ଚନ୍ଦକାରୁ ଅପହରଣ, ଟିଟିଲାଗଡ଼ରେ ଠାବ

ବାରଙ୍ଗ(ଲିଙ୍ଗରାଜ ରାଉତ)/ଟିଟିଲାଗଡ଼,୬।୭(ଶରତ ମିଶ୍ର)ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ୨ଜଣ ଛାତ୍ର ନିଖୋଜ ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତଦନ୍ତ କରୁଥିବାବେଳେ ବୁଧବାର ଛାତ୍ରଦ୍ୱୟ ଅପହରଣର ଶିକାର ହୋଇଥିବା ନେଇ ନିଜ ଆଡୁ ପରିବାର ଲୋକଙ୍କୁ ଜଣାଇବା ସହ ଟିଟିଲାଗଡ଼ରେ ଥିବା ନେଇ କହିଛନ୍ତି। ପିଲା ୨ଜଣଙ୍କ ପତ୍ତା ଜଣାପଡ଼ିବା ପରେ ପରିବାର ଲୋକେ ପୋଲିସକୁ କହିଥିଲେ। ପରେ ସେମାନଙ୍କୁ ଆଣିବା ପାଇଁ ପୋଲିସ ସହ ପରିବାର ଲୋକେ ଟିଟିଲାଗଡ଼ ଗସ୍ତ କରିଛନ୍ତି।
ପ୍ରକାଶ ଯେ, ସବୁଦିନ ଭଳି କୁଜିମହଲ ଗ୍ରାମର ପୃଥ୍ବୀରାଜ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର ମଙ୍ଗଳବାର ସକାଳେ ସାଙ୍ଗ ହୋଇ ଏକ ଅଟୋରେ ସ୍କୁଲ ପାଖକୁ ଟ୍ୟୁଶନ ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ପିଲାମାନେ ଘରକୁ ନ ଫେରିବାରୁ ୨ ଛାତ୍ରଙ୍କ ପରିବାର ଲୋକେ ଅଟୋ ଚାଳକ ଓ ଟ୍ୟୁଶନ ସାର୍‌ଙ୍କୁ ଭେଟି ପଚାରିବାରୁ ଟ୍ୟୁଶନ ଆସିଥିବା ଓ ଅଧାରୁ ଛାତ୍ରଦ୍ୱୟ ଚାଲିଯାଇଥିବା କହିଥିଲେ। ପରେ ସମ୍ପର୍କୀୟଙ୍କ ସହ କଥାହୋଇ ପିଲାଙ୍କୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଶେଷରେ ବିଳମ୍ବିତ ରାତିରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲୋ। ଅଭିଯୋଗକ୍ରମେ ପୋଲିସ ସକାଳେ ଟ୍ୟୁଶନକୁ ଯାଇଥିବା ସ୍ଥାନ ଓ ରାସ୍ତାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ ମଧ୍ୟ କିଛି ସୁରାକ ପାଇ ନ ଥିଲା। ଅନ୍ୟପଟେ ଘଟଣାର ପ୍ରାୟ ୨୦ଘଣ୍ଟା ପରେ ୨ଜଣ ଛାତ୍ର ସେମାନଙ୍କ ପରିବାର ସହ କଥା ହୋଇ ଅପହରଣ କରାଯାଇଥିବା କହିଛନ୍ତି। ପରିବାର ଲୋକଙ୍କ ସୂଚନା ମୁତାବକ, ଟ୍ୟୁଶନକୁ ଦୁହେଁ ଯାଇଥିବାବେଳେ ପାଖରେ ଥିବା ଦୋକାନକୁ ଆସି ବିସ୍କୁଟ ଖାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ହଠାତ ୨ଜଣଙ୍କ ମୁହଁରେ କିଛି ପକାଇଦେବାରୁ ସେମାନେ ଅଚେତ ହୋଇଯାଇଥିଲେ। ଚେତା ଆସିବାବେଳକୁ ଘରଠାରୁ ବହୁ ଦୂରରେ ଥିବାବେଳେ ଏକ ଟ୍ରକ୍‌ରେ ସେମାନେ ଥିଲେ। ଟ୍ରକ୍‌ଟି ଏକ ରେଳଫାଟକ ପାଖରେ ରହିଥିବାରୁ କୌଶଳକ୍ରମେ ସେମାନେ ଓହ୍ଲାଇପଡ଼ିଥିଲେ। ପରେ ରେଳଫାଟକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ କହିବା ସହ ତାଙ୍କ ଫୋନ୍‌ରୁ ପରିବାର ଲୋକଙ୍କୁ ଟିଟିଲାଗଡ଼ରେ ଥିବା କହିଥିଲେ। ଏପରିକି ମହିଳା କର୍ମଚାରୀ ଜଣକ ଏ ବିଷୟରେ ଟିଟିଲାଗଡ଼ ପୋଲିସକୁ ଅବଗତ କରାଇବା ପରେ ପୋଲିସ ପହଞ୍ଚତ୍ ୨ ଛାତ୍ରଙ୍କୁ ଉଦ୍ଧାରକରି ନିଜ ହେପାଜତରେ ରଖିଥିବା ଆଇଆଇସି ମନୋଜ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri