କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ବଲାଙ୍ଗୀର ଅଫିସ,୧୨ା୩: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି। ପୂର୍ବରୁ ବଲାଙ୍ଗୀର ଜିଲା ପାଟଣାଗଡ ଉପକାରାଗାର ଭିତରୁ ଫେରାର ମାରିବା ଉଦ୍ୟମ କରିବା ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଜିଲା କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଉପକାରାଗାରରୁ ଫେରାର ମାରିବା ଉଦ୍ୟମ ମାମଲା ନେଇ ଅଭିଯୁକ୍ତଙ୍କୁ ପାଟଣାଗଡ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇ ପରେ ତାଙ୍କୁ ପୁଣି ଥରେ ବଲାଙ୍ଗୀର ଜିଲା କାରାଗାରକୁ ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୀର୍ଘ ୪ ବର୍ଷ ପରେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରାଯାଇଥିଲା। ତାଙ୍କ ବିରୋଧରେ ଆଇପିସି ୩୦୨, ୩୦୭, ୨୦୧ ଏବଂ ସେକ୍‌ସନ ୩/୪ ଏକ୍ସପ୍ଲୋସିଭ ଆକ୍ଟରେ ଚାର୍ଜଫ୍ରେମ୍‌ କରାଯାଇଥିଲା। ଚାର୍ଜଫ୍ରେମ୍‌ ପାଇଁ ବୁଧବାର ଅଭିଯୁକ୍ତଙ୍କୁ ପାଟଣାଗଡ ଏଡିଜେ କୋର୍ଟରେ ହାଜର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ଜାତୀୟସ୍ତରକୁ ଗଲେ ସାଇନା, ଅଙ୍କିତା, ଦେବୀପ୍ରସାଦ, ଅନୁବ୍ରତ

ବାଲେଶ୍ୱର ଅଫିସ, ୨୦।୫-ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ପକ୍ଷରୁ ଆୟୋଜିତ ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୮ଟି...

ଚାର୍ଜଶିଟ୍‌ ଦାଖଲ କଲା ପୋଲିସ

ଭୁବନେଶ୍ୱର,୧୪।୬(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର...

ମିନି ବସ ଦୁର୍ଘଟଣା: ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ରାଉରକେଲା ଅଫିସ,୨୭।୧୨: ୧୪୩ ନଂ. ଜାତୀୟ ରାଜପଥ ରାଉରକେଲା ବାଲୁଘାଟ ଡାକବଙ୍ଗଳା ନିକଟରେ ରବିବାର ହୋଇଥିବା ମିନି ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି...

ଜିଲାରେ ହେବ ପଛୁଆବର୍ଗଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ

ମାଲକାନଗିରି,୫ା୪(ଡି.ଏନ୍‌.ଏ.): ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ନିମନ୍ତେ ମଙ୍ଗଳବାର ସ୍ଥାନୀୟ...

ଗଞ୍ଜାମରେ କଂଗ୍ରେସର ବାଇକ ରାଲି: ବନ୍ଦପାଳନ ଶାନ୍ତିପୂର୍ଣ୍ଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ...

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା...

ପିସି କାରବାରରେ ବନ୍ଧା ପିଏମ୍‌ଜିଏସ୍‌ୱାଇ

ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍‌ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ...

ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୯।୪: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ବୁଲୁ...

Advertisement
Archives

Model This Week