ଭାରତୀୟ ଫିଲ୍ମ ମହୋତ୍ସବରେ ତ୍ରିରଙ୍ଗା ଉଡାଇବେ ଅଭିଶେକ ବଚ୍ଚନ, କପିଲ ଦେବ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନ ଓ ପୂର୍ବତନ କ୍ରିକେଟ କ୍ୟାପଟେନ କପିଲ ଦେବ ୭୫ ତମ ସ୍ୱାଧିନତା ଦିବସ ଅବସରରେ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ଅଫ ମେଲେବୋର୍ନ(ଆଇଏଫଏଫଏମ୍‌)ରେ ଭାରତୀୟ ତ୍ରିରଙ୍ଗା ଉଡାଇବେ । ଅଭିଶେଷକ ବଚ୍ଚନ ଆଇଏଫଏଫଏମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ।
ଅଭିନେତା କହଛନ୍ତି ସିନେମା ଉତ୍ସବରେ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯିବା ଏକ ବଡ ସମ୍ମାନ । ମେଲବୋର୍ନରେ ଭାରତୀୟ ସ୍ୱାଧିନତାର ପ୍ରତିଷ୍ଠିତ ଫେଡେରେଶନ ସ୍କୋୟାରରେ ଜାତୀୟ ପତାକା ଉଡାଇବା ମୋ ପାଇଁ ଗର୍ବର କଥା । ଏହା ଏମିତି ଏକ ଆୟୋଜନ ଯେଉଁଠାରେ ଅଷ୍ଟ୍ରେଲିୟାରେ ରହୁଥିବା ସମସ୍ତ ଭାରତୀୟ, ସମସ୍ତେ ଭିନ୍ନ ଭିନ୍ନ ପୃଷ୍ଠଭୂମିର, ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ ପାଇଁ ଏକାଠି ହେବେ । ଏହା ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କକୁ ଦର୍ଶାଉଛି ।

ଅଭିଶେକ ଆହୁରି ମଧ୍ୟ କହିଛନ୍ତି, କପିଲ ସାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ମୋ ପାଇଁ ଗର୍ବର କଥା । ଏହାସହ ଏହି ଆୟୋଜନ ସିନେମା ଓ କ୍ରିକେଟକୁ ଏକସହ ଆଣିବାର ବି ଏକ ପ୍ରତିକ । ଏହି ଦୁଇଟି ଜିନିଷ ଆମ ଭାରତୀୟଙ୍କୁ ଏକାଠି ଯୋଡିଥାଏ । ଶହ ଶଡ ଲୋକଙ୍କ ମଧ୍ୟରେ ଭାରତ, ଭାରତୀୟ ଓ ଆମ ଦେଶର ଭାବନାର ଉତ୍ସବ ପାଳନ କରିବାକୁ ମୁଁ ଉତ୍ସାହିତ ଅଛି ।
ଆଇଏଫଏଫଏମ ଫେଷ୍ଟିଭାଲର ଡାଇରେକ୍ଟର ମିତୁ ଭୌମିକ ଲାଙ୍ଗେ କହିଛନ୍ତି, ଭାରତ ସ୍ୱାଧିନତାର ୭୫ ବର୍ଷ ପୂରଣ କରିଛି । ଆଉ ଆମ ଫିଲ୍ମ ଜନତାଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବାର ବଡ ମାଧ୍ୟମ ରହିଛି । ଆମେ ଏହାକୁ ଆମ ମତରେ ପାଳନ କରୁଛୁ । ଅଷ୍ଟ୍ରେଲିୟାରେ ଲୋକେ ଭାରତୀୟ ଫିଲ୍ମ ଓ କ୍ରିକେଟକୁ ପସନ୍ଦ କରିଥାଆନ୍ତି । ଆଉ ଅଭିଶେକ ବଚ୍ଚନ ଏକ ମର୍ଯ୍ୟାଦାପୂର୍ଣ୍ଣ ପରିବାରରୁ ଆସିଛନ୍ତି ଏପଟେ କପିଳ ଦେବ, ଯିଏ ଆମ ଦେଶକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇ ପାରିଛନ୍ତି, ଏମାନଙ୍କୁ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି ଭାବି ଆମନ୍ତ୍ରଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା ପାରିଶ୍ରମିକ

ଚେନ୍ନାଇ: ସାଉଥ୍ ଅଭିନେତା ମହେଶ ବାବୁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକୁ ଠିକ୍ ୪୮ ବର୍ଷ ପୂର୍ବେ...

ନେହା ଯେଉଁ ସ୍କୁଲରେ ପଢୁଥିଲେ, ସେହି ସ୍କୁଲ ବାହାରେ ସିଙ୍ଗଡା ବିକୁଥିଲେ ତାଙ୍କ ବାପା: ଏମିତି ହେଲେ ଟପ୍‌ ସିଙ୍ଗର୍‌

ବଲିଉଡର ସୁନ୍ଦରୀ ଗାୟିକା ନେହା କକ୍କରଙ୍କ ଆଜି ଜନ୍ମଦିନ। ୧୯୮୮, ଜୁନ ୬ରେ ଉତ୍ତରାଖଣ୍ଡର ହୃଷିକେଶରେ ଜନ୍ମଗ୍ରହଣ କରିଥିଲେ ନେହା। ମାତ୍ର ୪ ବର୍ଷ ବୟସରେ...

ସୋସିଆଲ ମିଡିଆରେ ଅନୁଷ୍କା ଶେୟାର କଲେ ଏମିତି ଫଟୋ, ବିରାଟ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଶଂସକଙ୍କ ସବୁଠୁ ପ୍ରିୟ କପଲ। ଉଭୟ ପରସ୍ପରକୁ ସ୍ବତନ୍ତ୍ର ଅନୁଭବ କରିବାକୁ କୌଣସି ସୁଯୋଗ...

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ...

ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ...

ପ୍ରଶଂସକଙ୍କ ଅନୁରୋଧ ରଖୁନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ବିବାହ କରିବାର ୪ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି...

ବାପାଙ୍କ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ୍‌ ଖାନ୍‌: ଜାଣନ୍ତୁ କାହିଁକି ଏପରି କରିଥିଲେ…

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ ପାଇଁ ନିର୍ମାତା ସଲମାନ୍‌ଙ୍କୁ ଲକି ମାନିଥାନ୍ତି। ତେଣୁ...

ରିୟାଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ: ଚାଟ୍‌ ଭାଇରାଲ ପରେ ଓକିଲ କହିଲେ ଏମିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ...

Advertisement
Archives

Model This Week