋତେ ମଧ୍ୟ ଦେଖାଯାଏ ନାହିଁ। ମଙ୍ଗଳବାର ରାତିରୁ ଆମେ ମାଆ ଝିଅ ପାଟିରେ ଦାନା ଟିକେ ଦେଇନୁ। ସେ କୁଆଡ଼େ ଗଲେ ଜାଣିବା ପାଇଁ ବ୍ୟସ୍ତ ହୋଇ ଝିଅ ସହ ବିଏମ୍‌ସି ଆସିଥିଲି। ମୋ ସହ ଅନ୍ୟ ୬ଜଣ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ଜାଣିବାକୁ ଆସିଥିଲେ। ହେଲେ ଏଠି ଆମ ଗୁହାରି ଶୁଣିବେ କ’ଣ ଆମକୁ ଗୋଟେ ରୁମ୍‌ରେ ପୂରାଇ ତାଲା ପକାଇ ଦେଲେ। ଜଣେ ମହିଳା ସୁରକ୍ଷାକର୍ମୀ ମତେ ମାଡ଼ ମାରିଲେ। ଏଥିସହ ମୋ ହାତ ମୋଡ଼ି ଚୁଡ଼ି ଭାଙ୍ଗିଦେଲେ। ‘ଅନ୍ଧ ହୋଇ ଅନ୍ଧ ଭଳିଆ ରହ’ କହି ଗାଳିଦେଲେ। ମୋ ଝିଅ ପାଣି ଟିକେ ମାଗିଲା ହେଲେ ଦେଲେନାହିଁ। ମେୟର, କମିଶନରଙ୍କୁ ଗୁହାରି କରିବାକୁ ଆସିଥିଲୁ ହେଲେ ଆମକୁ ଗୁଣ୍ଡା ଲଗେଇ ମାଡ଼ ମାରିଲେ ବୋଲି ରଶ୍ମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?