ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ୱର,୧୪।୧୧(ସତ୍ୟଜିତ୍‌ ରାଉତ): ଧମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ ସୋମବାର ଗିରଫ କରିଛି। ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଅଞ୍ଚଳରେ ଅଭିଯୁକ୍ତା ମୌସୁମୀଙ୍କ ଘର। ଲେଖିକା ବନସ୍ମିତା ପତିଙ୍କ ଏତଲା ଆଧାରରେ ପୋଲିସ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ମୌସୁମୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଗତ ୬ ମାସ ତଳେ ମୌସୁମୀ ଶେୟାର ମାର୍କେଟ୍‌ରେ ବିନିଯୋଗ କରିବାକୁ ବନସ୍ମିତାଙ୍କୁ ୫.୦୮ ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ପରେ ମୌସୁମୀ ଉକ୍ତ ସମାନ ପରିମାଣର ଟଙ୍କା ଫେରସ୍ତ ନେଇଥିଲେ। ଏହାପରେ ବନସ୍ମିତାଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବାକୁ ଧମକ ଦେବା ଆରମ୍ଭ କରିଥିଲେ। ଟଙ୍କା ନ ଦେଲେ ସେ ତାଙ୍କୁ ବଦନାମ କରିବେ ବୋଲି ଧମକ ଦେଇଥିଲେ। ଏନେଇ ବନସ୍ମିତା ଗତ ସେପ୍ଚେମ୍ବରରେ ଇନ୍‌ଫୋସିଟି ଥାନାରେ ମୌସୁମୀଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗର ତଦନ୍ତ ସମୟରେ ମୌସୁମୀ ଆଗକୁ ଏପରି କୌଣସି କାର୍ଯ୍ୟ କରିବେ ନାହିଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ମୌସୁମୀ ଚନ୍ଦକା ଥାନାରେ ବନସ୍ମିତାଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରାଇବା ସହ ଗଣମାଧ୍ୟମରେ ତାଙ୍କ ସହ ପରିବାର ବିରୋଧରେ ଟିପ୍ପଣୀ ଦେଇଥିଲେ। ଏଥିସହ ବନସ୍ମିତା ଓ ତାଙ୍କ ପରିବାର ଲୋକଙ୍କୁ ମୌସୁମୀ ପୁଣି ହତ୍ୟା ଧମକ ଦେବା ଆରମ୍ଭ କରିଥିଲେ। ବନସ୍ମିତାଙ୍କୁ ଏକ ଗାଡ଼ି ସବୁବେଳେ ପିଛା କରିବା ସହ ଧମକପୂର୍ଣ୍ଣ ମେସେଜ୍‌ ମୋବାଇଲକୁ ଆସୁଥିବା ନେଇ ବନସ୍ମିତା ପୁଣି ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୋଲିସ ଅକ୍ଟୋବର ୨୮ରେ ଆଇପିସି ଦଫା ୩୮୫, ୨୯୪, ୫୦୬, ୫୦୭ରେ ଏକ ମାମଲା (ନଂ.୩୫୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତା ମୌସୁମୀଙ୍କୁ ଏହି ମାମଲାରେ ପୋଲିସ ୪୧ ସିଆର୍‌ପିସିରେ ନୋଟିସ୍‌ ଦେଇ ଛାଡ଼ିଥିଲା। ହେଲେ ସେ ଏହି ନୋଟିସକୁ ଉଲ୍ଲଂଘନ କରି ବନସ୍ମିତାଙ୍କ ବିରୋଧରେ ସମାନ ଆଚରଣ ପ୍ରଦର୍ଶନ ଜାରି ରଖିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି। ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ମୌସୁମୀ ଓଡ଼ିଆ ସିନେମା ‘ଗଡବଡ୍‌’, ୨୦୧୪ ଫିଅର୍‌ ଅଫ୍‌ ଦି ଇଅର୍‌, ଚୁମ୍‌କି ଏବଂ ହିନ୍ଦୀ ସେନେମା ‘ରକି ଔର୍‌ ରାନିକି ପ୍ରେମ୍‌ କହାନୀ’ରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?