Posted inଜାତୀୟ

ଚଢ଼ାଦରରେ କୋଇଲା ବିକୁଥିଲା ଆଦାନୀ

ନୂଆଦିଲ୍ଲୀ,୨୫ା୫: ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ୨୦୧୩ରେ ଇଣ୍ଡୋନେସିଆରୁ ନିମ୍ନମାନର କୋଇଲା ଆମଦାନୀ କରି ଭାରତ ଓ ଅନ୍ୟ ଦେଶଗୁଡ଼ିକରେ ଚଢ଼ାଦରରେ ବିକ୍ରି କରୁଥିଲା। କୋଇଲାର ଏହି ଓଭର ଭାଲ୍ୟୁଏଶନ୍‌କୁ ନେଇ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଜର୍ଜ ସୋରୋସ୍‌ଙ୍କ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ୍‌ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି)ର କେତେକ ଦସ୍ତାବିଜ ଆଧାରରେ ଲଣ୍ଡନର ଫାଇନାନ୍ସିଆଲ ଟାଇମ୍ସ ଏହାକୁ ‘ଆଦାନୀ ଗ୍ରୁପ୍‌ର ବଡ଼ ଠକେଇ’ ବୋଲି ନିକଟରେ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା। ଏହାପରେ ସୁପ୍ରିମକୋର୍ଟରେ ଉକ୍ତ ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଅନୂ୍ୟନ ୨୧ଟି ଅନ୍ତର୍ଜାତୀୟ ସଙ୍ଗଠନ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଅଷ୍ଟ୍ରେଲିଆନ୍‌ ସେଣ୍ଟର ଫର୍‌ ଇଣ୍ଟରନ୍ୟାଶନାଲ ଜଷ୍ଟିସ୍‌, ବ୍ୟାଙ୍କଟ୍ରାକ୍‌, ବବ୍‌ ବ୍ରାଉନ୍‌ ଫାଉଣ୍ଡେଶନ୍‌, କଲ୍ଚର ଅଣ୍ଡରଷ୍ଟେନ୍‌ଡ, ଏକୋ, ଏକ୍ସଟିନ୍ସନ ରେବେଲିଅନ୍‌, ଫ୍ରୋଣ୍ଡ୍ସ ଅଫ୍‌ ଦି ଆର୍ଥ ଅଷ୍ଟ୍ରେଲିଆ, ଲଣ୍ଡନ୍‌ ମାଇନିଂ ନେଟ୍‌ଓ୍ବର୍କ, ମେକେୟ କଞ୍ଜର୍ଭେଶନ୍‌ ଗ୍ରୁପ୍‌, ମାର୍କେଟ ଫୋର୍ସେସ୍‌, ମନିରେବେଲିଅନ୍‌ ପ୍ରମୁଖ ଅନ୍ତର୍ଜାତୀୟ ସଙ୍ଗଠନ ସିଜେଆଇଙ୍କ ନିକଟକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ଜୀବାଶ୍ମ ଇନ୍ଧନର ନିରବଚ୍ଛିନ୍ନ ବ୍ୟବହାରକୁ ଦୃଢ଼ ବିରୋଧ କରୁଛନ୍ତି। ନିମ୍ନମାନର କୋଇଲାକୁ ବ୍ୟୟବହୁଳ, ସ୍ବଚ୍ଛ ଇନ୍ଧନ ରୂପେ ବ୍ୟବହାର କରାଯିବା ଉପରେ ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟରେ ବିସ୍ତୃତ ପ୍ରମାଣ ଦିଆଯାଇଛି। ତାମିଲନାଡୁର ଟାଙ୍ଗେଡ୍‌କୋକୁ ଆଦାନୀ ଗ୍ରୁପ୍‌ ବିକ୍ରି କରିଥିବା କୋଇଲା ଏହାର ଏକ ଦୃଷ୍ଟାନ୍ତ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବରୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ ଦାବି କରିଥିବାବେଳେ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅନେକଥର ଏହାର ଅବତାରଣା କରିସାରିଛନ୍ତି। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି। କୋଇଲା ଲୋଡ୍‌ ବେଳେ ଏହାର ମାନ ନିରପେକ୍ଷ ଭାବେ ଯାଞ୍ଚ କରାଯାଇଛି। ତାମିଲନାଡୁ ଜେନେରେଶନ୍‌ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁଶନ୍‌ କମ୍ପାନୀ (ଟାଙ୍ଗେଡ୍‌କୋ) ମଧ୍ୟ କୋଇଲା ଯାଞ୍ଚ ପରେ ହିଁ କିଣିଥାଏ ବୋଲି ଆଦାନୀ ଗ୍ରୁପ୍‌ର ଜଣେ ମୁଖପାତ୍ର କହିଛନ୍ତି। ୨୦୧୧ରୁ ୨୦୧୫ ମଧ୍ୟରେ ହୋଇଥିବା ଏହି କାରବାର ସମ୍ପର୍କରେ ୨୦୧୬ ମାର୍ଚ୍ଚରେ ଡାଇରେକ୍ଟୋରେଟ୍‌ ଅଫ୍‌ ଦି ରେଭିନ୍ୟୁ ଇଣ୍ଟେଲିଜେନ୍ସ ପକ୍ଷରୁ ଆଦାନୀ କମ୍ପାନୀଗୁଡ଼ିକ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri