ପିପିଇ କିଟ୍‌ ପିନ୍ଧି ଅଭିଯୁକ୍ତଙ୍କୁ ବାନ୍ଧି ନେଲେ ପୋଲିସ ବାବୁ…

ଜବଲପୁର,୧୩।୪: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କରୋନା ପଜିଟିିଭ୍‌ ଏବଂ କରୋନା ନେଗେଟିଭ୍‌ ଦୁଇ ଅଭିଯୁକ୍ତଙ୍କୁ ଜଣେ ପୋଲିସ ବାବୁ ପିପିଇ କିଟ୍‌ ପିନ୍ଧି ବାନ୍ଧି ନେଉଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ସେମାନଙ୍କ ବିରୋଧରେ ଚୋରି ଅଭିଯୋଗ ହୋଇଥିଲା। ହ୍ୟାଣ୍ଡକଫ୍‌ରେ ଦୁଇ ଚୋର ରାସ୍ତାରେ ଚାଲି ଚାଲି ଆଗରେ ଯାଉଥିବାବେଳେ ପୋଲିସ ବାବୁ ପିପିଇ କିଟ୍‌ ପିନ୍ଧି ପଛରେ ଆସୁଥିବା ଦେଖିବାକୁ ମିଳୁଛି। ଘଟଣାଟି ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି। ସ୍ଥାନୀୟ ଜିଆର୍‌ପି ଥାନା ପକ୍ଷରୁ ଏଭଳି କରାଯାଇଛି। ଭିଡ଼ିଓ ଭାଇରାଲ ହେବା ପରେ ଜିଆରପିର ଉଚ୍ଚ ଅଧିକାରୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି। ଅଭିଯୁକ୍ତମାନଙ୍କୁ କାହିଁକି ରାସ୍ତାରେ ଚଳାଇ ଚଳାଇ ନିଆଯାଉଥିଲା ସେ ନେଇ ଜବାବ ତଲବ କରାଯାଇଛି। ଜିଆରପି ପୋଲିସ ପକ୍ଷରୁ କୁହାଯାଇଛି ଯେ, ରାସ୍ତାରେ ଗାଡ଼ି ଖରାପ ହୋଇଯାଇଥିବାରୁ ଏଭଳି ଘଟିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଅଭିଯୁକ୍ତଙ୍କ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବାବେଳେ ଅନ୍ୟ ଜଣଙ୍କ ରିପୋର୍ଟ ନେଭେଟିଭ୍‌ ଆସିଥିଲା। ଦୁହିଁଙ୍କୁ ଗୋଟିଏ ହ୍ୟାଣ୍ଡକଫ୍‌ରେ ବାନ୍ଧି ଦିଆଯାଇ ରାସ୍ତାରେ ଚଳାଇ ଚଲାଇ ଜେଲକୁ ନିଆଯାଇଥିଲା। ଏହାର ୫୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହୀଦ

ରାଜୌରି,୧୧।୬: ଜମ୍ମୁ-କଶ୍ମୀରର ରାଜୌରି ସେକ୍ଟଟରରେ ପାକିସ୍ତାନ ପଟରୁ ଅସ୍ତ୍ର ବିରତି ଉଲ୍ଲଂଘନ ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ପଟରୁ...

ଗେହଲଟ-ପାଇଲଟଙ୍କୁ ପରାମର୍ଶ ଦେଲେ ଥରୁର…

ଜୟପୁର,୨୧।୧ : କଂଗ୍ରେସ ନେତା ଶଶି ଥରୁର ଶନିବାର କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର କିଛି ନା କିଛି ଗୋଷ୍ଠୀ କନ୍ଦଳ ରହିଛି। କିନ୍ତୁ...

ରାହୁଲଙ୍କ ଅଧ୍ୟକ୍ଷ ହେବାକୁ ନେଇ ୯୯.୯୯ ପ୍ରତିଶତ ସଦସ୍ୟ ରାଜି: ସୁର୍ଜେଓ୍ବାଲା

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏହାକୁ ନେଇ ଦଳରେ ସେତେବେଳେ...

ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର

ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ, କୃଷକ...

ୟୁପିରେ ପୁଣି ଯୋଗୀ ସରକାର: ବିଧାୟକ ଦଳର ନେତା ନିର୍ବାଚିତ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ସରକାର ଶାସନ କରିବେ। ଗୁରୁବାର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ...

ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର: ଶଶି ଥରୁର୍‌

ନୂଆଦିଲ୍ଲୀ, ୨୨।୯:ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଯେତେବେଳେ ମୋଦି ଭାରତର ପ୍ରତିନିଧି ହିସାବରେ ବିଦେଶ...

‘ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଦକ୍ଷ ନେତା ନୁହନ୍ତି’

ନୂଆଦିଲ୍ଲୀ,୩୦।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଜଣେ ଦକ୍ଷ ନେତା ନୁହନ୍ତି। ଏଭଳି କହି ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।...

‘ଶଶି ଥରୁରଙ୍କୁ ମୋ ସହ ତୁଳନା କର ନାହିଁ’

ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଖୁବ୍‌ କମ୍‌ ସମୟ ରହିଛି। ଦୁଇ ପ୍ରାର୍ଥୀ ଶଶି ଥରୁର ଏବଂ ମଲିକାର୍ଜୁନ ଖାର୍ଗେ ଜୋରସୋରରେ ପ୍ରଚାର...

Advertisement
Archives

Model This Week