Posted inଜାତୀୟ

୩ରୁ ୩୦କୁ ଖସିଲେ ଆଦାନୀ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୨:ମାସକ ପୂର୍ବରୁ ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଏସିଆର ସବୁଠୁ ବିତ୍ତଶାଳୀ ଏବଂ ବିଶ୍ୱର ୩ ନମ୍ବର ଧନୀ ଥିଲେ। ୨୦୨୩ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ସମୂହ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟ୍ସରେ ଅନିୟମିତତା ଅଭିଯୋଗ ଆଣିବା ପରେ ଆଦାନୀଙ୍କ ସାମ୍ରାଜ୍ୟ ଦୋହଲିଯାଇଛି। ସେବେଠୁ ଏହି କଙ୍ଗ୍ଲୋମେରେଟ୍‌ର ଷ୍ଟକ୍ସ ମୂଲ୍ୟ ଲଗାତର ହ୍ରାସ ପାଇବାରେ ଲାଗିଛି। ଅଦ୍ୟାବଧି ଆଦାନୀ ଟ୍ରାନ୍ସମିଶନ୍‌ ୭୪.୨୧% ମାର୍କେଟ ଭାଲ୍ୟୁ ହରାଇଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୬୨% ତଳକୁ ଖସିଛି। ଆଦାନୀ ଟୋଟାଲ ଗ୍ୟାସ୍‌ ଲିଃ ୮୦.୬୮% ତଳକୁ ଖସିଥିବାବେଳେ ଆଦାନୀ ପାଓ୍ବାର, ଆଦାନୀ ଓ୍ବିଲମାର୍‌ ସମେତ ଏହାର ସିମେଣ୍ଟ ୟୁନିଟ୍‌, ମିଡିଆ କମ୍ପାନୀ ଏନ୍‌ଡିଟିଭି ଏବଂ ଆଦାନୀ ପୋଟର୍‌ସ ଆଣ୍ଡ୍‌ ଏସ୍‌ଇଜେଡ୍‌ ମଧ୍ୟ ବିପୁଳ ମାର୍କେଟ ଭାଲ୍ୟୁ ହରାଇଛି। ଏଭଳି ଭାବେ ଆଦାନୀ ଗ୍ରୁପ୍‌ର ମୋଟ କ୍ଷତି ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ଫଳରେ ୬୦ ବର୍ଷୀୟ ଆଦାନୀ ମାସକ ମଧ୍ୟରେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୩ରୁ ୩୦ ନମ୍ବରକୁ ଓହ୍ଲାଇଆସିଛନ୍ତି।
ବନ୍ଦରରୁ ବିମାନବନ୍ଦର, ଖାଇବା ତେଲରୁ ନେଇ କମୋଡିଟିଜ୍‌, ବିଦ୍ୟୁତ୍‌, ସିମେଣ୍ଟ ଏବଂ ଡାଟା ସେଣ୍ଟର ପର୍ଯ୍ୟନ୍ତ ବ୍ୟବସାୟ ପରିଚାଳନା କରୁଥିବା ଏହି ବିଜ୍‌ନେସ୍‌ ଗ୍ରୁପ୍‌ର ଶେୟାର ମାର୍କେଟରେ ତାଲିକାଭୁକ୍ତ ୧୦ କମ୍ପାନୀ ମାସକରେ ୧୨.୦୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଲାଣି। ଏହି କ୍ଷତିର ପରିମାଣ ଭାରତର ଦ୍ୱିତୀୟ ମୂଲ୍ୟବାନ୍‌ କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ର ମାର୍କେଟ କ୍ୟାପିଟାଲାଇଜେଶନ୍‌ ସହ ସମାନ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୦ ବିଲିୟନ ଡଲାର ଥିବାବେଳେ ୮୦.