ଚନ୍ଦକାରୁ ଅପହରଣ, ଟିଟିଲାଗଡ଼ରେ ଠାବ

ବାରଙ୍ଗ(ଲିଙ୍ଗରାଜ ରାଉତ)/ଟିଟିଲାଗଡ଼,୬।୭(ଶରତ ମିଶ୍ର)ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ୨ଜଣ ଛାତ୍ର ନିଖୋଜ ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତଦନ୍ତ କରୁଥିବାବେଳେ ବୁଧବାର ଛାତ୍ରଦ୍ୱୟ ଅପହରଣର ଶିକାର ହୋଇଥିବା ନେଇ ନିଜ ଆଡୁ ପରିବାର ଲୋକଙ୍କୁ ଜଣାଇବା ସହ ଟିଟିଲାଗଡ଼ରେ ଥିବା ନେଇ କହିଛନ୍ତି। ପିଲା ୨ଜଣଙ୍କ ପତ୍ତା ଜଣାପଡ଼ିବା ପରେ ପରିବାର ଲୋକେ ପୋଲିସକୁ କହିଥିଲେ। ପରେ ସେମାନଙ୍କୁ ଆଣିବା ପାଇଁ ପୋଲିସ ସହ ପରିବାର ଲୋକେ ଟିଟିଲାଗଡ଼ ଗସ୍ତ କରିଛନ୍ତି।
ପ୍ରକାଶ ଯେ, ସବୁଦିନ ଭଳି କୁଜିମହଲ ଗ୍ରାମର ପୃଥ୍ବୀରାଜ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର ମଙ୍ଗଳବାର ସକାଳେ ସାଙ୍ଗ ହୋଇ ଏକ ଅଟୋରେ ସ୍କୁଲ ପାଖକୁ ଟ୍ୟୁଶନ ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ପିଲାମାନେ ଘରକୁ ନ ଫେରିବାରୁ ୨ ଛାତ୍ରଙ୍କ ପରିବାର ଲୋକେ ଅଟୋ ଚାଳକ ଓ ଟ୍ୟୁଶନ ସାର୍‌ଙ୍କୁ ଭେଟି ପଚାରିବାରୁ ଟ୍ୟୁଶନ ଆସିଥିବା ଓ ଅଧାରୁ ଛାତ୍ରଦ୍ୱୟ ଚାଲିଯାଇଥିବା କହିଥିଲେ। ପରେ ସମ୍ପର୍କୀୟଙ୍କ ସହ କଥାହୋଇ ପିଲାଙ୍କୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଶେଷରେ ବିଳମ୍ବିତ ରାତିରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲୋ। ଅଭିଯୋଗକ୍ରମେ ପୋଲିସ ସକାଳେ ଟ୍ୟୁଶନକୁ ଯାଇଥିବା ସ୍ଥାନ ଓ ରାସ୍ତାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ ମଧ୍ୟ କିଛି ସୁରାକ ପାଇ ନ ଥିଲା। ଅନ୍ୟପଟେ ଘଟଣାର ପ୍ରାୟ ୨୦ଘଣ୍ଟା ପରେ ୨ଜଣ ଛାତ୍ର ସେମାନଙ୍କ ପରିବାର ସହ କଥା ହୋଇ ଅପହରଣ କରାଯାଇଥିବା କହିଛନ୍ତି। ପରିବାର ଲୋକଙ୍କ ସୂଚନା ମୁତାବକ, ଟ୍ୟୁଶନକୁ ଦୁହେଁ ଯାଇଥିବାବେଳେ ପାଖରେ ଥିବା ଦୋକାନକୁ ଆସି ବିସ୍କୁଟ ଖାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ହଠାତ ୨ଜଣଙ୍କ ମୁହଁରେ କିଛି ପକାଇଦେବାରୁ ସେମାନେ ଅଚେତ ହୋଇଯାଇଥିଲେ। ଚେତା ଆସିବାବେଳକୁ ଘରଠାରୁ ବହୁ ଦୂରରେ ଥିବାବେଳେ ଏକ ଟ୍ରକ୍‌ରେ ସେମାନେ ଥିଲେ। ଟ୍ରକ୍‌ଟି ଏକ ରେଳଫାଟକ ପାଖରେ ରହିଥିବାରୁ କୌଶଳକ୍ରମେ ସେମାନେ ଓହ୍ଲାଇପଡ଼ିଥିଲେ। ପରେ ରେଳଫାଟକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ କହିବା ସହ ତାଙ୍କ ଫୋନ୍‌ରୁ ପରିବାର ଲୋକଙ୍କୁ ଟିଟିଲାଗଡ଼ରେ ଥିବା କହିଥିଲେ। ଏପରିକି ମହିଳା କର୍ମଚାରୀ ଜଣକ ଏ ବିଷୟରେ ଟିଟିଲାଗଡ଼ ପୋଲିସକୁ ଅବଗତ କରାଇବା ପରେ ପୋଲିସ ପହଞ୍ଚତ୍ ୨ ଛାତ୍ରଙ୍କୁ ଉଦ୍ଧାରକରି ନିଜ ହେପାଜତରେ ରଖିଥିବା ଆଇଆଇସି ମନୋଜ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri