Posted inଜାତୀୟ

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ ଘଟିବା ନେଇ ଏକ ନୂତନ ରିପୋର୍ଟରୁ ଆଶଙ୍କା ପ୍ରକାଶ ପାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗରିବ ଦେଶଗୁଡ଼ିକରେ ଆବଶ୍ୟକ କୁଲିଂ ବ୍ୟବସ୍ଥା (ଏସି/ଫ୍ୟାନ୍‌) ପରିଚାଳନା ପାଇଁ ସମ୍ବଳ ଓ ବିଦ୍ୟୁତ୍‌ ଅଭାବ ଯୋଗୁ ଧନୀ ଦେଶଗୁଡ଼ିକ ତୁଳନାରେ ୧୦ ଗୁଣ ଅଧିକ ମୃତ୍ୟୁ ଘଟିବ।
ୟୁନିଭର୍ସିଟି ଅଫ୍‌ ସିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ (ଇପିଆଇସି) ଦ୍ୱାରା ପରିଚାଳିତ ‘କ୍ଲାଇମେଟ୍‌ ଇମ୍ପାକ୍ଟ ଲାବ୍‌’ର ଏହି ରିପୋର୍ଟ ଅନୁଯାୟୀ, କେବଳ ଧନୀ ଦେଶର ଲୋକମାନେ ହିଁ ଆବଶ୍ୟକତା ଅନୁଯାୟୀ ଏସି ବ୍ୟବହାର କରିବାରେ ସମର୍ଥ। ଲାବ୍‌ର ସହ-ସଂସ୍ଥାପକ ତଥା ଅର୍ଥନୀତି ପ୍ରଫେସର୍‌ ମାଇକେଲ ଗ୍ରୀନ୍‌ଷ୍ଟୋନ୍‌ଙ୍କ କହିବା ଅନୁଯାୟୀ, ‘ଜଳବାୟୁ ପରିବର୍ତ୍ତନରେ ଯେଉଁ ଦେଶଗୁଡ଼ିକ ସବୁଠାରୁ କମ୍‌ ଦାୟୀ, ସେହି ଦେଶଗୁଡ଼ିକର ଲୋକମାନେ ହିଁ ଅତ୍ୟଧିକ ଗରମ ଯୋଗୁ ପ୍ରାଣ ହରାଉଛନ୍ତି, ଯାହା ପ୍ରକୃତିର ସବୁଠାରୁ ବଡ଼ ନିର୍ଦ୍ଦୟତା।
ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟମ-ଆୟବର୍ଗର ଦେଶଗୁଡ଼ିକରେ କୁଲିଂ ପାଇଁ ବିଦ୍ୟୁତ୍‌ ବ୍ୟବହାର ଯେତିକି ବଢ଼ିବ, ଗରିବ/ସ୍ବଳ୍ପ-ଆୟବର୍ଗ ଦେଶଗୁଡ଼ିକରେ ତାହା ତୁଳନାରେ ୭ ଗୁଣ କମ୍‌ ରହିବ। ନିମ୍ନ-ଆୟକାରୀ ଦେଶଗୁଡ଼ିକରେ ମୁଣ୍ଡପିଛା ବିଦ୍ୟୁତ୍‌ ବ୍ୟବହାର ବୃଦ୍ଧି ଏତେ କମ୍‌ ହେବ ଯେ, ତାହା କେବଳ ଗୋଟିଏ ଏଲଇଡି ବଲ୍‌ବକୁ ୪ ମାସ ଚଲାଇବା ପାଇଁ ଯଥେଷ୍ଟ। ବିଶ୍ୱର ୧୮ଟି ଦେଶର ପ୍ରାୟ ୬୭ କୋଟି ୬୦ ଲକ୍ଷ ଲୋକ ଅତ୍ୟଧିକ ଉତ୍ତାପ ଏବଂ କୁଲିଂ ବ୍ୟବସ୍ଥାର ଅଭାବ ଭଳି ଭୟଙ୍କର ଚକ୍ରବୂ୍ୟହ ମଧ୍ୟରେ ଫସିରହିଛନ୍ତି। ଏହି କାରଣରୁ ୨୦୫୦ ସୁଦ୍ଧା କେବଳ ଏହି ଅଞ୍ଚଳଗୁଡ଼ିକରେ ବାର୍ଷିକ ପ୍ରାୟ ୩ ଲକ୍ଷ ୭୭ ହଜାର ଲୋକଙ୍କ ଜୀବନ ଯାଇପାରେ। ଏହି ପ୍ରଭାବିତ ଲୋକମାନେ ମୁଖ୍ୟତଃ ନାଇଜର, ମାଲି, ବୁର୍କିନା ଫାସୋ, ଚାଦ ଭଳି ଉତ୍ତର ସବ୍‌-ସାହାରା ଆଫ୍ରିକୀୟ ଦେଶ ଏବଂ ପାକିସ୍ତାନ, ବାଂଲାଦେଶ, ନେପାଳ ଓ ମ୍ୟାନ୍‌ମାର ଭଳି ଦକ୍ଷିଣ ଏସିଆର ଦେଶଗୁଡ଼ିକରେ ବାସ କରନ୍ତି। ବାହାରିନ, କୁଏଟ୍‌ ଓ ସାଉଦି ଆରବ ଭଳି ଗଲ୍ଫ ଦେଶଗୁଡ଼ିକରେ ମଧ୍ୟ ସବ୍‌-ସାହାରା ଆଫ୍ରିକା ଭଳି ଅତ୍ୟଧିକ ଗରମ ହୋଇଥାଏ। ତେବେ ଆର୍ଥିକ ସ୍ବଚ୍ଛଳତା ଯୋଗୁ ସେଠାରେ ଅଧିକ ବିଦ୍ୟୁତ୍‌ ଓ ଏସି ବ୍ୟବହାର ହେଉଥିବାରୁ ଗରମ ଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ୍‌ ରହିଥାଏ। କ୍ଲାଇମେଟ ଇମ୍ପାକ୍ଟ ଲାବ୍‌ର ଗବେଷଣା ନିର୍ଦ୍ଦେଶକ ଅଶ୍ୱିନ ରୋଡ୍‌ଙ୍କ ମତରେ, ବିଭିନ୍ନ ଦେଶର ସରକାରଙ୍କୁ ଶସ୍ତାରେ ବିଦ୍ୟୁତ୍‌ ଯୋଗାଣ, ସ୍ବାସ୍ଥ୍ୟସେବାର ସମ୍ପ୍ରସାରଣ, ଉତ୍ତାପ ସମ୍ପର୍କିତ ସୂଚନା ପାଇଁ ‘ଅଗ୍ରିମ ଚେତାବନୀ ବ୍ୟବସ୍ଥା’ ଏବଂ ସାମାଜିକ ସୁରକ୍ଷା ଯୋଜନା ଉପରେ ତୁରନ୍ତ ଧ୍ୟାନ ଦେବାକୁ ପଡ଼ିବ। ଏହି ସମସ୍ୟାର ସମାଧାନ ପାଇଁ ଲାବ୍‌ ପକ୍ଷରୁ ଏକ ବିଶ୍ୱସ୍ତରୀୟ ତଥ୍ୟ-ଆଧାରିତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?