୬ ବିଲିୟନ ଡଲାର କ୍ଷତି ସହ ବର୍ତ୍ତମାନ ପ୍ରାୟ ୪୦ ବିଲିୟନ ଡଲାରରେ ସୀମିତ ରହିଛି। ଆଦାନୀଙ୍କ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ମୁଖ୍ୟ ମୁକେଶ ଅମ୍ବାନୀ ୮୧.୭ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବର୍ତ୍ତମାନ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛନ୍ତି।
ଆମେରିକାର ପୂର୍ବତନ ଟ୍ରେଜେରି ସେକ୍ରେଟାରି ତଥା ହାର୍ଭାର୍ଡ ୟୁନିଭର୍ସିଟିର ପ୍ରାକ୍ତନ ଅଧ୍ୟକ୍ଷ ଲାରି ସମର୍ସ ଆଦାନୀ ଗ୍ରୁପ୍‌ର ସଙ୍କଟକୁ ଏନ୍‌ରନ୍‌ କ୍ରାଇସିସ୍‌ ସହ ତୁଳନା କରିଛନ୍ତି। ୨୦୦୧ ଅକ୍ଟୋବରରେ ଆମେରିକୀୟ ଏନର୍ଜି ମେଜର ଏନ୍‌ରନ୍‌ କର୍ପୋରେଶନ୍‌ର ସ୍କାଣ୍ଡାଲ ପଦାକୁ ଆସିଥିଲା। ହ୍ୟୁଷ୍ଟନ୍‌ରେ ମୁଖ୍ୟାଳୟ ଥିବା ଏହି ବିଦ୍ୟୁତ୍‌ କମ୍ପାନୀର ଦୁର୍ନୀତି ପ୍ରଘଟ ହେବା ପରେ ଏହାକୁ ଦେବାଳିଆ ଘୋଷଣା କରାଯାଇଥିଲା। ତେଣୁ ଆଦାନୀ ଗ୍ରୁପ୍‌ର ଅଧଃପତନ ଭାରତରେ ‘ଏନ୍‌ରନ୍‌ ମୁମେଣ୍ଟ’ ଭଳି ସ୍ଥିତି ଉପୁଯାଇପାରେ ବୋଲି ବ୍ଲୁମ୍‌ବର୍ଗର ଓ୍ବାଲ୍‌ ଷ୍ଟ୍ରିଟ୍‌ ଓ୍ବିକ୍‌କୁ ସାକ୍ଷାତ୍‌କାର ବେଳେ ଲାରି ଆଶଙ୍କା ବ୍ୟକ୍ତ କରିଛନ୍ତି। ଲାରି ଆହୁରି କହିଛନ୍ତି, ଭାରତ ବିଶ୍ୱର ସବୁଠୁ ଦ୍ରୁତତମ ଅର୍ଥନୀତି ଭାବେ ଉଭା ହେବାରେ ଲାଗିଛି। ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଭାରତ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିବାବେଳେ ଆଦାନୀ ସଙ୍କଟ ସବୁକିଛିକୁ ପାଣିରେ ପକାଇଦେଇପାରେ।
ପ୍ରକାଶ ଯେ, ଆଦାନୀ ଏଣ୍ଟରପ୍ରାଇଜେସ୍‌ର ବହୁପ୍ରତୀକ୍ଷିତ (୨୦,୦୦୦ କୋଟି ଟଙ୍କାର) ଫଲୋ-ଅନ୍‌ ପବ୍ଲିକ ଅଫର୍‌ (ଏଫ୍‌ପିଓ) ଆସିବା ପୂର୍ବରୁ ଗତ ଜାନୁୟାରୀ ୨୪ରେ ନ୍ୟୁୟର୍କଭିତ୍ତିକ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ୪୧୩ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରକାଶ କରିଥିଲା। ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ଗୁଡ଼ିକରେ ଏବଂ ଆକାଉଣ୍ଟ୍ସରେ ବ୍ୟାପକ ହେରଫେର ହୋଇଥିବା ଦର୍ଶାଇ ନାଥନ୍‌ ଆଣ୍ଡର୍ସନଙ୍କ ଏହି ସଂସ୍ଥା ଶର୍ଟ ସେଲିଂ କରିଥିଲା। ଏପରି କି ଆଦାନୀ ଗ୍ରୁପ୍‌ର ୧୦ କମ୍ପାନୀର ଶେୟାର ମୂଲ୍ୟ ୮୫% ପର୍ଯ୍ୟନ୍ତ ଖସିବ ବୋଲି ଭବିଷ୍ୟବାଣୀ କରିଥିଲା, ଯାହାକି ଏବେ ସତ ହେବାକୁ ଯାଉଛି।

