ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡରଶିପ୍‌ ଆୱାର୍ଡ’

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ଓ୍ବାଲର୍‌ଡ ସିଏସ୍‌ଆର୍‌ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡର୍‌ଶିପ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍‌ଏଡ୍‌ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ଶୁଭେନ୍ଦୁ କୁମାର ରାୟ ଓ ବି.ଏନ୍‌. ଦୁର୍ଗା ଏହି ସମ୍ମାନ ଗ୍ରହଣ କରିଥିଲେ। କୋଭିଡ୍‌ ସମୟରେ ଦେଶରେ ପ୍ରାୟ ୮୦ ଲକ୍ଷ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ଆକ୍ସନ ଏଡ୍‌। ଏଥିସହ ଓଡିଶାର ୨୨ ଜିଲାରେ ୬ ହଜାର ଗ୍ରାମର ୬ ଲକ୍ଷ ଜନସାଧାରଣଙ୍କୁ ରାଶନ, ମାକ୍ସ, ଅକ୍ସିମିଟର, ଥର୍ମୋମିଟର ବିତରଣ ସହ ସରକାରୀ ହସ୍ପିଟାଲକୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର, ୧୨ ଜିଲାରେ ଟିକାକରଣ ଅଭିଯାନ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିବା ସହ ଟିକାକରଣରେ ସହଯୋଗ ପ୍ରଦାନ କରିଛି। ଶ୍ରମିକଙ୍କ ଅଧିକାର ସୁରକ୍ଷା, ଶିଶୁ ଓ ମହିଳାଙ୍କ ଅଧିକାରକୁ ନେଇ ମଧ୍ୟ ସଂଗଠନ କାର୍ଯ୍ୟ କରୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍‌

ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...

ସାମାଜିକ ଦୂରତ୍ୱ ଉଲ୍ଲଂଘନ: ପୋଲିସ ଅସହାୟ

ପୁରୀ ଅଫିସ,୨୩ା୫: ମହାମାରୀ କରୋନା ହୁ ହୁ ହୋଇ ମାଡ଼ୁଛି। ଏହାକୁ କିପରି ମୁକାବିଲା କରାଯାଇପାରିବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ ଗାଇଡ୍‌ଲାଇନ ଅନୁସାରେ...

CORONAVIRUS UPDATE: ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସକାଳେ ଆଉ ୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

କଠୋର ହେଲା ବିଏମ୍‌ସି

ଭୁବନେଶ୍ୱର,୪।୧୦: ଆଗକୁ ଆସୁଛି ଶୀତ ଋତୁ। ଶୀତରେ କରୋନା ସଂକ୍ରମଣ ବଢିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପୁଣି କୋଭିଡ୍‌ କଟକଣାକୁ କଠୋର କରିଛିି।...

ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ

ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ।...

ଡିଲ୍‌ ବେଳେ ଶିକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,(ବ୍ୟୁରୋ)/ସୋନପୁର, (ନି.ପ୍ର.)୧୪ା୧୦:ରାଜ୍ୟରେ ବନ୍ୟପ୍ରାଣୀ ଶିକାର ବିରୋଧରେ କଠୋର ଆଇନ ବ୍ୟବସ୍ଥା ରହିଛି। ହେଲେ କଡ଼ା ଆଇନ ଓ କଟକଣା ସତ୍ତ୍ୱେ ବନ ବିଭାଗ ବନ୍ୟପ୍ରାଣୀ ଶିକାରକୁ...

ରହସ୍ୟ ଘେରରେ ଦୈତ୍ୟରାଜଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତି ନିକଟ ଏକ ଖାଲ ସ୍ଥାନରୁ ଗୁରୁବାର ନାବାଳକ ଦୈତ୍ୟରାଜ ନାୟକଙ୍କ ମୃତଦେହ ମିଳିବା ଘଟଣାରେ ରହସ୍ୟ ବଢ଼ିବାରେ...

ଜଳଲାଗି କଲେ ୫ଶହରୁ ଊର୍ଦ୍ଧ୍ୱ ଗୋପାଳ

ଆରଡ଼ି,୧୯।୪(ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ବୈଶାଖ ମାସର ପ୍ରଥମ ସୋମବାର ୫ଶହରୁ ଊର୍ଦ୍ଧ୍ୱ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିରରେ ପହଡ଼...

Advertisement
Archives

Model This Week