ଗଜରା ପିନ୍ଧିଥିବାରୁ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ୧.୧୪ ଲକ୍ଷ ଜରିମାନା

ମେଲବୋର୍ନ,୯ା୯:ସାଧାରଣତଃ ଦକ୍ଷିଣ ଭାରତୀୟ ମହିଳାମାନେ କେଶରେ ଗଜରା ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ମାଲୟାଲମ ଅଭିନେତ୍ରୀ ନାଭ୍ୟା ନାୟାରଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ୧୫ ସେ.ମି. ଲମ୍ବା ମଲ୍ଲୀଫୁଲର ଗଜରା ପିନ୍ଧିଥିବାରୁ ଅଷ୍ଟ୍ରେଲିଆର ମେଲବୋର୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଉପରେ ୧୯୮୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧.୧୪ ଲକ୍ଷ ଟଙ୍କା)ର ଜରିମାନା କରାଯାଇଛି। ଅଷ୍ଟ୍ରେଲିଆରେ ମଲ୍ଲୀ ଫୁଲକୁ ନେଇ କଡ଼ା ନିୟମ ରହିଥିବାରୁ ନାଭ୍ୟାଙ୍କ ଉପରେ ଏହି ଜରିମାନା ହୋଇଛି।
ନିକଟରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ମାଲୟାଲୀ ଆସୋସିଏଶନ୍‌ ଦ୍ୱାରା ଆୟୋଜିତ ଓନମ ଉତ୍ସବରେ ଯୋଗଦେବାକୁ ନାଭ୍ୟା ଗତ ୬ରେ ମେଲବୋର୍ନ ଏୟାରପୋର୍ଟରେ ପହଞ୍ଚିଥିଲେ। ସେ କୋଚିରୁ ସିଙ୍ଗାପୁର ଦେଇ ମେଲବୋର୍ନରେ ପହଞ୍ଚିଥିଲେ। ତେବେ ମେଲବୋର୍ନ ଏୟାରପୋର୍ଟରେ ତାଙ୍କୁ ଅଟକାଯାଇଥିଲା ଏବଂ ମଲ୍ଲୀ ଫୁଲର ଗଜରା ପିନ୍ଧିଥିବାରୁ ତାଙ୍କ ଉପରେ ଜରିମାନା ଲଗାଯାଇଥିଲା। ସୋମବାର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇ ନାଭ୍ୟା କହିଛନ୍ତି, ଅଷ୍ଟ୍ରେଲିଆ ଆସିବା ପୂର୍ବରୁ ତାଙ୍କ ବାପା ତାଙ୍କ ପାଇଁ ମଲ୍ଲୀ ଫୁଲର ଗଜରା କିଣିଥିଲେ। ସେ ଏହାକୁ ୨ ଭାଗରେ କାଟିଥିଲେ। ଏହାର ଗୋଟିଏ ଭାଗକୁ ନାଭ୍ୟା କୋଚିରୁ ସିଙ୍ଗାପୁର ଯାତ୍ରା କରିବା ସମୟରେ ପିନ୍ଧିଥିଲେ। ତେବେ ସିଙ୍ଗାପୁରରେ ପହଞ୍ଚିବା ବେଳକୁ ଉକ୍ତ ଗଜରା ନଷ୍ଟ ହୋଇଯିବାରୁ ସେ ତାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ରେ ରଖିଥିବା ଅନ୍ୟ ଗଜରାଟିକୁ ପିନ୍ଧି ସିଙ୍ଗାପୁରରୁ ମେଲବୋର୍ନ ଆସିଥିଲେ, ଯେଉଁଠାରେ ତାଙ୍କ ଉପରେ ଜରିମାନା ଲଗାଯାଇଥିଲା। ସେ ଅଜ୍ଞତାବଶତଃ ନିୟମ ଭାଙ୍ଗିଥିବା ନାଭ୍ୟା କହିଛନ୍ତି। ୨୮ ଦିନ ମଧ୍ୟରେ ଜରିମାନା ଭରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, ଅଷ୍ଟ୍ରେଲିଆ ଏକ ଦ୍ୱୀପ ଦେଶ ହୋଇଥିବାବେଳେ ଏହାର ପରିସଂସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଏଠାକାର କୃଷି, ପରିବେଶ ଏବଂ ଜୈବ ବିବିଧତାକୁ ବିଦେଶୀ କୀଟପତଙ୍ଗ ଏବଂ ରୋଗରୁ ରକ୍ଷା କରିବା ପାଇଁ ମଲ୍ଲୀ ଫୁଲ ଭଳି ବିଭିନ୍ନ ସାମଗ୍ରୀ ଉପରେ ଅଷ୍ଟ୍ରେଲିଆରେ କଟକଣା ରହିଛି। ବିନା ଅନୁମତିରେ ଅନ୍ୟ ଦେଶରୁ ଅଷ୍ଟ୍ରେଲିଆକୁ ତାଜା ଫୁଲ, ଫଳ, ପନିପରିବା, ମସଲା ଆଦି ଜୈବିକ ପଦାର୍ଥ ଆଣିବା ଉପରେ କଡ଼ା ନିଷେଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri