ବୁଲାକୁକୁରଙ୍କୁ ହଟାଇବା ନିର୍ଦ୍ଦେଶକୁ ବିରୋଧ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ୪ ବର୍ଷର ଶିଶୁପୁତ୍ରକୁ ବୁଲାକୁକୁର ଝୁଣି ମାରିଦେବା ଘଟଣା ପରେ ଓଡ଼ିଶାରେ ରାସ୍ତାକଡ଼ରୁ ବୁଲା କୁକୁରଙ୍କୁ ହଟାଇବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମନ୍ତ୍ରୀ ଗତ ୨୨ ତାରିଖରେ ଟୁଇଟ୍‌ କରି ଓଡ଼ିଶାର ସମସ୍ତ ଜିଲାର ଚିଫ୍‌ ଡିଷ୍ଟ୍ରିକ୍ଟ ଭେଟେରିନାରି ଅଫିସର(ସିଡିଭିଓ)ଙ୍କୁ ସତର୍କ କରାଇବା ସହ ରାସ୍ତାରୁ ବୁଲାକୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ତେବେ ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ କୁକୁରପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସେମାନେ ବିରୋଧ କରିଛନ୍ତି।
ଏ ସମ୍ପର୍କରେ କୁକୁରପ୍ରେମୀ ସ୍ବାଗତିକା ଆଚାର୍ଯ୍ୟ କହିଛନ୍ତି, ଆମ ସମାଜରେ ବୁଲା କୁକୁରଙ୍କର ରହିବାର ଅଧିକାର ଅଛି। ଗୋଟିଏ ଘଟଣାକୁ କେନ୍ଦ୍ର କରି ରାସ୍ତାରୁ ବୁଲାକୁକୁର ହଟାଇବା ନିଷ୍ପତ୍ତି ଠିକ୍‌ ନୁହେଁ। ସବୁ କୁକୁର ପ୍ରତି ଏଭଳି ଅତ୍ୟାଚାର ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ଜଣେ ସାଧାରଣ ଲୋକ ରାକେଶ ରଞ୍ଜନ ପ୍ରଧାନ କହିଛନ୍ତି, କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଲା କୁକୁର କାମୁଡ଼ାରେ ଅନେକ ଆହତ ହେଉଛନ୍ତି। କୁକୁର ପାଇଁ ରାତି ଓ ସକାଳେ ରାସ୍ତାରେ ଯିବା ଆସିବା କରିବାକୁ ଭୟ ଲାଗୁଛି। ରାସ୍ତାରେ ଆକ୍ରମଣ କରୁଥିବା କୁକୁରଙ୍କୁ ହଟାଇବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। କିନ୍ତୁ ସେମାନଙ୍କୁ ଠିକ୍‌ ଭାବରେ ପୁନଃଥଇଥାନ କରାଯିବା ଉଚିତ। ପିପୁଲ ଫର୍‌ ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ(ପେଟା) ଇଣ୍ଡିଆ କ୍ୟାମ୍ପେନର ମ୍ୟାନେଜର ରାଧିକା ସୂର୍ଯ୍ୟବଂଶୀ କହିଛନ୍ତି, ବନ୍ଧ୍ୟାକରଣ ହେଉଛି ଏହାର ଏକମାତ୍ର ସମାଧାନ। ତେବେ କୁକୁରପ୍ରେମୀଙ୍କ ମଧ୍ୟରେ ଏଭଳି ପ୍ରତିବାଦ ହେବା ପରେ ମନ୍ତ୍ରୀ ପୁଣି ଟୁଇଟ୍‌ କରି ତାଙ୍କ ପୂର୍ବ ଟୁଇଟ୍‌କୁ ଭୁଲ୍‌ ବୁଝିବା ଉଚିତ ନୁହେଁ ବୋଲି କହିଛନ୍ତି। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ପଡ଼ୋଶୀ ରାଜ୍ୟରେ ବୁଲାକୁକୁରର ଆକ୍ରମଣାତ୍ମକ ଆଚରଣ ଘଟଣା ପରେ ଓଡ଼ିଶା ସରକାର ଏହି ଘଟଣାକୁ ନଜର ରଖିଛନ୍ତି। ଏବିସି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଧ୍ୟାକରଣକୁ ବୃଦ୍ଧି କରି ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ଲକ୍ଷରୁ ଅଧିକ ରହିଛି। ଏହା ଦେଶରେ ଦ୍ୱିତୀୟ। ୨୦୧୯ ପଶୁପାଳନ ଗଣନା ବା ଲାଇଭ୍‌ଷ୍ଟକ ସେନ୍‌ସେସ୍‌ ଅନୁସାରେ ଓଡ଼ିଶାରେ ୧୭,୩୪,୩୯୯ ବୁଲାକୁକୁର ଥିବାବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୨୦,୫୯,୨୬୧ ରହିଛନ୍ତି। ଓଡ଼ିଶାରେ ୨୦୧୨ ଗଣନା ତୁଳନାରେ ୨୦୧୯ରେ ଏହି ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଥିଲା। ୨୦୧୨ରେ ଓଡ଼ିଶାରେ ୮,୬୨,୫୨୦ ବୁଲା କୁକୁର ଥିଲେ। ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ(ଏବିସି) କାର୍ଯ୍ୟକ୍ରମ ବିଫଳ ହୋଇଥିବା ଏହି ସଂଖ୍ୟାରୁ ପ୍ରମାଣିତ କରୁଛି। ପୁଣି ଶେଷ ୩ବର୍ଷରେ ରାଜ୍ୟରେ କୁକୁର ସଂଖ୍ୟା ଆହୁରି ବୃଦ୍ଧି ପାଇଥିବାରୁ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ରାଜ୍ୟ ପାଇଁ ଆହ୍ବାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?