ଆଠଗଡ଼ ବନାଞ୍ଚଳ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ)/ ଆଠଗଡ଼(ସ୍ବ.ପ୍ର): ଆଠଗଡ଼ ବନଖଣ୍ଡ ଅଧୀନ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ମୃତ ଦନ୍ତା ହାତୀକୁ ତରବରିଆ ଭାବେ ପୋତିଦିଆଯିବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଠଗଡ଼ ବନାଞ୍ଚଳ ଅଧିକାରୀ (ରେଞ୍ଜର) ଆୟେଶା ଅକ୍ତରୀ ନିଶାଙ୍କୁ ସୋମବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଆଠଗଡ଼ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏହି ପଦକ୍ଷେପ ନେଇଛନ୍ତି। ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ଅକ୍ଷୟ ପଟ୍ଟନାୟକଙ୍କ ତଦନ୍ତ ରିପୋର୍ଟକୁ ଆଧାରକରି ବିଭାଗ ଆୟେଶାଙ୍କୁ ନିଲମ୍ବିତ କରିଛି। ନିଲମ୍ବନ ସମୟରେ ସେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ମୁଖ୍ୟ ସଦର ମହକୁମା ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
୨୦୨୦ ଅଗଷ୍ଟରେ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ ଏକ ଦନ୍ତାହାତୀକୁ ଗୁଳି କରିଥିଲେ। ଏହି ଘଟଣାକୁ ଚପାଇଦେବାକୁ ଉଦ୍ୟମ ହୋଇଥିଲା। ମୃତ ହାତୀକୁ ଏକ ଗାତରେ ପୋତି ଦିଆଯାଇଥିଲା ଏବଂ ଦୁଇଟି ଦାନ୍ତକୁ କଢ଼ାଯାଇ ବନାଞ୍ଚଳ କାର୍ଯ୍ୟାଳୟରେ ସିଲ୍‌ କରି ଲକର ଭିତରେ ରଖାଯାଇଥିଲା। ବର୍ଷେ ପରେ ଅର୍ଥାତ୍‌ ଗତ କିଛିଦିନ ତଳେ ଗାତରେ ପୋତାଯିବାର ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାର ତଦନ୍ତ ପାଇଁ ଅକ୍ଷୟ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ଅଧିକାରୀ ପଟ୍ଟନାୟକ ବନାଞ୍ଚଳ ଅଧିକାରୀ ଆୟେଶାଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ରିପୋର୍ଟ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଦେଇଥିଲେ। ଉକ୍ତ ରିପୋର୍ଟ ଆଧାରରେ ଆୟେଶାଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି। ସେମାନଙ୍କ କହିବାନୁସାରେ, ରେଞ୍ଜର ଯଦିଓ ଭୁଲ୍‌ କରିଥିଲେ, କିନ୍ତୁ ଏଥିରେ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ନିଶ୍ଚୟ ସାମିଲ ଥିବେ। ଜଣେ ରେଞ୍ଜର ଉଚ୍ଚ ଅଧିକାରୀଙ୍କ ବିନାନୁମତିରେ ଏଭଳି କରି ନ ଥିବେ। ସେପଟେ ତଦନ୍ତବେଳେ ମଧ୍ୟ ରେଞ୍ଜର ଆୟେଶା ତତ୍କାଳୀନ ଆଠଗଡ଼ ଡିଏଫ୍‌ଓଙ୍କ ନାଁ କହିଥିଲେ। ତତ୍କାଳୀନ ଡିଏଫ୍‌ଓଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟସବୁ ନଥିପତ୍ର ହାତେ ହାତେ ଦେଇଥିଲେ ଏବଂ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ହିଁ ଏହା କରିଥିଲେ ବୋଲି ସେ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ। କିନ୍ତୁ ଡିଏଫ୍‌ଓ ଏହାକୁ ଏଡାଇଯାଇଥିଲେ। ତେଣୁ ରେଞ୍ଜର ଏହି ଘଟଣାରେ ଫସିଯାଇଥିଲେ। କୌଣସି ତଥ୍ୟ ଭିତ୍ତିକ ପ୍ରମାଣ ନ ଥିବା ଯୋଗୁ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦରେ ରହିଥିବା ତତ୍କାଳୀନ ଡିଏଫ୍‌ଓଙ୍କର ବନ ବିଭାଗରେ ପ୍ରଭାବ ରହିଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri