ଅଭିନେତ୍ରୀଙ୍କ ହାତରୁ ଫୋନ ଛଡ଼ାଇନେଲେ ଲୁଟେରା

ମୁମ୍ବାଇ,୩୦।୧୧: କବିର ସିଂ ଓ ବିଗ୍‌ ବୁଲ ଭଳି ହିଟ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସିଥିବା ନିକିତା ଦତ୍ତଙ୍କ ହାତରୁ ରବିବାର ଫୋନ ଛଡ଼ାଇ ନେଇଛନ୍ତି ଦୁଇ ଲୁଟେରା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ୧୪ ନମ୍ବର ରୋଡ୍‌ରେ ଚାଲୁଥିବା ବେଳେ ଅଭିନେତ୍ରୀ ଲୁଟର ସମ୍ମୁଖୀନ ହୋଇଥିବା ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୋମବାର ସୂଚନା ଦେଇଛନ୍ତି।

”ଗତକାଲି ମୋ ସହ ଘଟିଥିବା ଏକ ଭୟଙ୍କର ଅନୁଭୂତି ଆପଣଙ୍କ ସହ ଶେୟାର କରୁଛି। ବାନ୍ଦ୍ରାର ୧୪ ନଂ ରୋଡ୍‌ରେ ସନ୍ଧ୍ୟା ୭ଟା ୪୫ରେ ମୁଁ ଚାଲୁଥିବା ବେଳେ ପଛପଟୁ ଦୁଇ ଜଣ ବାଇକରେ ମୋ ମୁଣ୍ଡକୁ ମାରିବା ପରେ ହାତରୁ ଫୋନ ଛଡ଼ାଇ ନେଇଥିଲେ। ମୁଁ କିଛି ଚିନ୍ତା କରିବା ପୂର୍ବରୁ ସେମାନେ ଖସି ପଳାଇଥିଲେ। ଘଟଣାର ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ମୁଁ କିଛି ବୁଝି ପାରି ନ ଥିଲି। ପରେ ମୁଁ ସେମାନଙ୍କ ପିଛା କରିବାକୁ ଉଦ୍ୟମ କରିଥିଲି। ହେଲେ ସେମାନେ ଦୂରକୁ ପଳାଇଥିଲେ। ମୋ ଚିତ୍କାର ଶୁଣିବା ପରେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ କିଛି ଲୋକ। ଜଣେ ଦୟାଳୁ ବ୍ୟକ୍ତି ଲୁଟେରାଙ୍କୁ ବାଇକ୍‌ରେ ପିଛା ମଧ୍ୟ କରିଥିଲେ। ମାତ୍ର ଲୁଟେରାଙ୍କୁ ଧରିପାରି ନ ଥିଲେ। ପରେ ମୁଁ ବାନ୍ଦ୍ରାରେ ଥାନାରେ ଅଭିଯୋଗ କରିଥିଲି। ସଚେତନତା ସୃଷ୍ଟି କରିବା ପାଇଁ ମୁଁ ଏହି ପୋଷ୍ଟ ଲେଖୁଛି। ଆଶା କରୁଛି, କାହା ସହ ଏଭଳି ନ ଘଟୁ“ ବୋଲି ନିକିତା ପୋଷ୍ଟରେ ଲେଖିଛନ୍ତି।

ନିକିତାଙ୍କ ଉକ୍ତ ପୋଷ୍ଟରେ କମେଣ୍ଟ ସେକଶନରେ ବିଗ୍‌ ବୁଲ କୋ ଷ୍ଟାର ଅଭିଷେକ ବଚ୍ଚନ ‘ଯିତ୍ନ ନିଅ’ ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଏମସି ନିର୍ବାଚନ ମତଗଣନା ଆରମ୍ଭ: ବହୁ ପଛରେ ଭାଜପା

କୋଲକାତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନର ଫଳାଫଳ ମଙ୍ଗଳବାର ସ୍ପଷ୍ଟ ହେବ। ଏଥିପାଇଁ ସକାଳୁ ମତଗଣନା ଆରମ୍ଭ ହୋଇ ଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ...

ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା; ଲିଭ୍‌ ଇନ୍‌ରେ ରହିବାକୁ…

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି ଅଭିନେତା ବରୁଣ ଧଓ୍ବନ। ହେଲେ ତାଙ୍କ ପ୍ରେମ କାହାଣୀ...

ଇଭିଏମ୍‌ ବିରୋଧରେ ଆବେଦନ ଖାରଜ: ଆବେଦନକାରୀଙ୍କ ଉପରେ ୧୦ହଜାର ଟଙ୍କା ଜରିମାନା ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ,୩।୮: ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ(ଇଭିଏମ)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି,...

କବାଡି ଖେଳୁଛନ୍ତି ରିଚା

ରିଚା ଚଢ଼ା ଆଗାମୀ ଫିଲ୍ମ ‘ପଙ୍ଗା’ର ଶୁଟିଂ ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମକୁ ଅଶ୍ୱିନୀ ଆୟର୍‌ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ରୁଚା...

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ...

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୨୨।୧: କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି)ର ବୈଠକ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ବୈଠକରେ ଦଳର ନୂତନ ସଭାପତି ନିର୍ବାଚନକୁ ନେଇ ସ୍ପଷ୍ଟ ହେବାର...

କେରଳରେ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ନେଇ ବିବାଦ

ଥିରୁଭାନନ୍ଥପୁରମ୍‌, ୨୩।୧୧: ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ସତ୍ତ୍ୱେ କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୌଣସି...

ଚାଇନାରେ କରୋନା ଚିନ୍ତା ଜନକ, ଭାରତ ପାଇଁ ଭୟର କାରଣ ନାହିଁ: ପୁନାଓ୍ବାଲା…

ନୂଆଦିଲ୍ଲୀ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୁଧବାର କହିଛନ୍ତି...

Advertisement
Archives

Model This Week