ଡବଲ ହ୍ୟାଟ୍ରିକ୍‌

ଅଭିନେତା ବବି ମିଶ୍ର ଖୁବ୍‌ଶୀଘ୍ର ନୂଆ ରୂପରେ ଦେଖାଦେବେ। ଅବଶ୍ୟ ‘ଜୟଶ୍ରୀରାମ’ ଚଳଚ୍ଚିତ୍ରର ନାୟକ ସାଜିବା ପରେ ସେ ଅନେକ ସିନେମାରେ ଖଳନାୟକ, ଚରିତ୍ର ଅଭିନେତା, କମେଡି ଆଦି ରୋଲ୍‌ରେ ନିଜ ଦକ୍ଷତା ଦେଖାଇସାରିଛନ୍ତି। ହେଲେ ଏହାପୂର୍ବରୁ ସେ ଓଡ଼ିଆ ଆଲବମ୍‌ ଜଗତରେ ସେ କେତେ ସୁନାମ ଅର୍ଜନ କରିଛନ୍ତି ତାହା କହିବା ବାହୁଲ୍ୟ। ଏବେ ସେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଛନ୍ତି। ତାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଫ୍ଲପ୍‌ ସିନେମା’ର ପୋଷ୍ଟ ପ୍ରଡକ୍ସନ କାମ ଚାଲୁ ରହିଛି। ବର୍ତ୍ତମାନ ସେ ସିରିଜ ସିନେମାର ନିର୍ମାଣ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ବବି କହନ୍ତି, ‘ମୋର ହୋମ ବ୍ୟାନର ‘ବବି ମିଶ୍ର ଏଣ୍ଟରଟେନମେଣ୍ଟ’ରେ ଏକାଥରେ ଛଅଟି ସିନେମା ନିର୍ମାଣ କରିବାକୁ ଯୋଜନା କରିଛି। ଖୁବ୍‌ଶୀଘ୍ର ଏକାଥରେ ଦୁଇଟି ସିନେମାର ଶୁଟିଂ ଆରମ୍ଭ ହେବ। ଗୋଟିଏ ସିନେମା ‘ଭିଲିଆନ୍‌’ର ନିର୍ଦ୍ଦେଶନା ଦେବେ ନିରଞ୍ଜନ ବେହେରା ଏବଂ ଅନ୍ୟ ଅନଟାଇଟଲଡ ଫିଲ୍ମର ଏହି ଦାୟିତ୍ୱ ତୁଲାଇବେ ଆଗଧାଡିର ନିର୍ଦ୍ଦେଶକ ଅଶୋକ ପତି। ଅନ୍ୟପକ୍ଷରେ ଅବଶିଷ୍ଟ ସିନେମା ବିଷୟରେ ସବିଶେଷ ତଥ୍ୟ ମୁଁ ଖୁବ୍‌ଶୀଘ୍ର ଘୋଷଣା କରିବି।’ ତାଙ୍କ ଦ୍ୱାରା ପ୍ରଯୋଜିତ ‘ଫ୍ଲପ ସିନେମା’ ଏବଂ ପ୍ରାରମ୍ଭିକ କାମ ଚାଲିଥିବା ‘ଭିଲିଆନ୍‌’ର ସଙ୍ଗୀତ ଦାୟିତ୍ୱ ତୁଲାଇଛନ୍ତି ଅଭିଜିତ ମଜୁମଦାର। ତେବେ ଜଣେ ଅଭିନେତା ଭାବରେ ସିନେପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବବି ପ୍ରଯୋଜକ ଭାବରେ ସଫଳତା ହାସଲ କରିବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri