୫ଦିନ ପ୍ରବଳ ବର୍ଷା: ୩ ଦିନରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକ୍‌-ମୌସୁମୀ ବର୍ଷା ଲାଗି ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ(୭ରୁ ୧୧ସେମି)ରୁ ଅତିପ୍ରବଳ(୧୧ରୁ ୨୦ସେମି) ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସୋମବାର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କଟକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ଏବଂ ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ବୁଧବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ଗୁରୁବାରଠାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ରବିବାର ସମ୍ବଲପୁରରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବାବେଳେ ହୀରାକୁଦରେ ୩୪, ନୟାଗଡ଼ ୩୪, ବାରିପଦା ୨୩, ଝାରସୁଗୁଡ଼ା ୧୩.୪, ଅନୁଗୋଳ ୬, କଟକ ୨, ଭୁବନେଶ୍ୱର ୧ ମିମି ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନରୁ ୨୧ ଦିନ ବଢ଼ିପାରେ କ୍ୱାରାଣ୍ଟାଇନ ଅବଧି

ଭୁବନେଶ୍ୱର,୭।୫(ବ୍ୟୁରୋ): ବଢ଼ିପାରେ ପ୍ରବାସୀମାନଙ୍କ କ୍ୱାରାଣ୍ଟାଇନ୍‌ ଅବଧି। ପୂର୍ବ ନିର୍ଦ୍ଧାରିତ ୧୪ ଦିନର ଅବଧିକୁ ୨୧ ଦିନକୁ ବଢ଼ାଇବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ...

ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ...

ଏସ୍‌ଇସିସି ତାଲିକାରେ ଓ୍ବାର୍ଡବାସୀଙ୍କ ନାଁ ନାହିଁ

ମୁରିବାହାଲ, ୧୩।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ ଅନ୍ତର୍ଗତ ଚଳକି ଗଁା ୩ ନମ୍ବର ୱାର୍ଡର ଗୋଟିଏ ବି ପରିବାର ଏସଇସିସି (ସାମାଜିକ,...

ସଜେଇ ହେଉଛି ଉଦୟପୁର-ତାଳସାରୀ

ଭୋଗରାଇ,୯ା୯: ନୂଆ ରୂପରେ ସଜେଇ ହେଉଛି ବାଲେଶ୍ୱର ଜିଲାର ବେଳାଭୂମି ଉଦୟପୁର-ତାଳସାରୀ। ଦୀର୍ଘବର୍ଷ ଧରି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ବେଳାଭୂମିକୁ ଅଧିକ ସୁନ୍ଦର ଓ...

ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ।  ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ...

ଚାଇନା ଠକେଇ ର଼୍ୟାକେଟର ଭାରତୀୟ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୭ (ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ଭାରତ ସମେତ ବିଭିନ୍ନ ଦେଶରେ ହୋଇଥିବା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ...

ଆଜି ରାଜ୍ୟରୁ ମାତ୍ର ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୪ା୪(ବ୍ୟୁରୋ): ସୋମବାର ରାଜ୍ୟରୁ ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୭୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week