ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୨୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ଶହେ ଉପରେ ରହିଛି। ଏହା ୧୮୪ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୨୧୪ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ବଢ଼ି ୨ ହଜାର ରହିଛି। ଏହା ୨ ହଜାର ୨୨୯ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୧୪୯ ଥିଲା। ସେହିପରି ୨୪ ଘଣ୍ଟାରେ ୧୦୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୫୪ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୭୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୬ ହଜାର ୨୦୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୩ ହଜାର ୨୦୩ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କୁ ବିଜୟନଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୩।୨ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଶାହା କେରଳରେ କି...

ସି-୧୩୦ଜେ ସୁପର ହରକ୍ୟୁଲେସ ଏୟାରକ୍ରାପ୍ଟରୁ ଲ୍ୟାଣ୍ଡ କରି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ ପାଇଁ ଉତ୍ତରପ୍ରଦେଶ ଆସୁଛନ୍ତି । ମୋଦି ଲାକହିଡ ମୋର୍ଟିନ...

୫ ମାସର ଶିଶୁକନ୍ୟାଙ୍କୁ ଦିଆଯିବ ୧୬ କୋଟି ଟଙ୍କାର ଇଞ୍ଜେକଶନ: ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ହସ୍ପିଟାଲରେ ଚିକିତ୍ସତ ହେଉଥିବା ୫ ମାସର ଶିଶୁ କନ୍ୟା ତୀରା କାମତଙ୍କ ଜୀବନ ରକ୍ଷା ହେବାର ଆଶା ସଞ୍ଚାର ହୋଇଛି। ତୀରା ଏସ୍‌ଏମ୍‌,-ଟାଇପ୍‌୧...

କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

କଶ୍ମୀରକୁ ନେଇ ମୂଲ୍ୟହୀନ କଥା କହୁଛି ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଭାରତ ପ୍ରତି ଯେଉଁ ମନୋଭାବ ପୋଷଣ କରୁଛି ତାକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।...

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୫।୭: ପଞ୍ଜାବ କ୍ୟାବିନେଟର ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଟୁଇଟ୍‌...

ଭାରତରେ ୧୧୭୩ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୩୨

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା...

କେନ୍ଦ୍ରୀୟ ସିଟ୍‌ ଆବଣ୍ଟନ ପ୍ରକ୍ରିୟା ପରିଚାଳନା କରିବ ରାଉରକେଲା ଏନ୍‌ଆଇଟି :ଏନ୍‌ଆଇଟି, ଆଇଆଇଆଇଟିରେ ୟୁଜି ନାମଲେଖା

ନୂଆଦିଲ୍ଲୀ,୧୨।୯(ପି.ଟି.): ଚଳିତ ବର୍ଷ ଦେଶର ବିଭିନ୍ନ ଏନ୍‌ଆଇଟି, ଆଇଆଇଇଏସ୍‌ଟି, ଆଇଆଇଆଇଟି ଏବଂ ସ୍କୁଲ୍‌ ଅଫ୍‌ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚରରେ ବିଭିନ୍ନ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ...

Advertisement
Archives

Model This Week