ସକ୍ରିୟ ମାମଲା ୨ ହଜାର ଉପରେ…

ନୂଆଦିଲ୍ଲୀ, ୨୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଭାରତରେ ସଂକ୍ରମଣ ହେବାର କୌଣସି ଆଶଙ୍କା ନ ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଭିଡ଼େରେ ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ସରକାର ଚିନ୍ତାରେ ରହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ଶହେ ଉପରେ ରହିଛି। ଏହା ୧୮୦ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ବଢ଼ି ୨ ହଜାର ରହିଛି। ଏହା ୨ ହଜାର ୯୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୦୬ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୬୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୫ ହଜାର ୭୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୨ ହଜାର ୯୪୫ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୧୩।୪ : ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଏହାର ପ୍ରଭାବ...

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା...

ଭଗବାନ୍‌ ‘ଶିବ’ଙ୍କ ଶରଣରେ ମେହବୁବା ମୁଫ୍‌ତି

ଶ୍ରୀନଗର,୧୬।୩: ପିଡିପି ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚର ଏକ ଶିବ ମନ୍ଦିର ଦର୍ଶନ କରିଛନ୍ତି। ସେ ଶିବଲିଙ୍ଗ ଉପରେ...

୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ସରେ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌...

ମିନେରାଲ ବଦଳରେ ଗ୍ରାହକଙ୍କୁ ଏସିଡ୍‌ ଦେଲେ ଦୋକାନୀ

କୁଲଗାମ(କଶ୍ମୀର),୯।୬ : ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ଜଣେ ତହସିଲଦାର ବୁଧବାର ଏକ ଦୋକାନରୁ ମିନେରାଲ ପାଣି ବୋତଲ କିଣିଥିଲେ। କିନ୍ତୁ ପାଣି ବଦଳରେ ଭୁଲ...

ଓମିକ୍ରନ୍‌ ଆତଙ୍କ, ୫ ରୁ ୧୪ ବର୍ଷ ବୟସ୍କ ପିଲାଙ୍କ ପାଇଁ ଅଧିକ ବିପଦ…

ଜେନେଭା,୮।୧୨: ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟର ବାତାବରଣ ଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପିଲାମାନଙ୍କଠାରେ ସଂକ୍ରମଣ...

ପାଞ୍ଚ ନୁହେଁ କାରରେ ଥିଲେ ଅଞ୍ଜଳିଙ୍କ ଚାରି ଜଣ ହତ୍ୟାକାରୀ

ନୂଆଦିଲ୍ଲୀ,୬ ।୧: ରାଜଧାନୀ ଦିଲ୍ଲୀର ସୁଲତାନପୁରୀ କାଂଞ୍ଝେୱଲା ଅଞ୍ଚଳରେ ୨୦ ବର୍ଷୀୟା ଅଞ୍ଜଳିଙ୍କ ସ୍କୁଟିକୁ ଧକ୍କା ଦେଇ ପରେ ତାଙ୍କ ଶରୀରକୁ ଘୋଡାଷି ନେବା ଘଟଣାରେ...

ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ଜେଏନ୍‌ୟୁ ଛାତ୍ର ଅଭିଯୁକ୍ତ ଉମର ଖାଲିଦଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର କର୍କାଡୋମା...

Advertisement
Archives

Model This Week