ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି…

ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ମାମଲା ନଂ.୨୨୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣଙ୍‌କ ହେଲେ ଗଞ୍ଜାମ ଜିଲା ପୋଲସରା ଥାନା ପଙ୍କଳବାଡ଼ି ଗାଁର ସଞ୍ଜୀବ ସ୍ବାଇଁ ଓରଫ ସଞ୍ଜୁ।

ଏକ ଭୋଜିରେ ଯୁବତୀଙ୍କ ସହ ସଞ୍ଜୟ ଙ୍କ ଦେଖାହେବା ପରେ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ସଞ୍ଜୁ ନିୟମିତ ଭାବେ ଯୁବତୀଙ୍କୁ ଫୋନ କରୁଥିଲେ। ସଞ୍ଜୟ ଯୁବତୀ ଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କୁ ବେଙ୍ଗାଲୁରୁ ନେଇଥିଲେ। ସେଠାରେ ଉଭୟେ ସ୍ବାମୀ – ସ୍ତ୍ରୀ ଭାବେ ଏକ ହୋଟେଲ ଲଜିଂରେ ୪ ଦିନ ରହିଥିଲେ। ସେଠାରେ ସେ ଯୁବତୀଙ୍କୁ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ବଳାତ୍କାର କରିଥଲେ। ଆମ ଦୁହିଁଙ୍କ ବିବାହକୁ ଘରେ ବାପା ମା ରାଜି ହେଉ ନ ଥିବା ନେଇ ସଞ୍ଜୁ ଯୁବତୀଙ୍କୁ କହିଥିଲେ। ବାପା ମାଙ୍କୁ ବୁଝାଇବା ପାଇଁ ସଞ୍ଜୁ ଯୁବତୀଙ୍କୁ ଗାଁକୁ ଯିବା କହି ମଙ୍ଗଳବାର ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆଣିଥିଲେ। ଯୁବତୀଜଣକୁ ରେଳ ଷ୍ଟେଶନରେ ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଯୁବତୀ ଜଣକ ନିରୁପାୟ ହୋଇ ଗାଁକୁ ଫେରିବା ପରେ ପରିବାରଲୋକଙ୍କୁ ସବୁ କଥା କହିଥିଲେ। ପରେ ଶୁକ୍ରବାର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଶନିବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ…

ହାନ୍ତା ଭାଇରସ୍‌ ସଂକ୍ରମିତ କ୍ରୁଜ୍‌ ଜାହାଜରେ ୨ ଭାରତୀୟ

ଲଣ୍ଡନ/ନୂଆଦିଲ୍ଲୀ,୯ା୫: ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ…

ବାଲିଅନ୍ତା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ଆଉ ଏକ ହତ୍ୟା: ସାଙ୍ଗଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲେ…

ଭୁବନେଶ୍ୱର/ ବାଲିପାଟଣା, ୯।୫(ତ୍ରିନାଥ ମହାନ୍ତି/ ଅଭିମନ୍ୟୁ ନାୟକ): ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ…

ପିଏମ୍‌ଏଓ୍ବାଇ-ୟୁ ୨.୦ ଗୃହ ନିର୍ମାଣରେ ଓଡ଼ିଶା ଦେଶରେ ଅଗ୍ରଣୀ

ଭୁବନେଶ୍ୱର, ୯ା୫(ବନ୍ଦନା ସେଠୀ): ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ (ପିଏମ୍‌ଏଓ୍ବାଇ-ୟୁ ୨.୦)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା…

ବୋଦାବଳି ପାଇଁ ରାସ୍ତାରୁ ହଟୁନିି ଗଛ

ପାଟଣା,୯ା୫(ବୀର କିଶୋର ଦାଶ): ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପୂର୍ତ୍ତ ବିଭାଗ ତୁରୁମୁଙ୍ଗା ଚମ୍ପୁଆ କାଞ୍ଜିଆଶୁଳା ମୁଖ୍ୟରାସ୍ତାର ନେଉଳିପଶି ନିକଟରେ ଶୁକ୍ରବାର ସକାଳେ ଏକ ବିରାଟକାୟ ଠାକୁରାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri