ପୃଥିବୀରେ ୫୦ ପ୍ରତିଶତ ଗର୍ଭଧାରଣ ଅନିଚ୍ଛାକୃତ…

ଜେନେଭା, ୩୦।୩ : ମିଳିତ ଜାତିସଂଘ କହିଛି ଯେ ପୃଥିବୀର ପ୍ରାୟ ୫୦ ପ୍ରତିଶତ ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ମାନବିକ ଅଧିକାର ସଙ୍କଟ। ୟୁକ୍ରେନ ଯୁଦ୍ଧ ଯୋଗୁ ଏହି ସଙ୍କଟ ଆହୁରି ବିଗିଡି ଯାଇପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଜନସଂଖ୍ୟା ଫଣ୍ଡ(ୟୁଏନଏଫପିଏ) ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ପୃଥିବୀରେ ପ୍ରତିବର୍ଷ ୧୨ କୋଟି ଅନିଚ୍ଛାକୃତ ଗର୍ଭଧାରଣ ଘଟିଥାଏ। ଏଥିପାଇଁ ପୂର୍ବରୁ କୌଣସି ଯୋଜନା କରା ଯାଇ ନ ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏଭଳି ଘଟଣାରେ ୬୦ ପ୍ରତିଶତରୁ ଅଧିକ ଗର୍ଭପାତ କରାଯାଇଥାଏ। ସେଥିରୁ ପ୍ରାୟ ଅଧା ଅସୁରକ୍ଷିତ ଭାବରେ ହୋଇଥାଏ। ୟୁଏନଏଫପିଏ କହିଛି ଯେ ଏହା ଲିଙ୍ଗଗତ ଅସମାନତା, ଦାରିଦ୍ର୍ୟ, ଯୌନ ହିଂସା, ଗର୍ଭନିରୋଧକ ପଦକ୍ଷେପ ଗ୍ରହଣ ନକରିବା ଏବଂ ଗର୍ଭପାତ ପଦକ୍ଷେପ ନ ଆପଣେଇବାକୁ ଅଧିକ ଗୁରୁତର କରୁଛି।

ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ଯୋଗୁ ୨୦୨୫ ସୁଦ୍ଧା ୪୮ ଲକ୍ଷ ମହିଳା ଅନିଚ୍ଛାକୃତ ଗର୍ଭବତୀ ହେବାର ଆଶଙ୍କା ରହିଛି। ୟୁଏନଏଫପିଏ କହିଛି ଯେ କରୋନା ମହାମାରୀରେ ସ୍ବାସ୍ଥ୍ୟ ସେବା ତଥା ଗର୍ଭନିରୋଧକ ସାମଗ୍ରୀ ଯୋଗାଣ ଗୁରୁତର ଭାବରେ ବ୍ୟାହତ ହୋଇଛି ଏବଂ ମହାମାରୀର ପ୍ରଥମ ବର୍ଷରେ ୧୪ ଲକ୍ଷ ଅନିଚ୍ଛାକୃତ ଗର୍ଭଧାରଣ ରିପୋର୍ଟ ପଞ୍ଜିକୃତ ହୋଇଛି। ପ୍ରତିବର୍ଷ ଅସୁରକ୍ଷିତ ଗର୍ଭପାତ ଯୋଗୁ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥାଏ। ଏଭଳି ସ୍ଥିତି ସାମ୍ପ୍ରତିକ ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୁଣି ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri