Posted inଖେଳ

ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଡି ଭିଲିୟର୍ସ

ଜୋହାନ୍ସବର୍ଗ,୨୪।୫: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି। ଆସନ୍ତା ବର୍ଷ ଅର୍ଥାତ ଟୁର୍ନାମେଣ୍ଟର ୧୬ ତମ ସିଜନରେ ସେ ନିଶ୍ଚିତ ଭାବରେ ସାମିଲ ହେବେ। ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ କିଛି ନା କିଛି ରୂପରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ନିଜେ ଡି ଭିଲିୟର୍ସ ସ୍ପଷ୍ଟ କରିଛନ୍ତି।

କିଛି ଦିନ ତଳେ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମ୍ୟକ ସୂଚନା ଦେଇଥିଲେ। ଏହାକୁ ନେଇ ସେ ଭିୟୁ ସ୍ପୋଟର୍‌ସକୁ କହିଛନ୍ତି, ବିରାଟ ଏହାକୁ ନିଶ୍ଚିତ କରିଥିବା ଜାଣି ଖୁସି ଲାଗୁଛି। ସତ କହିବାକୁ ଗଲେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ମୁଁ ନିଶ୍ଚିତ ଭାବରେ ଆସନ୍ତା ବର୍ଷ ଆଇପିଏଲ୍‌କୁ ଫେରିବି। ହେଲେ ଖେଳାଳି କି ଅନ୍ୟ କେଉଁ ଭୂମିକାରେ ତାହା ଜାଣେନା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବାଙ୍ଗାଲୋରରେ କିଛି ମ୍ୟାଚ ହୋଇପାରେ ବୋଲି ଶୁଣିଛି। ମୁଁ ମୋର ଦ୍ୱିତୀୟ ଘରକୁ ଫେରି ପୁଣି ଦର୍ଶକରେ ଭରପୂର ଚିନ୍ନାସ୍ବାମୀ ଷ୍ଟାଡିୟମକୁ ଦେଖିବାକୁ ଚାହେଁ। ମୁଁ ଫେରିବାକୁ ଅପେକ୍ଷା କରିଛି।

କହିରଖୁଛୁ, ୩୮ ବର୍ଷିୟ ଡି ଭିଲିୟର୍ସ ଦୀର୍ଘ ସମୟ ଧରି ଆର୍‌ସିବି ସହିତ ଜଡିତ ଥିଲେ। ସେ ହାରାହାରି ୩୯.୭୧ରେ ଦଳ ପାଇଁ ୫୧୬୨ ରନ ସ୍କୋର କରିଛନ୍ତି। ଏଥିରେ ୪ ଶତକ ଏବଂ ୪୦ ଅର୍ଦ୍ଧଶତକରହିଛି। ତେବେ ତାଙ୍କୁ ଆଇପିଏଲର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌ ଭାବେ ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମ୍ବାଲା ଦୌଡ଼ରେ ଶ୍ରୀନିବାସଙ୍କ ରେକର୍ଡ ଭାଙ୍ଗିଲା

ବାଙ୍ଗାଲୋର,୧୮।୨- ପାରମ୍ପରିକ ଷଣ୍ଢ ଦୌଡ଼ କମ୍ବାଲାରେ ଶ୍ରୀନିବାସ ଗୌଡ଼ାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ଆଉ ଜଣେ ଧାବକ। ତାଙ୍କ ନାମ ହେଲା ନିଶାନ୍ତ ଶେଟ୍ଟି। ସେ...

ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ

ନୂଆଦିଲ୍ଲୀ,୨୦।୭- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଓ୍ବେଷ୍ଟଇଣ୍ଡିଜ ସିରିଜରୁ ଓହରିଯାଇଛନ୍ତି। ଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହେବାର...

ଛକା ମାରି ମ୍ୟାଚ୍‌ ଜିତାଇଥିବା ବ୍ୟାଟ୍‌କୁ ନିଲାମ କରିବେ ପାକିସ୍ତାନର ଏହି ଖେଳାଳି

ଦୁବାଇ,୧୦।୯: ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ସୁପର-୪ ମୁକାବିଲାରେ ଲଗାତାର ଦୁଇ ଛକା ମାରି ପାକିସ୍ତାନକୁ ବିଜେତା କରାଇଥିଲେ ନସିମ ଶାହା। ଦଳର ଏହି ନୂଆ ଷ୍ଟାର...

ବିଶ୍ୱକପ୍‌ ଜିତିବା ନେଇ ଏମିତି କହିଲେ ରୋହିତ

ନୂଆଦିଲ୍ଲୀ,୬।୮: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ହୋଇଛି। ଆସନ୍ତା ବର୍ଷ ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ମିଳିତ ଭାବେ...

ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ୭

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ...

ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩।୧- ଷ୍ଟାର୍‌ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ...

ରଣଜୀ ଟ୍ରଫି: ସୌରାଷ୍ଟ୍ର- ବେଙ୍ଗଲ ଫାଇନାଲ ମୁକାବିଲା

ରାଜକୋଟ,୮।୩(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) ଷ୍ଟାଡିୟମରେ ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। ଟାଇଟଲ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ

କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ।...

Advertisement
Archives

Model This Week