ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ତୃତୀୟରୁ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପିଟାଲାଇଜେଶନ୍‌ ବୁଧବାର ୯୭,୦୦୦ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ଶୁକ୍ରବାର ଏହି କ୍ଷତିର ପରିମାଣ ୨.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଥିସହ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨ ବିଲିୟନ୍‌ ଡଲାର ଖସିଯାଇଛି। ଭାରତ ଓ ଏସିଆର ସବୁଠୁ ଧନୀ ଆଦାନୀଙ୍କ ପାଇଁ ଏହି ଚାଞ୍ଚଲ୍ୟକର ରିପୋର୍ଟ ଏକପ୍ରକାର ଅଭିଶାପ ପାଲଟିଯାଇଛି।
ଗତବର୍ଷ ଟେସ୍‌ଲା, ସ୍ପେସେକ୍ସ ଏବଂ ଟୁଇଟର ମାଲିକ ଏଲନ୍‌ ମସ୍କ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଥିଲେ। ପରେ ବିଭିନ୍ନ କାରଣରୁ ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ ବିଲିୟନ୍‌ ଡଲାରକୁ ଖସିଯିବାରୁ ଲୁଇସ୍‌ ଭିଟ୍ଟୋନ୍‌ ମାଲିକ ବର୍ନାର୍ଡ ଆର୍ନଲ୍ଟ (୨୧୬ ବିଲିୟନ୍‌ ଡଲାର) ସବୁଠୁ ବଡ଼ ଧନୀ ମାନ୍ୟତା ଲାଭ କରିଛନ୍ତି। ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ (୧୨୨ ବିଲିୟନ୍‌ ଡଲାର) ତୃତୀୟରେ ରହିଛନ୍ତି। ଗତବର୍ଷ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ପ୍ରାଇସ୍‌ରେ ବଡ଼ ରାଲି ଦେଖିବାକୁ ମିଳିଥିଲା। ଫଳରେ ଆଦାନୀ ମଝିରେ କିଛି ସମୟ ପାଇଁ ଦ୍ୱିତୀୟ ଧନୀ ପାଲଟିଯାଇଥିଲେ। ଫୋର୍ବସ ରିଅଲ ଟାଇମ୍ସ ବିଲିଅନେୟାର ଇଣ୍ଡେକ୍ସରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ଶୁକ୍ରବାର ୨୦% ହ୍ରାସ ପାଇ ୯୬.୮ ବିଲିୟନ୍‌ ଡଲାରରେ ପହଞ୍ଚତ୍ଛି। ସେ ଏବେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ (୧୦୪ ବିଲିୟନ୍‌ ଡଲାର)ଙ୍କ ତଳେ ଅଛନ୍ତି। ଆଦାନୀଙ୍କ ବ୍ୟବସାୟିକ ପ୍ରତିଦ୍ୱଦ୍ୱୀ ତଥା ଏକାଦଶ ସ୍ଥାନରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୮୩.୬ ବିଲିୟନ୍‌ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭବ

ନୂଆଦିଲ୍ଲୀ,୧୪ ।୧: ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଏହି...

ୟୁକ୍ରେନ୍‌ ଉପରେ ଗୋଟିଏ ରାତିରେ ୩୬ ରକେଟ ମାଡ଼ କରିଛି ରୁଷିଆ…

କ୍ୱିଭ୍‌,୨୨।୧୦ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଶନିବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର ଜେଲେନେସ୍କି ସୂଚନା ପ୍ରଦାନ କରିଛନ୍ତି ଯେ, ଗୋଟିଏ ରାତିରେ...

ମନ୍ତ୍ରୀଙ୍କୁ ମୋଦିଙ୍କ ତାଗିଦ୍‌, ନିର୍ବାଚନ ହେଉଥିବା ରାଜ୍ୟକୁ ଦିଅ ପ୍ରାଥମିକତା…

ନୂଆଦିଲ୍ଲୀ,୭।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩: କଂଗ୍ରେସ ୧୭ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା…

ଅଗରତାଲା,୨୮।୧ : ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ୧୭ ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ଘୋଷଣା କରିଛି। ସୁଦୀପ ରୟ ବର୍ମନ ଅଗରତାଲାରୁ ପ୍ରତିଦ୍ୱନ୍ଦ୍ୱିତା...

ଦୁଇ ଦେଶର ଲେଖକ

ଜୋସେଫ୍‌ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର...

ସପ୍ତାହରେ ୪ ଦିନ କାମ, ୩ ଦିନ ଆରାମ, ନୀତିକୁ ପସନ୍ଦ କରୁଛନ୍ତି ବ୍ରିଟେନ ଲୋକେ…

ଲଣ୍ଡନ,୨୨।୨ : ବ୍ରିଟେନରେ, ଅନେକ କମ୍ପାନୀ ସପ୍ତାହରେ ଚାରି ଦିନ କାମ ଏବଂ ତିନି ଦିନ ଛୁଟି ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ଏହାର...

ଲକ୍ଷ୍ମୀପୁର ଖେରି ଘଟଣା: ରାକେଶ ଟିକାଏତ କହିଲେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ହେବନାହିଁ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୪ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣା ଏବେ ଉତ୍ତେଜନାପୂର୍ଣ୍ଣ ହେବାକୁ ଯାଉଛି । ସେଠାରେ କୃଷକମାନେ ସାରା ରାତି ଧାରଣାରେ ବସିଛନ୍ତି ।...

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ: ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ପ୍ରାୟ ଚାରିମାସ ପରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କ...

Advertisement
Archives

Model This Week