କମୁନାହିଁ ଦୁର୍ଘଟଣାଜନିତ ମୃତ୍ୟୁହାର

ଭୁବନେଶ୍ବର,୨ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ବଢ଼ିଚାଲିଥିବା ବେଳେ କମିବାର ନାଁ ଧରୁନାହିଁ। ୨୦୨୨ ବର୍ଷରେ ରାଜ୍ୟରେ ୫୪୬୭ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହା ୨୦୨୧ ତୁଳନାରେ ୭.୬ ପ୍ରତିଶତ ଅଧିକ ଥିଲା। ବଡ଼ କଥା ହେଉଛି ୨୦୨୩ ଜାନୁୟାରୀ ଏବଂ ଫେବୃୟାରୀ ମାସର ସ୍ଥିତି ଦେଖିଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରର ସ୍ଥିତି ଆହୁରି ଜଟିଳ ଅବସ୍ଥାରେ ପହଞ୍ଚିଛି। ଏହାକୁ ୨୦୨୨ ଜାନୁୟାରୀ ଏବଂ ଫେବୃୟାରୀ ମାସ ସହ ତୁଳନା କଲେ ଦୁର୍ଘଟଣାଜନିତ ମୃତ୍ୟୁହାର ୨୪.୯୧ ପ୍ରତିଶତ ବୃଦ୍ଧି ବୋଲି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ସଡ଼କ ପରିବହନ ବିଭାଗର ତଥ୍ୟରୁ ଜଣାପଡିଛି। ଏ ସମ୍ପର୍କରେ ବିଭାଗୀୟ ସଚିବ ଉଷା ପାଢ଼ୀ ଚିଠି କରି ରାଜ୍ୟର ସବୁ ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ଗୁରୁବାର ଅବଗତ ମଧ୍ୟ କରାଇଛନ୍ତି।
ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ବର୍ଷ ଜାନୁୟାରୀ ଏବଂ ଫେବୃୟାରୀ ତୁଳନାରେ ଏଥର ଯେଉଁ ୨୪.୯୧%ର ମୃତ୍ୟୁହାର ବଢିଛି ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ବଢିଥିବା ମୃତ୍ୟୁହାରର ୫୦% କେବଳ ଦେବଗଡ଼, ଗଜପତି, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି ଏବଂ ନୂଆପଡ଼ା ଜିଲାରେ ଘଟିଛି। ସବୁ ଜିଲା ଯଦି ସମୟ ଅନୁଯାୟୀ ଜିଲାର ଶିକ୍ଷା, ଇଞ୍ଜିନିୟରିଂ,ଏନ୍‌ଫୋର୍ସମେଣ୍ଟ ଏବଂ ଜରୁରିକାଳୀନ ସେବା ସମ୍ପର୍କରେ ଅବଗତ କରାଇବା ସହ ଦୁର୍ଘଟଣା କମାଇବା ଲାଗି ଯଦି ପଦକ୍ଷେପ ନେବେ ଭଲ ହେବ। ସଡକ ସୁରକ୍ଷା କମିଟିକୁ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ସ୍ଥିର କରାଯାଇଛି। ଜିଲାରେ ଯାଇଥିବା ଏସ୍‌ଏଚ୍‌, ଏନ୍‌ଏଚ୍‌ ଏବଂ ସହରାଞ୍ଚଳ ରାସ୍ତାରେ ସଡକ ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇବା, ସଡକ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ କରିବା, ରିଫ୍ଲେକ୍ଟିଭ୍‌ ଟେପ୍‌ ଲଗାଇବା ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ୨୦ ଜୁନ୍‌ ସୁଦ୍ଧା ଜିଲାରେ ସଡ଼କ ସୁରକ୍ଷା ଲାଗି କେଉଁ କାର୍ଯ୍ୟକ୍ରମ ପାଇଁ କେତେ ପାଣ୍ଠି ଆବଶ୍ୟକ ତା’ର ରିପୋର୍ଟ ପ୍ରଦାନ କଲେ ତୁରନ୍ତ ପ୍ରଦାନ କରାଯିବ ବୋଲି ପାଢୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହାସହ ଗତ ଜାନୁୟାରୀ ଓ ଫେବୃୟାରୀରେ ଘଟିଥିବା ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁ ସହ ଚଳିତ ବର୍ଷ ସେହି ସମୟ ସହ ତୁଳନାତ୍ମକ ଚିତ୍ର ରଖିଛନ୍ତି। ୨୦୨୨ ଜାନୁୟାରୀ ଏବଂ ଫେବୃୟାରୀରେ ମୋଟ୍‌ ୧୮୦୪ଟି ଦୁର୍ଘଟଣା ଘଟିଥିବାବେଳେ ମୋଟ୍‌ ୮୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ମୋଟ୍‌ ୧୬୫୭ ଜଣ ଆହତ ହୋଇଥିଲେ। ୨୦୨୩ରେ ମୋଟ୍‌ ୨୩୧୨ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୧୦୭୩ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୨୨୧୬ ଜଣ ଆହତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ୨ ବର୍ଷ ମଧ୍ୟରେ ତୁଳନା କଲେ ଗତ ବର୍ଷ ତୁଳନାରେ ଏଥର ୨୪.୯୧% ଅଧିକ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?