ଗତ କିଛିଦିନ ହେଲା ସଂଗ୍ରାମ ଗାଁ ରେ ଆତଙ୍କରାଜ ଚଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ମହିଳା ଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବାସହ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ତାଙ୍କ ସ୍ବାମୀ ଓ ଦେଢ଼ଶୁର ପ୍ରତିବାଦ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଖଣ୍ଡା ଧରି ଗାଁ ରେ ମାର୍ଚ୍ଚିଂ କରିଥିଲେ। ଏନେଇ ଗ୍ରାମବାସୀ ମେଳି ବାନ୍ଧି ଥାନାରେ ପହଞ୍ଚି ପୋଲିସ ନିକଟରେ ବୟାନ ଦେଇଥିଲେ।