ସତ ପ୍ରଘଟ ହେବାଯାଏ ପ୍ରଶ୍ନ କରୁଥିବୁ: ରାହୁଲ

ଆଦାନୀ ଗ୍ରୁପ୍‌ ଉପରେ ଭାରତୀୟ ନିବେଶକମାନଙ୍କ ଆସ୍ଥା ତୁଟିସାରିଥିବାବେଳେ ବିଦେଶୀ ଇନ୍‌ଭେଷ୍ଟର୍ସ ମଧ୍ୟ ମୁହଁ ଫେରାଇବାରେ ଲାଗିଛନ୍ତି। ଏସବୁ ଭିତରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଅଡ଼ିବସିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି, ସତ ପଦାକୁ ନ ଆସିବା ଯାଏ ଆଦାନୀ ଗ୍ରୁପ୍‌ ଉପରେ ସରକାରଙ୍କୁ ପ୍ରଶ୍ନ କରିବା ଛାଡ଼ିବୁ ନାହିଁ। କାରଣ ଭାଜପା ନେତାମାନେ ପାର୍ଲାମେଣ୍ଟ ଭିତରେ ମଧ୍ୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି। ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ କ’ଣ ବୋଲି ସଂସଦରେ ଆମେ ପ୍ରଶ୍ନ କରିଥିଲୁ। ଏହାର ଉତ୍ତର ମିଳିଲା ନାହିଁ। ଓଲଟା ଆମ ସମ୍ପୂର୍ଣ୍ଣ ଭାଷଣକୁ ସଂସଦୀୟ ରେକର୍ଡରୁ ବାଦ୍‌ ଦିଆଗଲା। ତେଣୁ ସତ ପ୍ରଘଟ ନ ହେବା ଯାଏ ଆମେ ନୀରବ ରହିବୁ ନାହିଁ ବୋଲି କଂଗ୍ରେସର ୮୫ତମ ମହାଅଧିବେଶନକୁ ସମ୍ବୋଧିତ କରି ରାହୁଲ କହିଛନ୍ତି। ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଆହୁରି କହିଛନ୍ତି, ଏହି କମ୍ପାନୀ ଦେଶକୁ ନଷ୍ଟ କରିବାକୁ ବସିଲାଣି। ଆଦାନୀ ଗ୍ରୁପ୍‌ ଭାରତର ସମସ୍ତ ଭିତ୍ତିଭୂମିକୁ ଛଡ଼ାଇନେଇଛି। ସ୍ବାଧୀନତା ସଂଗ୍ରାମ ସବୁ ସମ୍ପତ୍ତି ଓ ବନ୍ଦରକୁ ଦଖଲ କରିନେଇଥିବା ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ବିରୋଧରେ ଲଢ଼ାଯାଇଥିଲା। ଏବେ ଇତିହାସର ପୁନରାବୃତ୍ତି ଘଟୁଛି। ଦେଶ ଭିତରର ଏକ କମ୍ପାନୀ ସବୁ ଲୁଟିନେଉଥିବାବେଳେ ଆମେ ଏହାକୁ ବିରୋଧ ଜାରି ରଖିବୁ। ମୋଦି-ଆଦାନୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ କରୁଥିବୁ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?