Odisha Elections 2024

ଅକ୍ଷୟଙ୍କ ସହ କାମ କରିବାକୁ ଅମଙ୍ଗ ହୁଅନ୍ତି ଏସବୁ ନାୟିକା, ମୁହଁରେ କରନ୍ତି ନା’

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ଡିମାଣ୍ଡ କାହିଁରେ କେତେ। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ବୋଲି ନିର୍ମାତା ବିଶ୍ୱାସ କରନ୍ତି। ଏହାକୁ ନେଇ ତାଙ୍କ ସହ କାମ କରିବାକୁ ନାୟିକାମାନେ ଚାହିଁ ରହିଥାନ୍ତି। ହେଲେ ବଲିଉଡ୍‌ରେ କିଛି ସୁନ୍ଦରୀ ଅଭିନେତ୍ରୀ ଏଭଳି ଅଛନ୍ତି ଯେଉଁମାନେ ଅଭିନେତାଙ୍କ ସହ କାମ କରିବାକୁ ରାଜି ହୋଇ ନ ଥାନ୍ତି।

ତାଲିକାରେ ପ୍ରଥମ ନାମ ହେଉଛି ରବିନା ଟଣ୍ଡନଙ୍କର। ଏକଦା ଦୁହେଁ ପ୍ରେମରେ ଥିଲେ। ବ୍ରେକ୍‌ଅପ୍‌ ପରେ ରବିନା ଅଭିନେତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏବେ କିନ୍ତୁ ସେ ‘ଓ୍ବେଲକମ୍‌ ୩’ରେ ଅକ୍ଷୟଙ୍କ ସହ କାମ କରିପାରନ୍ତି ବୋଲି କୁହାଯାଉଛି।

ଦିନ ଥିଲା ଶିଳ୍ପା ସେଟ୍ଟୀ ଅକ୍ଷୟଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ଦୁହେଁ ଅଲଗା ହେବା ପରଠାରୁ ଏକାଠି କାମ କରିବାକୁ ନାକ ଟେକୁଛନ୍ତି ସେ।

ଦିଶା ପଟାନୀ ଏକଦା ଅକ୍ଷୟଙ୍କ ମଲ୍ଟିଷ୍ଟାରର୍‌ ଫିଲ୍ମରେ କାମ କରିବାକୁ ମନା କରି ଚର୍ଚ୍ଚାକୁ ଆସିଥିଲେ। କାରଣ ସେ ଦ୍ୱିତୀୟ ନାୟିକା ହେବାକୁ ଚାହୁଁ ନ ଥିଲେ।

ପ୍ରିୟଙ୍କା ଚୋପ୍ରାଙ୍କ ସହ ସମ୍ପର୍କକୁ ପଦାକୁ ଆସିବା ପରେ ତାଙ୍କ ସହ ଅଭିନୟ କରିବାକୁ ଅଭିନେତ୍ରୀ ମନା କରିଥିଲେ। କଙ୍ଗନା ମଧ୍ୟ ଅକ୍ଷୟଙ୍କ ଫିଲ୍ମରେ କାମ କରିବାକୁ ଇଚ୍ଛା ନ ଥିବା କହିଛନ୍ତି।

ରାଣୀ ମୁଖାର୍ଜୀ-ଅକ୍ଷୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏବେ ଯାଏ ଚାଲିଛି। ଏଣୁ ଅଭିନେତ୍ରୀ ଅକ୍ଷୟଙ୍କ ଫିଲ୍ମ କରି ନ ଥାନ୍ତି।
କରିସ୍ମା କପୁର ମଧ୍ୟ ଅକ୍ଷୟଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri