ରଥଯାତ୍ରା ପାଇଁ ଖୋଲାଯାଉଛି ଏସି ଶେଡ୍‌

ପୁରୀ,୧୧ା୬(ଅଜିତ୍‌ କୁମାର ମହାନ୍ତି):ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଥିବା ଏସି ଶେଡ୍‌ ବା ବ୍ୟାରିକେଡ୍‌ ଖୋଲା କାର୍ଯ୍ୟ ଜାରିରହିଛି। ଭକ୍ତଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଏସି ଶେଡ୍‌ ନିର୍ମାଣ କରାଯାଇଥିଲା। ଫଳରେ ଭକ୍ତମାନେ ଏସି ଶେଡ୍‌ରେ ଆସିବା ସହ ବ୍ୟାରିକେଡରେ ଯାଉଥିଲେ। ତେବେ ରଥ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏସି ଶେଡ୍‌ ରହିଥିବାବେଳେ ଗୋଟିଏ ପାର୍ଶ୍ୱରେ ରଥ ନିର୍ମାଣ କାଠ ଗଦା ହୋଇରହିଛି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ପ୍ରବଳ ଗହଳି ହେଉଥିଲା। ଏପରିକି ଟ୍ରାଫିକରେ ଆମ୍ବୁଲାନ୍ସ ଫସି ରହୁଥିଲା। ରଥଯାତ୍ରାକୁ ଆଉ ୧ ମାସରୁ କମ୍‌ ସମୟ ଥିବାବେଳେ ବର୍ତ୍ତମାନଠାରୁ ଏସି ଶେଡ୍‌ ଖୋଲା କାର୍ଯ୍ୟ ଜାରି ରହିଛି। ଚଳିତ ମାସ ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସ୍ନାନଯାତ୍ରାରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ସେହିପରି ପରମ୍ପରା ଅନୁଯାୟୀ ଉକ୍ତ ଦିନ ତିନି ରଥର ଚାରିନାହାକା ଉଠିଥାଏ। ତେଣୁ ଯେପରି ରଥକାର୍ଯ୍ୟ ଓ ଭକ୍ତଙ୍କ ଯାତାୟାତରେ କୌଣସି ସମସ୍ୟା ନ ହେବ ତାହାକୁ ଦୃଷ୍ଟିରେ ରଖାଯାଇ ଏସି ଶେଡ୍‌ ଖୋଲାଯାଉଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥଚକଗୁଡିକ ରଖିବା ନିମନ୍ତ ସ୍ଥାନ ସଂକୀର୍ଣ୍ଣ ହୋଇପଡ଼ିଛି। ଲୋକଙ୍କଠାରୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନେ ଯାତାୟତରେ ସମସ୍ୟା ଭୋଗୁଛନ୍ତି। ଅପରପକ୍ଷରେ ସ୍ନାନପୂର୍ଣ୍ଣମା ଓ ରଥଯାତ୍ରା ପାଖେଇଆସୁଛି। ଏସି ଶେଡ୍‌ କାଢିବା କାମ ଟାଇମ ଟେକିଂ ହୋଇଥିବାରୁ ଏବେଠାରୁ ବ୍ୟାରିକେଡ୍‌କୁ କଢାଯାଉଛି। ସେହିପରି ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ରଥଯାତ୍ରାକୁ ଦୃଷ୍ଟିରେ ରଖି ଏସି ଶେଡ୍‌ କଢାଯାଉଛି। ଅନ୍ୟପକ୍ଷରେ ଏସି ଶେଡ୍‌ ନିର୍ମାଣ ଫଳରେ ଶ୍ରୀମନ୍ଦିର ଚାରିପାଖରେ ରହୁଥିବା ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରଥ ନିର୍ମାଣ ପାଇଁ ରଥ କାଠ ଗୋଟିଏ ପାର୍ଶ୍ୱରେ ରହିଛି। ରଥଖଳାକୁ ମଧ୍ୟ ବୁହା ହୋଇ ଆସୁଛି। ଅପରପାର୍ଶ୍ୱରେ ଏସି ଶେଡ୍‌ ରହିଛି। ଫଳରେ ଯାତାୟତରେ ସମସ୍ୟା ଦେଖାଯାଉଛି। ଟ୍ରାଫିକ ସମସ୍ୟା ଉପୁଜୁଛି। ତେଣୁ ଏସି ଶେଡ୍‌ କଢା ହେବା ଉଚିତ। ଏହି କାର୍ଯ୍ୟ ବହୁତ ଆଗରୁ ହେବାର ଥିଲା ବୋଲି ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri