Posted inଖେଳ

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସ ସମୟରେ ସେ ୨୦୨୬ ବର୍ଷରେ ୧୦୦ଟି ଛକା ମାରିବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଟି-୨୦ କ୍ରିକେଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ସର୍ବନିମ୍ନ ବଲ ଖେଳି ୧୦୦ଟି ଛକା ମାରିବାର ଭାରତୀୟ ରେକର୍ଡ ବର୍ତ୍ତମାନ ଅଭିଷେକଙ୍କ ନାମରେ ରହିଛି; ସେ ମାତ୍ର ୬୫୧ଟି ବଲରେ ଏହି ସଫଳତା ହାସଲ କରିଛନ୍ତି।
ଅଭିଷେକ ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚରେ ୭ଟି ଛକା ମାରିଥିଲେ। ଏହା ସହିତ, ସେ ଚଳିତ ବର୍ଷ ମୋଟ ୧୦୪ଟି ଛକା ମାରିସାରିଛନ୍ତି ଏବଂ ୨୦୨୬ ମସିହାରେ ୧୦୦ ଛକାର ସଂଖ୍ୟା ଛୁଇଁବାରେ ଦ୍ୱିତୀୟ ବ୍ୟାଟର ହୋଇପାରିଛନ୍ତି। ତାଙ୍କ ପୂର୍ବରୁ କେବଳ ଫିନ ଆଲେନ ଗୋଟିଏ ବର୍ଷରେ ୧୦୦ରୁ ଅଧିକ ଛକା ମାରିବାରେ ସଫଳ ହୋଇଥିଲେ।
ଟି-୨୦ କ୍ରିକେଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ୧୦୦ଟି ଛକା ମାରିବାର ବିଶ୍ୱ ରେକର୍ଡ ଆନ୍ଦ୍ରେ ରସେଲଙ୍କ ନାମରେ ରହିଛି, ଯିଏ ୨୦୧୯ ମସିହାରେ ମାତ୍ର ୫୮୯ଟି ବଲରେ ଏହି ସଫଳତା ହାସଲ କରିଥିଲେ। ଅଭିଷେକ ଶର୍ମା ବର୍ତ୍ତମାନ ଏହି ତାଲିକାର ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି, କାରଣ ସେ ୬୫୧ଟି ବଲରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।
ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ଗତ ବର୍ଷ ୬୫୩ଟି ବଲରେ ୧୦୦ଟି ଛକା ମାରିଥିଲେ। କ୍ରିସ ଗେଲ ଚତୁର୍ଥ ସ୍ଥାନରେ ଅଛନ୍ତି, ଯିଏ ୨୦୧୬ ମସିହାରେ ୭୨୪ଟି ବଲରେ ୧୦୦ଟି ଛକା ପୂରଣ କରିଥିଲେ।

୫୮୯ ବଲ – ଆନ୍ଦ୍ରେ ରସେଲ
୬୫୧ ବଲ – ଅଭିଷେକ ଶର୍ମା
୬୫୩ ବଲ – ଡେୱାଲ୍ଡ ବ୍ରେଭିସ
୭୨୪ ବଲ – କ୍ରିସ ଗେଲ
ଟି-୨୦ କ୍ରିକେଟ ଇତିହାସରେ ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା, ବିରାଟ କୋହଲି, ସଞ୍ଜୁ ସାମସନ ଏବଂ ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି କେବଳ ଚାରିଜଣ ଭାରତୀୟ ବ୍ୟାଟର ଯେଉଁମାନେ ୪୦୦ କିମ୍ବା ତଦୁର୍ଦ୍ଧ୍ୱ ଛକା ମାରିଛନ୍ତି। ଅଭିଷେକ ଶର୍ମା ଏହି ସଫଳତା ହାସଲ କରିବା ଠାରୁ ମାତ୍ର ଦ ୯ଟି ବଲରୁ ୧୫ ରନ ସଂଗ୍ରହ କରି ବୈଭବ ସୂର୍ଯ୍ୟବଂଶୀ ଆଉଟ ହୋଇଯାଇଥିଲେ, କିନ୍ତୁ ଏହା ପରେ ଅଭିଷେକ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୨୦ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଏହି ମ୍ୟାଚରେ ୨୮ଟି ବଲରୁ ୬୧ ରନ ସଂଗ୍ରହ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?