ଭାରତୀୟ ଫିଲ୍ମ ମହୋତ୍ସବରେ ତ୍ରିରଙ୍ଗା ଉଡାଇବେ ଅଭିଶେକ ବଚ୍ଚନ, କପିଲ ଦେବ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନ ଓ ପୂର୍ବତନ କ୍ରିକେଟ କ୍ୟାପଟେନ କପିଲ ଦେବ ୭୫ ତମ ସ୍ୱାଧିନତା ଦିବସ ଅବସରରେ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ଅଫ ମେଲେବୋର୍ନ(ଆଇଏଫଏଫଏମ୍‌)ରେ ଭାରତୀୟ ତ୍ରିରଙ୍ଗା ଉଡାଇବେ । ଅଭିଶେଷକ ବଚ୍ଚନ ଆଇଏଫଏଫଏମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ।
ଅଭିନେତା କହଛନ୍ତି ସିନେମା ଉତ୍ସବରେ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯିବା ଏକ ବଡ ସମ୍ମାନ । ମେଲବୋର୍ନରେ ଭାରତୀୟ ସ୍ୱାଧିନତାର ପ୍ରତିଷ୍ଠିତ ଫେଡେରେଶନ ସ୍କୋୟାରରେ ଜାତୀୟ ପତାକା ଉଡାଇବା ମୋ ପାଇଁ ଗର୍ବର କଥା । ଏହା ଏମିତି ଏକ ଆୟୋଜନ ଯେଉଁଠାରେ ଅଷ୍ଟ୍ରେଲିୟାରେ ରହୁଥିବା ସମସ୍ତ ଭାରତୀୟ, ସମସ୍ତେ ଭିନ୍ନ ଭିନ୍ନ ପୃଷ୍ଠଭୂମିର, ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ ପାଇଁ ଏକାଠି ହେବେ । ଏହା ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କକୁ ଦର୍ଶାଉଛି ।

ଅଭିଶେକ ଆହୁରି ମଧ୍ୟ କହିଛନ୍ତି, କପିଲ ସାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ମୋ ପାଇଁ ଗର୍ବର କଥା । ଏହାସହ ଏହି ଆୟୋଜନ ସିନେମା ଓ କ୍ରିକେଟକୁ ଏକସହ ଆଣିବାର ବି ଏକ ପ୍ରତିକ । ଏହି ଦୁଇଟି ଜିନିଷ ଆମ ଭାରତୀୟଙ୍କୁ ଏକାଠି ଯୋଡିଥାଏ । ଶହ ଶଡ ଲୋକଙ୍କ ମଧ୍ୟରେ ଭାରତ, ଭାରତୀୟ ଓ ଆମ ଦେଶର ଭାବନାର ଉତ୍ସବ ପାଳନ କରିବାକୁ ମୁଁ ଉତ୍ସାହିତ ଅଛି ।
ଆଇଏଫଏଫଏମ ଫେଷ୍ଟିଭାଲର ଡାଇରେକ୍ଟର ମିତୁ ଭୌମିକ ଲାଙ୍ଗେ କହିଛନ୍ତି, ଭାରତ ସ୍ୱାଧିନତାର ୭୫ ବର୍ଷ ପୂରଣ କରିଛି । ଆଉ ଆମ ଫିଲ୍ମ ଜନତାଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବାର ବଡ ମାଧ୍ୟମ ରହିଛି । ଆମେ ଏହାକୁ ଆମ ମତରେ ପାଳନ କରୁଛୁ । ଅଷ୍ଟ୍ରେଲିୟାରେ ଲୋକେ ଭାରତୀୟ ଫିଲ୍ମ ଓ କ୍ରିକେଟକୁ ପସନ୍ଦ କରିଥାଆନ୍ତି । ଆଉ ଅଭିଶେକ ବଚ୍ଚନ ଏକ ମର୍ଯ୍ୟାଦାପୂର୍ଣ୍ଣ ପରିବାରରୁ ଆସିଛନ୍ତି ଏପଟେ କପିଳ ଦେବ, ଯିଏ ଆମ ଦେଶକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇ ପାରିଛନ୍ତି, ଏମାନଙ୍କୁ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି ଭାବି ଆମନ୍ତ୍ରଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?