ବୁଢ଼ାରଜା ଛକରେ ବଢୁଛି ଦୁର୍ଘଟଣା

ସୋନପୁର,୫।୭(ମୃତ୍ୟୁଞ୍ଜୟ ଶତପଥୀ): ଗମନାଗମନ ଦୃଷ୍ଟିରୁ ସୁବର୍ଣ୍ଣପୁର ସହରର ବୁଢାରଜା ଛକ ବେଶ ଗୁରୁତ୍ୱପୂର୍ଣ୍ଣ। ସମ୍ବଲପୁର, ବରଗଡ ଓ ବୀରମହାରାଜପୁର ପଟୁ ସୋନପୁର ସହରକୁ ଏହି ଛକ ଦେଇ ଲୋକେ ପ୍ରବେଶ କରନ୍ତି। ସମ୍ବଲପୁରରୁ ବହୁ ଲୋକ ଏହି ରାସ୍ତା ଦେଇ ଭୁବନେଶ୍ୱର ଯିବା ଆସିବାକରନ୍ତି। ବଲାଙ୍ଗୀର ଓ ଭୁବନେଶ୍ୱର ପଟୁ ପ୍ରତ୍ୟହ ଶତାଧିକ ଟ୍ରକ୍‌ ଏହି ଛକ ଦେଇ ସମ୍ବଲପୁର ଓ ଝାରସୁଗୁଡାକୁ ଯାଉଛି। ତେଣୁ ବୁଢାରଜା ଛକ ସହରର ଅନ୍ୟତମ ବ୍ୟସ୍ତବହୁଳ ଛକ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ୪ଟି ରାସ୍ତାକୁ ସଂଯୋଗ କରୁଥିବା ଏହି ଛକକୁ ସେହିଭଳି ଭାବେ ଓସାରିଆ କରାଯିବା କଥା। କିନ୍ତୁ ଏହି ଛକଟି ମୁକୁଳା ପଡିଛି। ୪ ଥାକିଆ ନୂତନ ରାସ୍ତା ନିର୍ମାଣ ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଠିକ୍‌ ଭାବେ ଡିଜାଇନିଂ ହୋଇନି। ତେଣୁ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଏହି ଛକରେ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ହୋଇନି କି ଟ୍ରାଫିକ୍‌ ସିଗନାଲ୍‌ ଲାଇଟ୍‌ ମଧ୍ୟ ଲଗାଯାଇନି। ଜବରଦଖଲକାରୀମାନେ ଟ୍ରାଫିକ୍‌ ଛକ ଉପରକୁ ମାଡି ଆସୁଛନ୍ତି। ଅଣଓସାରିଆ ଏହି ଛକ ଚାରିପଟୁ ଟ୍ରକ୍‌୍‌୍‌, ବସ ଓ କାର ଏକ ସଙ୍ଗରେ ମାଡି ଆସୁଛନ୍ତି। ସମୟ ସମୟରେ ଜଣେ ଗୃହରକ୍ଷୀ ଏଠାରେ ଜଗୁଛନ୍ତି। ମାତ୍ର ଏହା ଯଥେଷ୍ଟ ହେଉନି। ସହର କଳେବର ବୃଦ୍ଧି ପାଇବା ପରେ ଛକର ଗୁରୁତ୍ୱ ବଢିଛି। ଏହି ଛକ ଦେଇ ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ, ସାହାରା ଟ୍ରଷ୍ଟ ହାଇସ୍କୁଲ ଓ ଜାଭିୟର ଇଣ୍ଟର ନ୍ୟାସନାଲ ସ୍କୁଲକୁ ଛାତ୍ରୀଛାତ୍ର ଏହି ରାସ୍ତାରେ ଅସୁରକ୍ଷିତ ଭାବେ ଯିବା ଆସିବା କରୁଛନ୍ତି। ଏହି ଛକକୁ ଓସାରିଆ କରିବା ସହ ଟ୍ରାଫିକ୍‌ ପୋଷ୍ଟ ପ୍ରତିଷ୍ଠା, ଟ୍ରାଫିକ୍‌ ପୋଲିସ ମୁତୟନ ଓ ସିଗନାଲ୍‌ ଲାଇଟ୍‌ ଲଗାଇବା ପାଇଁ ବାରମ୍ବାର ଦାବି ହୋଇଆସୁଛି। ମାତ୍ର ଜିଲା ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?