ପୃଥିବୀରେ ୫୦ ପ୍ରତିଶତ ଗର୍ଭଧାରଣ ଅନିଚ୍ଛାକୃତ…

ଜେନେଭା, ୩୦।୩ : ମିଳିତ ଜାତିସଂଘ କହିଛି ଯେ ପୃଥିବୀର ପ୍ରାୟ ୫୦ ପ୍ରତିଶତ ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ମାନବିକ ଅଧିକାର ସଙ୍କଟ। ୟୁକ୍ରେନ ଯୁଦ୍ଧ ଯୋଗୁ ଏହି ସଙ୍କଟ ଆହୁରି ବିଗିଡି ଯାଇପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଜନସଂଖ୍ୟା ଫଣ୍ଡ(ୟୁଏନଏଫପିଏ) ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ପୃଥିବୀରେ ପ୍ରତିବର୍ଷ ୧୨ କୋଟି ଅନିଚ୍ଛାକୃତ ଗର୍ଭଧାରଣ ଘଟିଥାଏ। ଏଥିପାଇଁ ପୂର୍ବରୁ କୌଣସି ଯୋଜନା କରା ଯାଇ ନ ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏଭଳି ଘଟଣାରେ ୬୦ ପ୍ରତିଶତରୁ ଅଧିକ ଗର୍ଭପାତ କରାଯାଇଥାଏ। ସେଥିରୁ ପ୍ରାୟ ଅଧା ଅସୁରକ୍ଷିତ ଭାବରେ ହୋଇଥାଏ। ୟୁଏନଏଫପିଏ କହିଛି ଯେ ଏହା ଲିଙ୍ଗଗତ ଅସମାନତା, ଦାରିଦ୍ର୍ୟ, ଯୌନ ହିଂସା, ଗର୍ଭନିରୋଧକ ପଦକ୍ଷେପ ଗ୍ରହଣ ନକରିବା ଏବଂ ଗର୍ଭପାତ ପଦକ୍ଷେପ ନ ଆପଣେଇବାକୁ ଅଧିକ ଗୁରୁତର କରୁଛି।

ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ଯୋଗୁ ୨୦୨୫ ସୁଦ୍ଧା ୪୮ ଲକ୍ଷ ମହିଳା ଅନିଚ୍ଛାକୃତ ଗର୍ଭବତୀ ହେବାର ଆଶଙ୍କା ରହିଛି। ୟୁଏନଏଫପିଏ କହିଛି ଯେ କରୋନା ମହାମାରୀରେ ସ୍ବାସ୍ଥ୍ୟ ସେବା ତଥା ଗର୍ଭନିରୋଧକ ସାମଗ୍ରୀ ଯୋଗାଣ ଗୁରୁତର ଭାବରେ ବ୍ୟାହତ ହୋଇଛି ଏବଂ ମହାମାରୀର ପ୍ରଥମ ବର୍ଷରେ ୧୪ ଲକ୍ଷ ଅନିଚ୍ଛାକୃତ ଗର୍ଭଧାରଣ ରିପୋର୍ଟ ପଞ୍ଜିକୃତ ହୋଇଛି। ପ୍ରତିବର୍ଷ ଅସୁରକ୍ଷିତ ଗର୍ଭପାତ ଯୋଗୁ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥାଏ। ଏଭଳି ସ୍ଥିତି ସାମ୍ପ୍ରତିକ ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୁଣି ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?