ଶଟ୍‌ଡାଉନ୍‌ରେ ଯୋଡ଼ିହେଲା ଶୁକ୍ରବାର

ତାଳଚେର,୨୩ା୪(ନି.ପ୍ର.) ଅନୁଗୋଳ ଜିଲାରେ ଦୈନିକ କରୋନା ସଂକ୍ରମଣ ଏବେ ଦ୍ୱିଶତକ ମୁହାଁ । ଲଗାତର ୩ ଦିନ ଧରି ଜିଲାରୁ ଶତାଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ବିଶେଷକରି ତାଳଚେର ଓ ଅନୁଗୋଳ ପୌରାଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଏହାକୁ ନେଇ ଅନୁଗୋଳ ଓ ତାଳଚେର ପୌର ପ୍ରଶାସନର ଚିନ୍ତା ବଢ଼ିଯାଇଛି। କରୋନା ଚେନ୍‌ ଭାଙ୍ଗିବାକୁ ଉଭୟ ପୌରପାଳିକା ପକ୍ଷରୁ ଗୁରୁବାର ନୂଆ କଟକଣା ଲଗାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆସନ୍ତା ଶନିବାର ଓ ରବିବାର ଲାଗୁ ହେବାକୁ ଥିବାବେଳେ ଅନୁଗୋଳ ଓ ତାଳଚେର ପୌରପାଳିକା ପକ୍ଷରୁ ଗୁରୁବାର ରାତି ୯ଟାରୁ ପୌରାଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ ଶନିବାର ଓ ରବିବାର ପରି ଶୁକ୍ରବାର ମଧ୍ୟ ଅନୁଗୋଳ ଏବଂ ତାଳଚେର ସହର ବନ୍ଦ ରହିବ। କେବଳ ସରକାରୀ ଅଫିସ, ବ୍ୟାଙ୍କ, ମେଡିସିନ ଷ୍ଟୋର ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗତ ୧୮ ତାରିଖରେ ଜିଲାରେ ୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିରେ ତାଳଚେର ପୌରାଞ୍ଚଳର ୧୦ ଓ ବ୍ଲକର ୬ଜଣ ରହିଥିଲେ। ୧୯ ତାରିଖରେ ଜିଲାରୁ ୬୯ ପଜିଟିଭ୍‌ ବାହାରିଥିଲେ। କେବଳ ତାଳଚେର ପୌରାଞ୍ଚଳରୁ ୧୫ ଓ ବ୍ଲକରୁ ୧୫ ଜଣ ଚିହ୍ନଟ ହୋଇଥିଲେ। ୨୦ ତାରିଖରେ ଜିଲାରେ ପଜିଟିଭ୍‌ ସଂଖ୍ୟା ୧୦୬ ଥିବାବେଳେ ତାଳଚେର ପୌରାଞ୍ଚଳର ୧୦ ଓ ବ୍ଲକର ୨୦ ଜଣ ରହିଥିଲେ। ୨୧ ତାରିଖରେ ଜିଲାର ୧୩୮ ପଜିଟିଭ୍‌ଙ୍କ ମଧ୍ୟରୁ ତାଳଚେର ପୌରାଞ୍ଚଳରୁ ୨୪ ଓ ବ୍ଲକରୁ ୨୨ ଜଣ ସଂକ୍ରମିତ ଥିଲେ। ୨୨ ତାରିଖରେ ଜିଲାର ୧୫୦ କରୋନା ସଂକ୍ରମିତଙ୍କ ମଧ୍ୟରେ ତାଳଚେର ବ୍ଲକରୁ ୨୦ ଓ ପୌରାଞ୍ଚଳରୁ ୧୨ ଜଣ ରହିଛନ୍ତି। ସେହିପରି ଅନୁଗୋଳ ପୌରାଞ୍ଚଳରୁ ମଧ୍ୟ ଅଧିକ ସଂକ୍ରମିତ ବାହାରୁଛନ୍ତି। ତେଣୁ ଅନୁଗୋଳ ଓ ତାଳଚେର ପୌର ପ୍ରଶାସନ କଠୋର କଟକଣା ଲଗାଇବାକୁ ବାଧ୍ୟ ହୋଇଛି। ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯେପରି ନ ଯାଏ, ସେଥିପାଇଁ ଗୁରୁବାର ରାତି ୯ଟାରୁ ୨୬ ତାରିଖ ସୋମବାର ଭୋର୍‌ ୫ଟା ଯାଏ ଦୁଇ ପୌରାଞ୍ଚଳର ସମସ୍ତ ଦୋକାନ ବଜାର, ହୋଟେଲ ବନ୍ଦ ରଖିବାକୁ ଚିଠି କରାଯାଇଛି। ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ ଚିଠି ନଂ. ୧୭୦୩/ ୨୨ା୪ା୨୦୨୧, ତାଳଚେର ପୌର ପ୍ରଶାସନ ପକ୍ଷରୁ ଚିଠି ନଂ. ୧୫୭୬/ ୨୨ା୪ା୨୦୨୧ରେ ଏହି ଘୋଷଣା କରାଯାଇଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଖୋଲା ରହିବ। ସେହିପରି ଚିଠି ନଂ. ୧୫୮୧/ ୨୨ା୪ା୨୦୨୧ରେ ତାଳଚେର ପୌରାଞ୍ଚଳ ୧୩ନଂ. ଓ୍ବାର୍ଡ ନବ ମିଶ୍ର କଲୋନିକୁ ଗୁରୁବାର ଅପରାହ୍ନ ୩ଟାଠାରୁ ୨୬ ତାରିଖ ସୋମବାର ଭୋର୍‌ ୫ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

 

ଅଧିକ ସଂକ୍ରମିତ ସ୍ଥାନ ବନ୍ଦ କରାଯାଇଛି
ଜିଲାକୁ ଶଟ୍‌ଡାଉନ୍‌ କରାଯାଇ ନାହିଁ। ଅଧିକ ସଂକ୍ରମଣ ସଂଖ୍ୟା ଦେଖି ଅନୁଗୋଳ ଓ ତାଳଚେର ପୌରାପଳିକା, କିଶୋରନଗର, ବଅଁରପାଳ ଓ ଗୋଡ଼ିବନ୍ଧ ଅଞ୍ଚଳର କିଛି କ୍ଲଷ୍ଟର ବନ୍ଦ କରାଯାଇଛି। ଏହି ୮୦ ଘଣ୍ଟା ସମୟ ମଧ୍ୟରେ ସାନିଟାଇଜ୍‌, ଟେଷ୍ଟ ସଂଖ୍ୟା ବଢ଼ାଯିବ। ଡୋର୍‌ ଟୁ ଡୋର୍‌ ସ୍କ୍ରିନ୍‌ଙ୍ଗ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ସରକାରୀ ଅଫିସ, ବ୍ୟାଙ୍କ ଖୋଲା
ଶଟ୍‌ଡାଉନ ଘୋଷଣା ନୁହେଁ, କେବଳ ଗୁରୁବାର ରାତି ୯ଟାରୁ ଦୋକାନ ବଜାର ବନ୍ଦ କରାଯାଇଛି। ଶୁକ୍ରବାର ସରକାରୀ ଅଫିସ, ବ୍ୟାଙ୍କ ଖୋଲା ରହିବ। ଗୁରୁବାର ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତଙ୍କ ଅବସ୍ଥା ଗୁରୁତର। ଲୋକମାନେ କଟକଣା ମାନୁ ନାହାନ୍ତି। କର୍ଫ୍ୟୁ ଜାରି ପରେ ମଧ୍ୟ ବୁଲୁଛନ୍ତି।
-ରଜନୀକାନ୍ତ ସ୍ବାଇଁ, ଉପଜିଲାପାଳ, ତାଳଚେର

