ଆବାସ ଅପେକ୍ଷାର ହେଉନି ଅନ୍ତ

ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି ଗରିବଙ୍କ ଆବାସ ଆବେଦନକୁ ବର୍ଷ ବର୍ଷ ଧରି ଦିଆଯାଉନି ଗୁରୁତ୍ୱ। ଦୂର କରାଯାଉନି ଦଦରା ଘରେ ମୁଣ୍ଡ ଗୁଞ୍ଜିଥିବା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା। ଆବାସ ଅପେକ୍ଷାର ଅନ୍ତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଅନ୍ତରସିଙ୍ଗା ଓ ହରିହରପୁର ଗ୍ରାମର ୬ ପରିବାର।
ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାଠାରୁ ବେଶି ଦୂର ନୁହେଁ ନଅଗାଁ ପଞ୍ଚାୟତ। ହେଲେ ଦୀପ ତଳ ଅନ୍ଧାର ପରି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି ଏହି ପଞ୍ଚାୟତର ଅନ୍ତରସିଙ୍ଗାବାସୀ ରଞ୍ଜନ ସେଠୀ (୪୦), ଶେଷଦେବ ରଣା (୩୬), ମିତ୍ରୁ ରଣା (୪୦), ହରିହରପୁର ଗ୍ରାମର ରତ୍ନା ଦେହୁରୀ (୪୦), ସୁଶୀଳ ନାଏକ (୫୦) ଓ ରବୀନ୍ଦ୍ର ରଣା (୫୦)ଙ୍କ ପରିବାର। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ୬ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି। ଅର୍ଥାଭାବରୁ ଘର ଛପର ମରାମତି କରିପାରୁ ନାହାନ୍ତି। କାନ୍ଥ ଭାଙ୍ଗି ଯାଇଥିଲେ ମଧ୍ୟ ନୂଆ କରି ଠିଆକରିପାରୁ ନାହାନ୍ତି। ମୂଲମଜୁରି ଉପରେ ନିର୍ଭର କରୁଥିବା ଏହି ଲୋକମାନେ କରୋନା ପରଠାରୁ ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଏକମାତ୍ର ଭରସା ବୋଲି ସମ୍ପୃକ୍ତ ହିତାଧିକାରୀମାନେ କହିଛନ୍ତି। ଅନ୍ତରସିଙ୍ଗା ଗ୍ରାମର ରଞ୍ଜନ ସେଠୀ କହିଛନ୍ତି, ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ସଂସାର। କାମଧନ୍ଦା ଅଭାବରୁ ୩ ବର୍ଷ ହେଲା ଘର ଛପର ମରାମତି କରିପାରି ନାହାନ୍ତି। ଫଳରେ ବର୍ଷା ପାଣି ପଡି ମାଟି କାନ୍ଥ ଅଧା ଭାଙ୍ଗିଯାଇଛି। ଶେଷଦେବ ରଣା କହିଛନ୍ତି, ଘର ଭାଙ୍ଗି ଯାଇଥିବାରୁ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ବଡ଼ କଷ୍ଟରେ ଚଳୁଛନ୍ତି। ବାରଣ୍ଡାରେ କାଠ ଚୁଲିରେ ରୋଷେଇ କରୁଛନ୍ତି। ମିତ୍ରୁ ରଣା କହିଛନ୍ତି, ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ। ଯକ୍ଷ୍ମା ରୋଗ ଭଲ ହୋଇଯାଇଥିଲେ ବି ମୂଲମଜୁରି ପାଇଁ ବଳ ପାଉନାହିଁ। ସେଥିପାଇଁ ଭାଙ୍ଗିଯାଇଥିବା ଘର ମରାମତି କରିପାରୁନାହାନ୍ତି। ହରିହରପୁର ଗ୍ରାମର ରତ୍ନା ଦେହୁରୀ କହିଛନ୍ତି, ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗିଯାଇଛି। ଖଟିପାରୁ ନ ଥିବାରୁ ପରିବାର ଚଳାଇବାକୁ ଅସମର୍ଥ। ଏପରି ଅବସ୍ଥାରେ ଘର ସଜାଡ଼ିବାକୁ ସମ୍ବଳ ପାଉନାହାନ୍ତି। ଗ୍ରାମର ସୁଶୀଳ ନାଏକ ଓ ରବୀନ୍ଦ୍ର ରଣା କହିଛନ୍ତି, ସେମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଟଙ୍କିକିଆ ଚାଉଳରେ ପରିବାରର ପେଟ ପୂରୁଛି। ତେଣୁ ଘର ମରାମତି କଥା ଭାବିପାରୁ ନାହାନ୍ତି। ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ।

(ଉଦିପ୍ତ କୁମାର ପୁରୋହିତ)


Enter your email to get our daily news in your inbox.

All Right Reserved By Dharitri.Com

ଫେରିଯିବ ଦେଢ଼ କୋଟିର ଅନୁଦାନ

ନାଉଗଁ।, ୭।୩ (ସ୍ବ.ପ୍ର.): ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଥିବା...

ଆଜି ବରଗଡ଼ରେ ପହଞ୍ଚିବ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ: ୨ଟି ରାସ୍ତାରେ ୧୪୪ ଧାରା ଲାଗୁ କଲା ପ୍ରଶାସନ

ବରଗଡ଼ ଅଫିସ,୧୩।୬: ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ ବରଗଡ଼ ଅଭିମୁଖେ ଆସୁଛି। ଶନିବାର ଦିନ ପ୍ରାୟ ୨ଟା ୩୦...

ରାଜଧାନୀରେ ବଡ଼ ର଼୍ୟାକେଟ: ବିଲ୍ଡରଙ୍କୁ ହନିଟ୍ରାପ୍‌ରେ ଫସାଇ କାର୍‌, ଟଙ୍କା ଲୁଟ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀରେ ହନିଟ୍ରାପ୍‌ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଲୁଟେରାମାନେ ସୁନ୍ଦରୀ ଝିଅଙ୍କ ସହ ମଉଜମସ୍ତି କରିବା ଲୋଭ ଦେଖାଇ ଧନୀ ଲୋକଙ୍କୁ ଫସାଇ ସର୍ବସ୍ବ ଲୁଟୁଛନ୍ତି।...

କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ

ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି...

ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ

ବାଲୁଗାଁ ,୧୩ା୧୨(ଡି.ଏନ୍‌.ଏ.): ବାଲୁଗାଁ  ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ...

ଟ୍ରକ୍‌ ଧକ୍କାରେ ପୂର୍ବତନ ବିଧାୟକ ଗୁରୁତର

କୋରାପୁଟ,୨୭ା୮(ସ୍ବ.ପ୍ର.): ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଶନିବାର କୋରାପୁଟ ସହରରେ ଏକ ଟ୍ରକ୍‌ ଧକ୍କାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପୂର୍ବତନ ବିଧାୟକ ଓ...

ନନ୍ଦିଗାଁ ଡକାୟତି ଘଟଣା : ୬ ଅଭିଯୁକ୍ତ କୋର୍ଟ ଚାଲାଣ

କୋରାପୁଟ,୩।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମରେ ଗତ ସେପ୍ଟେମ୍ବର ୧୩ ରାତିରେ ହୋଇଥିବା ଏକ ବଡ଼ଧରଣର ଡକାୟତି ଘଟଣାରେ ଜଡ଼ିତ...

ଟ୍ରକ୍‌-କାର ମୁହାଁମୁହିଁ: ୫ ଗୁରୁତର

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୧୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଗ୍ନିଶମ କେନ୍ଦ୍ର ସମ୍ମୁଖରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ...

Advertisement
Archives

Model This Week