Posted inଜାତୀୟ

ପୁଣି ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ, ଏଚ-୩ ଏନ-୨ ନେଇ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୭।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୨ ଶହ ଉପରେ ରହିଛି। ଏହା ୨୬୬ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୨୧୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ଅଢ଼େଇ ହଜାର ଉପରେ ରହିଛି। ଏହା ୨ ହଜାର ୯୭୦ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୯୦୧ ଥିଲା। ସେହିପରି ୨୪ ଘଣ୍ଟାରେ ୧୯୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୭୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୭୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୮ ହଜାର ୩୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୪ ହଜାର ୬୨୨ଜଣ ସୁସ୍ଥ ହୋଇ ସାରିଛନ୍ତି।
କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଅନୁଯାୟୀ, ଏହି ରୋଗ ଅନେକଙ୍କ ପାଇଁ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ବାୟୁ ପ୍ରଦୂଷଣ ଥିବା ବ୍ୟକ୍ତିମାନଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ସହିତ ଜ୍ୱର ସୃଷ୍ଟି ହୋଇଥାଏ। ଏଥିରୁ ସୁରକ୍ଷା ପାଇଁ ପାଣି ଏବଂ ସାବୁନରେ ନିୟମିତ ଭାବେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା, ନାକ ପାଟି ନ ଛୁଇଁବା, କାଶ ଏବଂ ଛିଙ୍କିବା ସମୟରେ ନାକ ଓ ପାଟିକୁ ସଠିକ ଭାବରେ ଘୋଡାଇବା ଉପରେ ଆଇସିଏମ୍‌ଆର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଚୁର ପରିମାଣର ତରଳ ପଦାର୍ଥ ପିଇବାକୁ ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ହେଲେ ପାରାସିଟାମୋଲ ଖାଇବାକୁ କୁହାଯାଇଛି। ସେହିପରି କରମର୍ଦ୍ଦନ ନ କରିବାକୁ ,ସର୍ବସାଧାରଣରେ ଛେପ ନ ପକାଇବାକୁ, ଅନ୍ୟମାନଙ୍କ ପାଖରେ ବସି ନ ଖାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ କେସିଆର୍‌ଙ୍କ ଦ୍ୱାରା ପରିଚାଳିତ ହେଉଛି ଭାଜପା: କଂଗ୍ରେସ

ହାଇଦ୍ରାବାଦ,୨।୮: ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୁନମ ପ୍ରଭାକର ଗୌଡ ଶୁକ୍ରବାର କହିଛନ୍ତି ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା...

ହିନ୍ଦୁତ୍ୱ ଏକ ସଂସ୍କାର, ମୋଦି-ଶାହାଙ୍କ ଘରେ ପାଠ କରାଯାଉ ହନୁମାନ ଚାଳିସା ପାଠ, କହିଲା ଶିବସେନା…

ମୁମ୍ବାଇ, ୨୫।୪ : ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶିବସେନାର ମୁଖପତ୍ର...

ଶ୍ରଦ୍ଧା ହତ୍ୟା ମାମଲା: ଶରୀରରେ ଅନେକ କ୍ଷତ ଚିହ୍ନ, ଯାଞ୍ଚ କରୁଛି ୩ ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୮ ।୧୧: ଶ୍ରଦ୍ଧା ହତ୍ୟାକାଣ୍ଡରେ ଏମିତି କିଛି କଥା ବେଳେକୁ ବେଳ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ମନକୁ ଦୋହଲାଇ ଦେଉଛି । ଆଫତାବଙ୍କ ବର୍ବରତା...

୧୮ଫାର୍ମା କମ୍ପାନୀ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୮।୩: ନକଲି ଏବଂ ନିମ୍ନ ମାନର ଔଷଧ ଉତ୍ପାଦନ ପାଇଁ ଭାରତ ସରକାର ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ କମ୍ପାନୀଗୁଡ଼ିକୁ...

ସିନ୍ଧେ ଗୋଷ୍ଠୀଙ୍କୁ ନେଇ ମହାରାଷ୍ଟ୍ରରେ ସରକାର ଗଢିପାରେ ଭାଜପା: ଦିଲ୍ଲୀ ଗଲେ ଫଡନଭୀସ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ଶିବସେନା ବିଦ୍ରୋହୀ ସିନ୍ଧେ ଗୋଷ୍ଠୀଙ୍କୁ ନେଇ ରାଜ୍ୟରେ ଭାଜପା ସରକାର ଗଢିବ ବୋଲି ଚର୍ଚ୍ଚା ହେଉଛି।...

ରାମ ନବମୀ ଶୋଭାଯାତ୍ରା: ୪ ରାଜ୍ୟରେ ହିଂସାକାଣ୍ଡ

ନୂଆଦିଲ୍ଲୀ,୧୧।୪: ରବିବାର ରାମ ନବମୀ ଶୋଭାଯାତ୍ର ବେଳେ ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ହିଂସାକାଣ୍ଡ ଘଟିଛି। ଏପରିକି ଘଟଣାସ୍ଥଳରେ ପୋଡାଜଳା ସହ ପଥର...

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର...

ଗଗନୟାନ ମିଶନ: ପ୍ରଥମ ପର୍ଯ୍ୟାୟରେ ୧୦ ପାଇଲଟ୍‌ଙ୍କୁ ଚୟନ କଲା ଭାରତୀୟ ବାୟୁସେନା

ଶ୍ରୀହରିକୋଟା,୯।୯: ଭାରତର ଗଗନୟାନ ମିଶନ ପାଇଁ ୧୦ ପାଇଲଟଙ୍କୁ ବାୟୁସେନା ଚୟନ କରିଛି। ଏହି ମିଶନ ଅନ୍ତର୍ଗତ ୩ ଜଣ ପାଇଲଟ ୭ ଦିନ ଧରି...

Advertisement
Archives

Model This Week