Posted inଖେଳ

ଟ୍ରେନିଂକୁ ଫେରିବେ ଆବିଦ୍‌ ଅଲି

ଡର୍ବି, ୨୦ା୧ (ପି.ଟି.)-ଓପନିଂ ବ୍ୟାଟ୍ସମ୍ୟାନ ଆବିଦ ଅଲି ବୁଧବାର ଟ୍ରେନିଂକୁ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂଚନା ଦେଇଛି। ଏଠାରେ ରବିବାର ଇଣ୍ଟ୍ରା-ସ୍କ୍ବାଡ୍‌ ଓ୍ବାର୍ମଅପ୍‌ ମ୍ୟାଚର ତୃତୀୟ ଦିବସରେ ଫରଓ୍ବାର୍ଡ ଶର୍ଟ ଲେଗ୍‌ରେ ଫିଲ୍ଡ୍‌ଡି କରୁଥିବାବେଳେ ବଲ୍‌ ଆବିଦ୍‌ଙ୍କ ହେଲମେଟ୍‌ରେ ବାଜିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତାଙ୍କର ସିଟି ସ୍କାନ କରାଯାଇଥିଲା। ତାଙ୍କ ମସ୍ତିଷ୍କ ସ୍ଥିତି ସ୍ବାଭାବିକ ଥିବା ଜଣାପଡ଼ିଥିଲା। ଆବିଦ୍‌ଙ୍କୁ ମ୍ୟାଚର ଅବଶିଷ୍ଟ ଭାଗ ଖେଳାଯାଇ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ସେ ଫିଟ୍‌ ଅନୁଭବ କରୁଛନ୍ତି। ବୁଧବାର ସେ ଟ୍ରେନିଂରେ ଯୋଗ ଦେବେ ବୋଲି ପାକିସ୍ତାନ ଟିମ୍‌ ଡାକ୍ତର ସୋହଲେ ସଲିମ ପ୍ରକାଶ କରିଛନ୍ତି। ଆସନ୍ତା ମାସରେ ଆରମ୍ଭ ହେବାକୁଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ପାକିସ୍ତାନ ୪ ଦିନିଆ ଇଣ୍ଟର-ସ୍କ୍ବାଡ୍‌ ମ୍ୟାଚ ଖେଳୁଛି। ଇଂଲଣ୍ଡରେ ପାକିସ୍ତାନ ତିନୋଟି ଟେଷ୍ଟ ବ୍ୟତୀତ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୫ରୁ ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅତିସହଜରେ ରୟାଲ ଲଢ଼େଇ ଜିତିଲା ଆର୍‌ସିବି

ମୁମ୍ବାଇ,୨୨।୪ : ପ୍ରଥମେ ବୋଲିଂ ଓ ତା’ ପରେ ଦେବଦତ୍ତ ପାଡିକଲ ଏବଂ ବିରାଟ କୋହଲିଙ୍କ ଓପନିଂ ଭାଗିଦାରୀ ଯୋଗୁ ୧୦ ଉଇକେଟରେ ବିଜୟ ହାସଲ...

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ...

ଶତକଠାରୁ ପାଦେ ଦୂରରେ କୁଲଦୀପ

କଟକ ଅଫିସ, ୨୨।୧୨- ବାରବାଟୀ ଦିନିକିଆ ମ୍ୟାଚ୍‌ ଭାରତୀୟ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ପାଇଁ ସ୍ମରଣୀୟ ହୋଇପାରେ। ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚ୍‌ରେ ହ୍ୟାଟ୍ରିକ ଉଇକେଟ୍‌...

ଭାରତୀୟ ଟିମ୍‌ ମଧ୍ୟରେ ଚାଲିଥିବା ଏହି ଘଟଣାକୁ ନେଇ ଚିନ୍ତିତ ନୁହନ୍ତି ସଞ୍ଜୁ ସାମସନ୍‌: କହିଲେ ଏପରି..

ନୂଆଦିଲ୍ଲୀ,୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବା ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନେଇ ଚିନ୍ତିତ ନ ଥିବା...

୨୦୧୯ ଏଫଆଇଏଚ୍‌ ପୁରସ୍କାର: ମନପ୍ରୀତ ‘ପ୍ଲେୟର ଅଫ ଦି ଇୟର’

ନୂଆଦିଲ୍ଲୀ, ୧୩।୨- ଭାରତୀୟ ହକି ପାଇଁ ଆସିଛି ଆଉ ଏକ ଖୁସି ଖବର। ଅଧିନାୟକ ମନପ୍ରୀତ ସିଂ ପାଇଛନ୍ତି ଏଫଆଇଏଚ୍‌ ‘ପ୍ଲେୟର ଅଫ ଦି ଇୟର’...

କ୍ୟୁ ସ୍ପୋଟର୍‌ସରେ ଆଡଭାନୀଙ୍କୁ ସମ୍ପୂର୍ଣ୍ଣ କ୍ୟାରିୟର ଗ୍ରାଣ୍ଡସ୍ଲାମ୍‌

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଶୁକ୍ରବାର ୩୫ତମ ପୁରୁଷ ଏସିଆନ ସ୍ନୁକର ଚାମ୍ପିୟନଶିପ୍‌ ଜିତିଛନ୍ତି। ଏଥିସହିତ ସେ ଏକ କ୍ୟାରିୟର ଗ୍ରାଣ୍ଡସ୍ଲାମ...

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଥିଲା ଧୋନୀଙ୍କ ପ୍ରତିକ୍ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ଚକିତ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମିତ ‘ଏମଏସ...

ସନ୍ୟାସ ଘୋଷଣା ପରେ ପ୍ରଥମ ଥର ମୁହଁ ଖୋଲିଲେ ଆମିର: କହିଲେ ‘ଏହି ଦୁଇଜଣଙ୍କ ପାଇଁ ଏଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି’

ଲାହୋର,୨୩।୧୨: ଗତ ସପ୍ତାହରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ହଠାତ୍‌ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଏହା ପଛରେ କି କାରଣ ରହିଛି...

Advertisement
Ten Cric Info


Archives

Model This Week