ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ ନିଜ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବହୁ ସମୟ ମଧ୍ୟ ଲାଗିଥିଲା। ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ହୋଇଥିଲା ସେ ସମ୍ପର୍କରେ ବ୍ରିଟେନ୍‌ର ୩୭% ଯୁବପିଢ଼ି ଅବଗତ ନୁହନ୍ତି। ଗେମିଂ କମ୍ପାନୀ ସେଗା ୟୁରୋପ ଲିମିଟେଡ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ସେହିପରି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସାର୍‌ ଓ୍ବିନ୍‌ଷ୍ଟନ୍‌ ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଯୁବଗୋଷ୍ଠୀ ଜାଣିନାହାନ୍ତି।
ଚର୍ଚ୍ଚିଲ ଦୁଇଥର ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୪୦ରୁ ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ପ୍ରଧାନମନ୍ତ୍ରୀ ଥିଲେ। ପରେ ୧୯୫୧ରୁ ୧୯୫୫ ପର୍ଯ୍ୟନ୍ତ ମଧ୍ୟ ସେ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟେନର ବିଜୟ ପଛରେ ଚର୍ଚ୍ଚିଲଙ୍କ ବଡ଼ ଭୂମିକା ଥିବା କୁହାଯାଏ। ୧୮୭୪ ନଭେମ୍ବର ୩୦ରେ ବ୍ଲେନହେମ ରାଜପ୍ରାସାଦରେ ଚର୍ଚ୍ଚିଲଙ୍କ ଜନ୍ମ। ଜଣେ ସେନା ଅଧିକାରୀ ଓ ପେସାରେ ଖବରଦାତା ହେବା ଯୋଗୁ ସେ ବହୁ ଦେଶ ଭ୍ରମଣ କରିଥିଲେ। ୧୯୦୦ ମସିହାରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିବାବେଳେ ୧୯୪୫ରେ ଶେଷ ହୋଇଥିଲା। ୩୦ ଦେଶର ପାଖାପାଖି ୧୦୦ ନିୟୁତ ଲୋକ ଉକ୍ତ ଯୁଦ୍ଧରେ ସାମିଲ ହୋଇଥିଲେ। ୧୯୩୯ ସେପ୍ଟେମ୍ବର ୩ରେ ହିଟ୍‌ଲରଙ୍କ ନିର୍ଦ୍ଦେଶରେ ସେନା ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲେ। ମିତ୍ର ଶକ୍ତି ଓ କେନ୍ଦ୍ର ଶକ୍ତି ମଧ୍ୟରେ ଏହି ଯୁଦ୍ଧ ୬ ବର୍ଷ ଧରି ଚାଲିଥିବାବେଳେ ମିତ୍ର ଶକ୍ତିର ବିଜୟ ହୋଇଥିଲା।
ଅନ୍ୟପକ୍ଷେ ଯୁଦ୍ଧରେ କାହାର ବିଜୟ ହୋଇଥିଲା ସେ ବିଷୟରେ ୩୮% ଲୋକ ଅବଗତ ନ ଥିବା ସର୍ଭେରୁ ଜଣାପଡ଼ିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପିସି ଗେମ୍‌ ପାଇଁ ଏହି ସର୍ଭେ କରାଯାଇଥିବାବେଳେ ୪୪% ଯୁବପିଢ଼ି ବିଶ୍ୱ ଯୁଦ୍ଧ-୨ ସମ୍ପର୍କରେ ଜାଣିଥିବା କୁହାଯାଇଛି। ଅନ୍ୟପକ୍ଷେ ୯%ଙ୍କ କ୍ଷେତ୍ରରେ ଯୁଦ୍ଧକୁ ନେଇ ଆଦୌ କୌଣସି ସୂଚନା ନାହିଁ। ଯୁଦ୍ଧ ସମୟରେ ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ଫିଙ୍ଗାଯାଇଥିବା ୩୦% ଲୋକ ଜାଣନ୍ତି। ତେବେ ଯୁଦ୍ଧ ସମ୍ପର୍କିତ ଅନେକ ତଥ୍ୟ ବିଷୟରେ ଯୁବପିଢ଼ି ଜାଣି ନ ଥିବା ସର୍ଭେରୁ ଜଣାପଡ଼ିଛି। ବ୍ରିଟେନ୍‌ ଯୁବପିଢ଼ିଙ୍କୁ ଯୁଦ୍ଧ ସମ୍ପର୍କରେ ଅବଗତ କରାଇବା ଏବେ ଜରୁରୀ ହୋଇପଡ଼ିଥିବା ରେଲିକ ଏଣ୍ଟରଟେନ୍‌ମେଣ୍ଟ ଆଇଏନ୍‌ସିର ଉପସଭାପତି ଡେଭିଡ୍‌ ଲିଟମାନ୍‌ କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଶେଷଜ୍ଞ ତଥା କମେଡିଆନ୍‌ ଅଲ ମୁରେ ମଧ୍ୟ ଏହି ସର୍ଭେରେ ସାମିଲ ହୋଇଥିଲେ। ତେବେ ଭିଡିଓ ଗେମ୍‌ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ଜାଣିବାକୁ ଆଗ୍ରହ ଥିବା କାରଣରୁ ସେ ଏଥିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?