ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି। ସେଥିମଧ୍ୟରୁ ସିରିୟଲ୍‌ ଶୁଟିଂ ଅନ୍ୟତମ। ସରକାର ଟିଭି ଶୋ’ର ନିର୍ମାତାଙ୍କୁ ଶୁଟିଂ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏଥିପାଇଁ କଡ଼ା ନିୟମ ମଧ୍ୟ ଜାରି କରାଯାଇଛି। ଏହି ନିୟମକୁ କ୍ରୁର ସମସ୍ତ ସଦସ୍ୟ ପାଳନ କରିବା ଜରୁରୀ। ତେବେ ଏହି ନିୟମ ପାଳନ କରି କିଛି ଟିଭି ଶୋ’ର ଶୁଟିଂ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ପ୍ରୋମୋ ମଧ୍ୟ ରିଲିଜ୍‌ କରାଯାଇଛି। ଇତିମଧ୍ୟରେ ସବୁ ନିୟମ ପାଳନ କରିବା ସତ୍ତ୍ୱେ ମଧ୍ୟ ‘ଏକ ମହାନାୟକ-ଡା ବିଆର ଆମ୍ବେଦକର’ଙ୍କ ଶୁଟିଂକୁ ଅଧାରୁ ବନ୍ଦ କରିବାକୁ ପଡ଼ିଛି। କାରଣ ଶୋ’ର ଜଣେ ଅଭିନେତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଶୋ’ରେ ବିଆର ଆମ୍ବେଦକରଙ୍କ ବାପାଙ୍କ ଚରିତ୍ରରେ ଅଭିନୟ କରୁଥିବା ଜଗନ୍ନାଥ ନିମ୍ଭଗୁଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଚିହ୍ନଟ କରାଯାଉଥିବା ଜଣାପଡ଼ିଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରୋଡକ୍ସନ ହାଉସ୍‌ ନିଜ ବୟାନରେ କହିଛି। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ପାଳନ କରଯାଇଛି। ଏହା ସତ୍ତ୍ୱେ କରୋନା ପଜିଟିଭ୍‌ ବାହାରିବା ଏକ ଦୁର୍ଭଗ୍ୟପୂର୍ଣ୍ଣ ବୋଲି ପ୍ରୋଡକ୍ସନ ହାଉସ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଶୁଟିଂ ସେଟ୍‌କୁ ୩ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇ ସାନିଟାଇଜ୍‌ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁନିଶାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମି ନ ଥିବା ବେଳେ ମନୋରଞ୍ଜନଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ଖଣ୍ଡର ଅଭିନେତ୍ରୀ...

ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା...

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ହଂକଂକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ,୩୧।୮: ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ ଭାରତ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦...

ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବେଲା ଗୁରୁବାର ସୂଚନା ଦେଇଛନ୍ତି। ତେବେ ସୋନିଆଙ୍କର...

ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…

ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି...

ଅମିତାଭଙ୍କ ଏକ ଟୁଇଟ୍‌ ବଦଳାଇଦେଲା ୮ ବର୍ଷ ଝିଅର ଭାଗ୍ୟ

କୁହାଯାଏ, ପ୍ରତିଭା ଥିଲେ ତାହା ଆପେ ଆପେ ଲୋକ ଲୋଚନକୁ ଆସିଯାଏ। କୌଣସି ବିଧା ବିଘ୍ନ ତାହାକୁ ରୋକିପାରି ନ ଥାଏ। ଏମିତି କିଛି ଘଟିଛି...

ଆଇଟିଆର୍‌ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି।...

ଦ୍ୱିତୀୟ ସ୍ଥାନକୁ ଖସିଲା ଖୋର୍ଦ୍ଧା

ଭୁବନେଶ୍ୱର, ୧୭।୨ (ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସୁଛି। ଏଥିସହ ଦୈନିକ ସଂକ୍ରମଣରେ ସବୁବେଳେ ଶୀର୍ଷରେ ରହୁଥିବା ଖୋର୍ଦ୍ଧା...

Advertisement
Archives

Model This Week