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଉଦ୍ୟମ
ପୌରାଞ୍ଚଳରେ ସଂକ୍ରମଣ ବଢିଚାଲିଛି। ନବ ମିଶ୍ର କଲୋନିରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ଏହି ଅଞ୍ଚଳରୁ ୨/୩ ଜଣ ସଂକ୍ରମିତ ବାହାରୁଛନ୍ତି। ତେଣୁ କଲୋନିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଶଟ୍‌ଡାଉନ ଥିବାବେଳେ ଏଥିରେ କେବଳ ଶୁକ୍ରବାରକୁ ଯୋଡାଯାଇଛି।
-ରଶ୍ମିରେଖା ଅମାନ୍ତ, ନିର୍ବାହୀ ଅଧିକାରୀ, ପୌର ପରିଷଦ

ନିଷ୍ପତ୍ତିକୁ ସ୍ବାଗତ କରୁଛୁ
ପ୍ରଶାସନ ଭଲ ନିଷ୍ପତ୍ତି ନେଇଛି। ଏହାକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଦିନ ମଜୁରିଆ, ଖଟିଖିଆ ଓ ଯାଯାବରଙ୍କ କଥା ପ୍ରଶାସନ ବୁଝିବା ଦରକାର। ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସ୍ଥିତି ସୁଧୁରିବ। ନଚେତ୍‌ ପୂର୍ବପରି ତାଳଚେରରେ ସଂକ୍ରମଣ ବଢ଼ିଚାଲିବ।
-ବାପି ମହାନ୍ତି, ସାମାଜିକ କର୍ମୀ, ତାଳଚେର

ସମସ୍ତେ ସମର୍ଥନ କରନ୍ତୁ
ପ୍ରଶାସନର ନିଷ୍ପତ୍ତି ଯୁକ୍ତିଯୁକ୍ତ। ଏହାକୁ ସମସ୍ତେ ସମର୍ଥନ କରିବା ଉଚିତ। ତଥାପି ବେପାର ବାଣିଜ୍ୟ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ ା ଦୋକାନ ବଜାର ବନ୍ଦ କରାଯିବା ଦ୍ୱାରା ବ୍ୟବସାୟୀଙ୍କ ପେଟରେ ଲାତ ମରାଯାଉଛି। ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଉ।
-ସୁଲେଖ ସେଠୀ, ତାଳଚେରବାସୀ

ବ୍ୟବସାୟ ବନ୍ଦ କରା ନ ଯାଉ
ଗତବର୍ଷର ଲକ୍‌ଡାଉନ୍‌ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗିଦେଇଥିଲା। ବେପାର ଟିକିଏ ସଳଖ ହେଉଥିବାବେଳେ ଏବେ ପୁଣି କରୋନା ବଢ଼ିବା ଯୋଗୁ ଶଟ୍‌ଡାଉନ୍‌ ଫେରିଛି। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ନିୟମ ମାନୁଛୁ। ପ୍ରଶାସନ କଠୋର ହେଲେ ମଧ୍ୟ ସବୁ ଦୋକାନ ବନ୍ଦ କରା ନ ଯାଉ।
-ସଞ୍ଜୀବ ସାହୁ, ବ୍ୟବସାୟୀ, ତାଳଚେର

କଟକଣା କଡ଼ାକଡ଼ି କରାଯାଉ
ନାଇଟ୍‌ କର୍ଫ୍ୟୁ ଜାରି ରହିଛି। ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଜିଟିଭ୍‌ ସଂଖ୍ୟା ବଢି ଚାଲିଥିବାରୁ ତାହାକୁ ପ୍ରତିହତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ନିୟମ ପାଳନକୁ କଡ଼ାକଡ଼ି କରାଯାଉ।
-ଜ୍ଞାନରଞ୍ଜନ ପାଣି, ଆଇନଜୀବୀ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri