Posted inଜାତୀୟ

ତାଞ୍ଜାଭୁର ମନ୍ଦିରରେ ବଡ଼ ଅଘଟଣ: ୩ଶିଶୁ ସମେତ ୧୧ଜଣଙ୍କ ମୃତ୍ୟୁ, ଅନେକ ଆହତ

ଚେନ୍ନାଇ,୨୭।୪: ତାମିଲନାଡୁରେ ଏକ ବଡ଼ ଅଘଟଣ ଘଟିଛି। ମନ୍ଦିରରେ ଶୋଭାଯାତ୍ରା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ବୁଧବାର ସକାଳେ ତାଞ୍ଜାଭୁର ଜିଲାର କାଲିମେଡୁ ନିକଟସ୍ଥ ଅପ୍ପର ମନ୍ଦିରରେ ୯୪ତମ ଗୁରୁପୂଜା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ସାମିଲ ହେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାସ୍ତାରେ ପାରମ୍ପାରିକ ରଥ ଯାତ୍ରାର ଶୋଭାଯାତ୍ରା ବାହାରିବା ସମୟରେ ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଏକ କାର ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ଦେଖୁଁ ଦେଖୁଁ ଏହି ତାର ସଂସ୍ପର୍ଶରେ ଅନେକ ଲୋକ ଆସିଯାଇଥିବା ବେଳେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୩ଜଣ ଶିଶୁ ରହିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଅନେକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟା ଧରି ୧୦ କି.ମି. ନଦୀରେ ପହଁରୁଥିଲେ ମହିଳା, ଲୋକେ ଭାବିଲେ ମୃତ, ପରେ ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଗଙ୍ଗା ନଦୀରେ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବରଫ ଭଳି ଥଣ୍ଡା ପାଣିରେ ମହିଳା ଜଣକ ୧୨ ଘଣ୍ଟାଧରି ପହଁରୁଥିଲେ। ଯାହାକୁ ଦେଖି...

କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…

ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ...

ଝିଅକୁ ହରାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୫: କlରୋନା ସାରା ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣ ସଂକ୍ରମିତ ହେଉଥିବାବେଳେ ହଜାର ହଜାର...

ପ୍ରେମୀ ଯୁଗଳଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଅନ୍ତର୍ଧାମିକ ଅବା ଅନ୍ତର୍ଜାତି ବିବାହ କରୁଥିବା କିମ୍ବା ଲିଭ୍‌ଇନ୍‌ରେ ରହୁଥିବା ପ୍ରେମୀଯୁଗଳଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଅଣ୍ଟା ଭିଡ଼ିଛନ୍ତି।...

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ...

କରୋନା ଯୋଦ୍ଧାଙ୍କ ପାଇଁ ୧୦ ଲକ୍ଷର ବୀମା ଘୋଷଣା କଲେ ମମତା

କୋଲକାତା,୩୦।୩: କରୋନା ସଂକ୍ରମଣ ଦେଶରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ବି ବଢି ଯାଉଛି। ହେଲେ ଏହି ସମୟରେ କରୋନା ଯୋଦ୍ଧା ଭାବେ...

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ...

ନିବେଶକ ହରାଇଲେ ୧୦.୭୩ ଲକ୍ଷ କୋଟି

ମୁମ୍ବାଇ,୨୮।୧: ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ହ୍ରାସ ଯୋଗୁ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ପୁଞ୍ଜିବଜାର ଲଗାତର ଦ୍ୱିତୀୟ ଦିନ...

Advertisement
Archives

Model This Week