୬ରେ ଅଟକିଛି ଆଦର୍ଶ ଗ୍ରାମ ଯୋଜନା

ଯାଜପୁର ଅଫିସ,୨।୪: ଆଦର୍ଶ ଗ୍ରାମ ଯୋଜନା ସାଧାରଣ ଲୋକଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ଜୀବନ ନିର୍ବାହର ଏକ ସର୍ବୋତ୍ତମ ଯୋଜନା। କେବଳ ସରକାରୀ ବିଭାଗ ବା ଦାୟିତ୍ୱ ନିର୍ବାହକାରୀ ସଂସ୍ଥା କୌଣସି ଅଞ୍ଚଳର ବିକାଶ ବା ଉନ୍ନୟନ କରିବା ସମ୍ଭବ ନୁହେଁ। ସେଥିପାଇଁ ସାଧାରଣ ଲୋକ ବିଶେଷକରି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ। ୨୦୧୬ ଅକ୍ଟୋବର ୨୪ରେ ଏଭଳି କିଛି ଆହ୍ବାନ ଦେଇ ଆଦର୍ଶ ଗ୍ରାମ ଯୋଜନା ଯାଜପୁର ଜିଲାରେ କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଧର୍ମଶାଳା ବ୍ଲକର ସୁନ୍ଦରିଆ, ଦଶରଥପୁର ବ୍ଲକର ମଙ୍ଗଳପୁର ଓ ଯାଜପୁର ବ୍ଲକର ଭୁବନେଶ୍ୱରପୁର, ଦ୍ୱିତୀୟ ପର୍ଯ୍ୟାୟରେ ଧର୍ମଶାଳା ବ୍ଲକର ଚକ୍ରଧରପୁର, ତୃତୀୟ ପର୍ଯ୍ୟାୟରେ ବଡ଼ଚଣା ବ୍ଲକର ସାମିଆ ଏବଂ ଚତୁର୍ଥ ପର୍ଯ୍ୟାୟରେ ଯାଜପୁର ସଦର ବ୍ଲକର ବେରୁଦା ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଆଜକୁ ସାଢେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲାର ୬ଟି ଗଁାରେ ଆଦର୍ଶ ଗ୍ରାମ ଯୋଜନା ସୀମିତ ରହିଛି। ଯାଜପୁର ଜିଲା ଗଠନକୁ ଆଜି ୩୦ ବର୍ଷ ପୂରିଥିଲେ ହେଁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ଗ୍ରାମାଞ୍ଚଳ ସବୁ କ୍ଷେତ୍ରରେ ଅବହେଳିତ ଏବଂ ପଛୁଆ ହୋଇରହିଛି ବୋଲି ମତପ୍ରକାଶ ପାଇଛି।
ସାଧାରଣ ଲୋକଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତା ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ସମେତ ବିଦ୍ୟୁତ୍‌, କୃଷି, ବ୍ୟାଙ୍କିଙ୍ଗ୍‌, ଜୀବିକା, ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଦର୍ଶ ଗ୍ରାମର ପରିକଳ୍ପନା କରାଯାଇଛି। ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ନିଆଯାଇ ତାହାର ବେସିକ ଲାଇନ ସର୍ଭେ କାର୍ଯ୍ୟ ସମାପ୍ତ ସହ ଅନ୍ୟାନ୍ୟ ବିଭାଗର ବିବିଧ ଯୋଜନାକୁ ରୂପାୟନ କରାଯାଇଥିଲା। ସମ୍ପୂର୍ଣ୍ଣ ମଳମୁକ୍ତ ଗ୍ରାମ ଭାବେ ତାହାକୁ ଗଢ଼ିତୋଳିବାକୁ ପଦକ୍ଷେପ ନେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା। ସେହିପରି ଧର୍ମଶାଳା ବ୍ଲକର ସୁନ୍ଦରିଆ ଗ୍ରାମ ପଞ୍ଚାୟତ ଓ ଦଶରଥପୁର ବ୍ଲକର ମଙ୍ଗଳପୁର ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରାଯାଇଥିବାରୁ ତାହାର ବେସିକ୍‌ ଲାଇନ୍‌ ସର୍ଭେ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଜନା ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଠାରେ ମଙ୍ଗଳପୁର ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଗ୍ରାମରେ ଗତ ପ୍ରାୟ ୧ ବର୍ଷ ହେଲା ବସୁଧା ଯୋଜନାରେ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଓଭର ହେଡ୍‌ ଟାଙ୍କି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏଯାଏ ସ୍ବଚ୍ଛ ପାନୀୟ ଜଳ ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ଦଶରଥପୁର ବ୍ଲକର ଥାଲକୁଡି ପଞ୍ଚାୟତରେ ନିର୍ମାଣ ହୋଇଥିବା ପ୍ରକଳ୍ପରୁ ଆଂଶିକ ଭାବେ ଜଳଯୋଗାଣ କରାଯାଉଛି। ପୁଣି ଅଧିକାଂଶ ସମୟରେ ଲୁଣିପାଣି ଆସୁଥିବାରୁ ତାହା ପାନୀୟ ଅନୁପଯୋଗୀ ହୋଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରାୟ ୪୦ ପ୍ରତିଶତ ଘରେ ଏଯାଏ ଶୌଚାଳୟ ନିର୍ମାଣ ହୋଇ ନ ଥିବାରୁ ସମ୍ପୃକ୍ତ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତିି। ଗ୍ରାମ ସଡ଼କ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଭଳି ଅନେକ ମୌଳିକ ସମସ୍ୟାରେ ଗ୍ରାମବାସୀ ରୁନ୍ଧି ହେଉଥିବାରୁ ଆଦର୍ଶ ଗ୍ରାମର ପରିକଳ୍ପନା ପରାହତ ହୋଇଥିବା ମତପ୍ରକାଶ ପାଇଛି। ଏହାବାଦ ଧର୍ମଶାଳା ବ୍ଲକର ଆଦର୍ଶ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ତରଫରୁ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୧୭ ଅକ୍ଟୋବରରେ ସରକାରୀ ଭାବେ ୯୨୬ ପାଇଖାନା ନିର୍ମାଣ ହୋଇଥିବା କୁହାଯାଇଥିବାବେଳେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ୩ ସ୍ବୟଂସହାୟକ ଦଳ ମାଧ୍ୟମରେ ୫୫୪ ନିର୍ମାଣ ହୋଇଥିଲା। ଏଭଳି ତାଳମେଳ ରହୁ ନ ଥିବାରୁ ୩୭୨ଟି ପାଇଖାନାର ହିସାବ ମିଳି ନ ଥିଲା। ଏହାସହ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ନ ହୋଇ ସେଠାରେ ପାଳ ଭର୍ତ୍ତି କରାଯାଇଥିବା ଦେଖା ଯାଇଥିଲା। ଏନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଥିଲେ। ଏବେବି ସେହି ଗ୍ରାମ ବାହ୍ୟ ମଳମୁକ୍ତ ହୋଇପାରିନାହିଁ। ଏହାବାଦ୍‌ ଅନ୍ୟାନ୍ୟ ମୌଳିକ ସମସ୍ୟା ଏଠାରେ ଲାଗି ରହିଛି। ଏଭଳି ଭାବରେ ଜିଲାର ଅଧିକାଂଶ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ, ନୀରିହ ଓ ନିଷ୍ପେଷିତ ଲୋକଙ୍କ ଜୀବନଶୈଳୀର ପରିବର୍ତ୍ତନ ହୋଇ ପାରିନାହିଁ। ୪ଟି ପର୍ଯ୍ୟାୟରେ ମାତ୍ର ୬ଟି ଆଦର୍ଶ ଗ୍ରାମ ଗଠନରେ ସୀମିତ ଏବଂ ଏହାର ଉଦ୍ଦେଶ୍ୟ ପୂରଣ କରିବାରେ ପ୍ରଶାସନିକ ଅବହେଳା ୩୦ ବର୍ଷ ପୁରୁଣା ଜିଲାର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri