ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ ନିଜ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବହୁ ସମୟ ମଧ୍ୟ ଲାଗିଥିଲା। ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ହୋଇଥିଲା ସେ ସମ୍ପର୍କରେ ବ୍ରିଟେନ୍‌ର ୩୭% ଯୁବପିଢ଼ି ଅବଗତ ନୁହନ୍ତି। ଗେମିଂ କମ୍ପାନୀ ସେଗା ୟୁରୋପ ଲିମିଟେଡ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ସେହିପରି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସାର୍‌ ଓ୍ବିନ୍‌ଷ୍ଟନ୍‌ ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଯୁବଗୋଷ୍ଠୀ ଜାଣିନାହାନ୍ତି।
ଚର୍ଚ୍ଚିଲ ଦୁଇଥର ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୪୦ରୁ ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ପ୍ରଧାନମନ୍ତ୍ରୀ ଥିଲେ। ପରେ ୧୯୫୧ରୁ ୧୯୫୫ ପର୍ଯ୍ୟନ୍ତ ମଧ୍ୟ ସେ ଏହି ଦାୟିତ୍ୱ ନିର୍ବାହ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟେନର ବିଜୟ ପଛରେ ଚର୍ଚ୍ଚିଲଙ୍କ ବଡ଼ ଭୂମିକା ଥିବା କୁହାଯାଏ। ୧୮୭୪ ନଭେମ୍ବର ୩୦ରେ ବ୍ଲେନହେମ ରାଜପ୍ରାସାଦରେ ଚର୍ଚ୍ଚିଲଙ୍କ ଜନ୍ମ। ଜଣେ ସେନା ଅଧିକାରୀ ଓ ପେସାରେ ଖବରଦାତା ହେବା ଯୋଗୁ ସେ ବହୁ ଦେଶ ଭ୍ରମଣ କରିଥିଲେ। ୧୯୦୦ ମସିହାରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିବାବେଳେ ୧୯୪୫ରେ ଶେଷ ହୋଇଥିଲା। ୩୦ ଦେଶର ପାଖାପାଖି ୧୦୦ ନିୟୁତ ଲୋକ ଉକ୍ତ ଯୁଦ୍ଧରେ ସାମିଲ ହୋଇଥିଲେ। ୧୯୩୯ ସେପ୍ଟେମ୍ବର ୩ରେ ହିଟ୍‌ଲରଙ୍କ ନିର୍ଦ୍ଦେଶରେ ସେନା ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲେ। ମିତ୍ର ଶକ୍ତି ଓ କେନ୍ଦ୍ର ଶକ୍ତି ମଧ୍ୟରେ ଏହି ଯୁଦ୍ଧ ୬ ବର୍ଷ ଧରି ଚାଲିଥିବାବେଳେ ମିତ୍ର ଶକ୍ତିର ବିଜୟ ହୋଇଥିଲା।
ଅନ୍ୟପକ୍ଷେ ଯୁଦ୍ଧରେ କାହାର ବିଜୟ ହୋଇଥିଲା ସେ ବିଷୟରେ ୩୮% ଲୋକ ଅବଗତ ନ ଥିବା ସର୍ଭେରୁ ଜଣାପଡ଼ିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପିସି ଗେମ୍‌ ପାଇଁ ଏହି ସର୍ଭେ କରାଯାଇଥିବାବେଳେ ୪୪% ଯୁବପିଢ଼ି ବିଶ୍ୱ ଯୁଦ୍ଧ-୨ ସମ୍ପର୍କରେ ଜାଣିଥିବା କୁହାଯାଇଛି। ଅନ୍ୟପକ୍ଷେ ୯%ଙ୍କ କ୍ଷେତ୍ରରେ ଯୁଦ୍ଧକୁ ନେଇ ଆଦୌ କୌଣସି ସୂଚନା ନାହିଁ। ଯୁଦ୍ଧ ସମୟରେ ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ଫିଙ୍ଗାଯାଇଥିବା ୩୦% ଲୋକ ଜାଣନ୍ତି। ତେବେ ଯୁଦ୍ଧ ସମ୍ପର୍କିତ ଅନେକ ତଥ୍ୟ ବିଷୟରେ ଯୁବପିଢ଼ି ଜାଣି ନ ଥିବା ସର୍ଭେରୁ ଜଣାପଡ଼ିଛି। ବ୍ରିଟେନ୍‌ ଯୁବପିଢ଼ିଙ୍କୁ ଯୁଦ୍ଧ ସମ୍ପର୍କରେ ଅବଗତ କରାଇବା ଏବେ ଜରୁରୀ ହୋଇପଡ଼ିଥିବା ରେଲିକ ଏଣ୍ଟରଟେନ୍‌ମେଣ୍ଟ ଆଇଏନ୍‌ସିର ଉପସଭାପତି ଡେଭିଡ୍‌ ଲିଟମାନ୍‌ କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଶେଷଜ୍ଞ ତଥା କମେଡିଆନ୍‌ ଅଲ ମୁରେ ମଧ୍ୟ ଏହି ସର୍ଭେରେ ସାମିଲ ହୋଇଥିଲେ। ତେବେ ଭିଡିଓ ଗେମ୍‌ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ଜାଣିବାକୁ ଆଗ୍ରହ ଥିବା କାରଣରୁ ସେ ଏଥିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri