ଗ୍ଲାମର ଦୁନିଆ ଛାଡ଼ି ଏବେ ଯୋଗିନୀ ଏସବୁ ଅଭିନେତ୍ରୀ: ପ୍ରଶଂସକଙ୍କୁ କରିଛନ୍ତି ଚକିତ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ ପୂରଣ ହୋଇଛି, କେତେକ ନିରାଶ ହୋଇଛନ୍ତି। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯିଏ ସବୁକିଛି ମିଳିବା ପରେ ଧର୍ମର ବାଟରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କୁ।
ସନା ଖାନ୍‌: ବିଗ୍‌ବସରେ ନାମ କମାଇଥିବା ଅନେକ କଳାକାରଙ୍କ ମଧ୍ୟରୁ ସନା ଜଣେ। ସେ ଗୋଆ, ହଲ୍ଲା ବୋଲ, ଜୟ ହୋ ଭଳି ସିନେମାରେ କାମ କରିଛନ୍ତି। ଫିଲ୍ମରୁ ଲୋକପ୍ରିୟତା ମଧ୍ୟ ପାଇଛନ୍ତି। ହେଲେ ଏବେ ହଠାତ୍‌ ସେ ଧର୍ମର ବାଟକୁ ବାଛି ନେଇଛନ୍ତି। ଆଗାମୀ ଦିନରେ ସେ ମଣିଷପଣିଆକୁ ବଞ୍ଚାଇ ରଖିବା ପାଇଁ କାମ କରିବେ ବୋଲି କହିଛନ୍ତି।

ମମତା କୁଲକର୍ଣ୍ଣି: ଆଶିକ ଆଓ୍ବାରା, ବକ୍ତ ହମାରା ହେ, କ୍ରାନ୍ତିବୀର, କରନ ଅର୍ଜୁନ ଭଳି ଫିଲ୍ମରେ କାମ କରିଥିବା ମମତା ହଠାତ ବଲିଉଡ୍‌ ସହ ସବୁ ସମ୍ପର୍କ ତୁଟାଇଦେଇଥିଲେ। ଏହାପରେ ସେ ଆଧ୍ୟାତ୍ମିକ ରାସ୍ତାରେ ଯାଇଥିଲେ। ୨୦୧୩ରେ ଅଭିନେତ୍ରୀଙ୍କ ଜୀବନ ସମ୍ପର୍କିତ ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍‌ ଦ ଯୋଗିନୀ’ ପ୍ରକାଶିତ ହୋଇଥିଲା। ଏଥିରେ ସେ ଏପରି କରିବା ପଛର କାରଣ କହିଥିଲେ।

ଜାୟରା ବସୀମ: ଦଙ୍ଗଲ ଏବଂ ସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ କାମ କରିଥିବା ଜାୟରା ୨୦୧୯ରେ ହଠାତ ବଲିଉଡ୍‌ ଛାଡ଼ିବାକୁ ଘୋଷଣା କରିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା। ହେଲେ ତାଙ୍କୁ ଚାକଚକ୍ୟ ଜୀବନରୁ ଖୁସି ମିଳୁନାହିଁ। ତେଣୁ ସେ ଧର୍ମର ପଥକୁ ବାଛୁଥିବା କହିଥିଲେ।
ଅନୁ ଅଗ୍ରଓ୍ବାଲ: ଫିଲ୍ମ ଆଶିକୀ ତ ଆପଣ ଦେଖିଥିବେ। ଏଥିରେ ଅନୁଙ୍କ ଭୂମିକାଙ୍କୁ ବେଶ ପ୍ରଶଂସା କରାଯାଇଥିଲା। ପରେ ତାଙ୍କୁ ହିଟ୍‌ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଇଥିଲା। ହେଲେ ଖରାପ ସ୍କ୍ରିପ୍ଟ ଯୋଗୁ ତାହା ହୋଇ ନ ଥିଲା। ଶେଷରେ ସେ ବଲିଉଡ୍‌କୁ ଟାଟା କହି ଆଧ୍ୟାତ୍ମିକ ପଥକୁ ବାଛି ନେଇଥିଲେ।

ସୋଫିୟା ହୟାତ: ବହୁମୁଖି ପ୍ରତିଭାର ଅଧିକାରୀ ସୋଫିୟା ଜଣେ ସିଂଗର, ଅଭିନେତ୍ରୀ ଏବଂ ଲୋକପ୍ରିୟ ଟେଲିଭିଜନ କଳାକାର ଥିଲେ। ନିକଟରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସ୍ବର ଉଠାଇଥିଲେ। ପରେ ସମ୍ପର୍କରେ ନିଯ୍ୟାତନାର ଶିକାର ହୋଇ ଯୋଗିନୀ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜର ନାମ ବଦଳାଇ ମଧ୍ୟ ଦେଇଥିଲେ। ଏବେ ତାଙ୍କୁ ଗାଇଆ ସୋଫିୟା ମଦର ନାମରେ ଲୋକେ ଜାଣନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍‌ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି...

ସୁଶାନ୍ତ ସିଂଙ୍କ ମୃତ୍ୟୁର ଏକ ମାସ ପରେ ଏପରି କଲେ ରିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ବାନ୍ଦ୍ରା ପୋଲିସ ଅନେକ ସମୟରେ...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ...

ଗର୍ଭଧାରଣ ଖବର ଉପରେ ନୀରବତା ଭାଙ୍ଗିଲେ ଅଙ୍କିତା

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ତାଙ୍କର ଚଳଚ୍ଚିତ୍ର ‘ଦ ଲାଷ୍ଟ କଫି’ ପାଇଁ ଲାଇମ ଲାଇଟରେ ଅଛନ୍ତ। ବୃତ୍ତିଗତ ଜୀବନ ବ୍ୟତୀତ ଅଙ୍କିତା ତାଙ୍କ...

ଶିଳ୍ପାଙ୍କ ପଡୋଶୀଙ୍କୁ କରୋନା !

ମୁମ୍ବାଇ: କରୋନା ଭାଇରସ କାରଣରୁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ସମୟ କାଟୁଥିବା ବେଳେ...

ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ

ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍‌ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ...

ଘୋଷଣା ହେଲା ‘ବିଗ୍ ବସ୍‌-୧୪’ ଗ୍ରାଣ୍ଡ ପ୍ରିମିୟରର ତାରିଖ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ରିୟଲିଟି ଶୋ’ ‘ବିଗ୍ ବସ୍‌-୧୪’ ଅପେକ୍ଷାର ଅନ୍ତ ଘଟିଛି । ଏହା ଖୁବ୍ ନିକଟରେ ଅନ୍‌ଏୟାର ହେବ ବୋଲି...

Advertisement
Archives

Model This Week