ନୂଆବର୍ଷ ସେଲିବ୍ରେଶନ କରିବାକୁ ଦୁବାଇ ଯାଉଥିଲେ ଅଭିନେତା, ବିମାନବନ୍ଦରରୁ ଗିରଫ କଲା ପୋଲିସ

ମୁମ୍ବାଇ,୨୫।୧୨: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମାଲ ରସିଦ ଖାନଙ୍କୁ ବିମାନବନ୍ଦରରୁ ମୁମ୍ବାଇ ପୋଲିସ ଗିରଫ କରିଛି। କେଆରକେ ନିଜେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କେଆରକେ କହିଛନ୍ତି, ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ ଯାଉଥିଲେ ଏବଂ ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ଗିରଫ ପାଇଁ ଅଭିନେତା ସଲମାନ ଖାନଙ୍କ ହାତ ଥିବା କହିଛନ୍ତି।

କେଆରକେ ପୋଷ୍ଟ କରି ଲେଖିଛନ୍ତି , ମୁଁ ଗତ ଏକ ବର୍ଷ ହେଲା ମୁମ୍ବାଇରେ ଅଛି ଏବଂ ମୋର ସମସ୍ତ କୋର୍ଟ ତାରିଖ ପାଇଁ ମୁଁ ନିୟମିତ କୋର୍ଟକୁ ଯାଉଛି। ଆଜି ମୁଁ ନୂଆ ବର୍ଷ ପାଇଁ ଦୁବାଇ ଯାଉଥିଲି କିନ୍ତୁ ମୁମ୍ବାଇ ପୋଲିସ ମୋତେ ବିମାନବନ୍ଦରରେ ଗିରଫ କରିଛି। ପୋଲିସର ସୂଚନାନୁସାରେ, ମୁଁ ୨୦୧୬ର ଏକ ମାମଲାରେ ଜଡିତ ଅଛି। ସଲମାନ ଖାନ କହୁଛନ୍ତି ଯେ ତାଙ୍କ ଫିଲ୍ମ ଟାଇଗର ୩ ମୋ କାରଣରୁ ଫ୍ଲପ୍‌ ହୋଇଛି।

କେଆରକେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ଗଣମାଧ୍ୟମ ସଂଗଠନକୁ ମଧ୍ୟ ଏହି ପୋଷ୍ଟରେ ଟ୍ୟାଗ କରିଛନ୍ତି। ଅଭିନେତା ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି , ଯଦି କୌଣସି ପରିସ୍ଥିତିରେ ମୁଁ ପୋଲିସ ଷ୍ଟେସନ କିମ୍ବା ଜେଲରେ ମରିଯାଏ, ତେବେ ଆପଣ ସମସ୍ତେ ଜାଣିବା ଉଚିତ୍‌ ଯେ ଏହା ଏକ ହତ୍ୟା ଏବଂ ଆପଣ ସମସ୍ତେ ଜାଣନ୍ତି କିଏ ଦାୟୀ!

ଆପଣଙ୍କୁ କହିରଖୁଛୁ ଯେ, କେଆରକେ ୨୦୦୮ରେ ଫିଲ୍ମ ‘ଦେଶଦ୍ରୋହୀ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଏହା ପରେ ତାଙ୍କୁ କୌଣସିି ଫିଲ୍ମରେ ହିରୋ ଭାବରେ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri