ନିୟମ ଭାଙ୍ଗୁଥିବା ବାର୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୯।୧୦(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଥିବା ବାର୍‌ଗୁଡ଼ିକ ବିଭିନ୍ନ ସମୟରେ ନିୟମ ଭାଙ୍ଗୁଛନ୍ତି। ବିଶେଷକରି ଡ୍ୟାନ୍ସବାର୍‌ଗୁଡ଼ିକ ନିର୍ଦ୍ଧାରିତ ସମୟରେ ବନ୍ଦ ନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଛନ୍ତି। ଯୁବତୀଙ୍କୁ ନଚାଯିବା ସହ ଗ୍ରାହକଙ୍କୁ ମଦ ପରଷା ଯାଉଛି। ଅଶୋକ ନଗରସ୍ଥିତ ରଙ୍ଗିଲା ଡ୍ୟାନ୍ସ ବାର୍‌ରେ ପୂର୍ବରୁ କାମ କରୁଥିବା ଦୁଇ ଯୁବତୀ ପରଦା ପଛର ସତ ସାମ୍ନାକୁ ଆଣିବା ପରେ ଅବକାରୀ ବିଭାଗ ତତ୍ପର ହୋଇଉଠିଛି। ପାର୍ବଣ ପାଇଁ ବାର୍‌ ଉପରେ ଚଢ଼ାଉ କରିବାକୁ ଭୁବନେଶ୍ୱର ଅବକାରୀ ପକ୍ଷରୁ ରବିବାର ୩ଟି ଟିମ୍‌ ଗଠନ ହୋଇଛି। ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ ରବିବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଟିମ୍‌ଗୁଡ଼ିକ ବିଳମ୍ବିତ ରାତିରେ ଡ୍ୟାନ୍ସ ବାର୍‌କୁ ଯାଇ ଅଚାନକ ଚଢ଼ାଉ ସହ ଚେକିଂ କରିବ। ସନ୍ଦେହ ହେଲେ ସେଠାରୁ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଜବତ କରାଯିବ। ନିୟମ ଉଲ୍ଲଂଘନ କରୁଥିବା ଜଣାପଡ଼ିଲେ ଉକ୍ତ ବାର୍‌ର ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଅବକାରୀ ବିଭାଗର ଏଭଳି ହଠାତ୍‌ ଚେତା ପଶିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରି କି ପୋଲିସ ଓ ଅବକାରୀ ଅଧିକାରୀଙ୍କ ଜାଣତରେ ବାର୍‌ଗୁଡ଼ିକ ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ଅଭିଯୋଗ ହେଉଛି। ରାଜଧାନୀରେ ଥିବା ବାର୍‌ଗୁଡ଼ିକ ରାତି ୧୨ଯାଏ ଖୋଲିବାକୁ ଅନୁମତି ରହିଛି। କିଛି ବାର୍‌ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ନେଇଛନ୍ତି। ହେଲେ ଏହି ନିୟମକୁ କିଛି ବାର୍‌ମାଲିକମାନେ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ୧୮ଟି ଡ୍ୟାନ୍ସ ବାର୍‌ ସମେତ ମୋଟ ୭୦ଟି ବାର୍‌ ରହିଛି। ତେବେ ରଙ୍ଗିଲା ବାର୍‌ ସମେତ ଏକାଧିକ ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗ ଆଣିଥିବା ଯୁବତୀଦ୍ୱୟ ଗଣମାଧ୍ୟମ ସାମ୍ନାରେ ସତ ସାମ୍ନାକୁ ଆଣିଥିଲେ। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲାରେ ମଧ୍ୟ ବାର୍‌ ଚର୍ଚ୍ଚାକୁ ଆସିଥିଲା। ବାର୍‌ରେ ନାବାଳିକାଙ୍କୁ ଡ୍ୟାନ୍ସର ଭାବେ ନିୟୋଜିତ କରାଯାଉଥିବା ଅଭିଯୋଗ ପରେ ଗତ ଅଗଷ୍ଟରେ ଅବକାରୀ ବିଭାଗ କଟକ ରୋଡସ୍ଥିତ ୮ଟି ଡ୍ୟାନ୍ସ ବାର୍‌ରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri