Posted inଜାତୀୟ

ରୋଗ ସୃଷ୍ଟି କରିଛି ଏଏପି , ଆମେ କରୁଛୁ ଚିକିତ୍ସା: ଭାଜପା…

ନୂଆଦିଲ୍ଲୀ,୧।୮ : ଦିଲ୍ଲୀ ସେବା ବିଲ୍‌ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଦେଖାଦେଇଛି। ମଙ୍ଗଳବାର ଲୋକସଭାରେ ଏହାର ଉପସ୍ଥାପନା ସମୟରେ ଅନେକ ହଟ୍ଟଭୋଳ ହୋଇଛି। କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ତଥା ଦିଲ୍ଲୀର ଲୋକସଭା ଏମପି ମୀନାକ୍ଷୀ ଲେଖି ଦିଲ୍ଲୀ ସେବା ବିଲ ଉପରେ କହିଛନ୍ତି ଭାରତ ସରକାରଙ୍କର ଏହି ଆଇନ ତିଆରି କରିବାର ଅଧିକାର ଅଛି। କାରଣ ଭାରତ ଏକ ସଂଘୀୟ ଦେଶ ଏବଂ ଏହାର ପ୍ରାଥମିକତାକୁ କେହି ଚ୍ୟାଲେଞ୍ଜ କରିପାରିବେ ନାହିଁ। ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ସେତେବେଳେ କୋର୍ଟ କହିଥିଲେ ନିୟମ, ଆଇନ ଏବଂ ବିଲ ଉପରେ ଆମେ ନୀରବ ରହିବା ଆବଶ୍ୟକ। କେନ୍ଦ୍ର ଚାହିଁଲେ ନିୟମ ପ୍ରସ୍ତୁତ କରିପାରିବ। ସେହି ଦୃଷ୍ଟିକୋଣକୁ ଗୁରୁତ୍ୱାରୋପ କରି ଆମେ ଏହି ବିଲ ଆଣିଛୁ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଆଠ ଦିନ ମଧ୍ୟରେ ଏହି ବିଲ ଅଣାଯାଇଛି। ଆମେ କହିବୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ମାତ୍ରେ ଯେଉଁ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ବିରୋଧରେ ଅନୁସନ୍ଧାନ କରୁଥିଲେ ଏଏପି ସରକାର ସେମାନଙ୍କୁ ଟ୍ରାନ୍ସଫର କରିବା ଆରମ୍ଭ କଲେ। ସେମାନଙ୍କୁ ଧମକ ଦେଲେ। ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାରିଲେ।

ଏଏପି ରୋଗ ସୃଷ୍ଟି କରିଛି, ଏହାର ଚିକିତ୍ସା ଆମ ହାତରେ ଅଛି । ଏହି ପ୍ରକାର ଗୁଣ୍ଡାଗର୍ଦ୍ଦି ଆଉ ଚଳିବ ନାହିଁ। ଦିଲ୍ଲୀ ହେଉଛି ଭାରତର ରାଜଧାନୀ, ଏହା ଉପରେ ସମଗ୍ର ଦେଶର ଅଧିକାର ଅଛି। ଆଗକୁ ଜି-୨୦ ଶିଖର ସମ୍ମିଳନୀ ହେବାର ଅଛି । ତେଣୁ ଆମେ ଏଏପିର ରୋଗର ଚିକିତ୍ସା କରିବା ଜରୁରୀ।

ଦିଲ୍ଲୀକୁ ନେଇ ଲୋକସଭାରେ ଉପସ୍ଥାପିତ ହୋଇଥିବା ବିଲ ଉପରେ ଦିଲ୍ଲୀର ଆଉ ଜଣେ ଭାଜପା ଏମପି ରମେଶ ବିଧୁଡ଼ି କହିଛନ୍ତି ବିରୋଧ କରୁଥିବା ଲୋକମାନେ ଆଦୌସମ୍ବିଧାନ ପଢ଼ି ନାହାନ୍ତି। ଏହି ବିଲ କୌଣସି ଦୃଷ୍ଟିରୁ ଅସାମ୍ବିଧାନିକ ନୁହେଁ। ୨୬ ଜାନୁଆରୀରେ ଏକ ଧର୍ମଘଟ କରିବା ଅସାମ୍ବିଧାନିକ ନୁହେଁ କି ? କଂଗ୍ରେସଠାରୁ ସମର୍ଥନ ଲୋଡିବା ପାଇଁ କରାଯାଇଥିବା କାର୍ଯ୍ୟ ସାମ୍ବିଧାନିକ ଥିଲା କି?

ଶାହ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ୟ କିଛି ରାୟ ଥିଲା। ପରେ କଂଗ୍ରେସ ଏହାକୁ ସଂସଦରେ ବଦଳାଇ ଦେଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦଗ କେଜରିଓ୍ବାଲ ଗରିବ ଲୋକଙ୍କ ପାଇଁ ଘର ନିର୍ମାଣ କରି ନାହାନ୍ତି। କିନ୍ତୁ ନିଜ ପାଇଁ ୪୫ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ମହଲ ନିର୍ମାଣ କରିଛନ୍ତି। ସୁପ୍ରିମକୋର୍ଟ ଏହି ବିଲ ଉପରେ ପରାମର୍ଶ ଦେଇଛନ୍ତି, ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ତେବେ ଏହା ଏକ ଆଇନ କରିପାରିବେ। ସୁପ୍ରିମକୋର୍ଟଙ୍କର ଏପରି ନିଷ୍ପତ୍ତି ନାହିଁ ଯାହା ଅନ୍ତର୍ଗତ ରାଜ୍ୟର ଅଧିକାରୀ ମନ୍ତ୍ରୀଙ୍କ ଉପରେ ରହିବେ ନାହିଁ। ସେମାନେ କେବଳ ନିଜ ନିଜ କାମ ଦାୟିତ୍ୱବୋଧ ଅନୁସାରେ କରିବାକୁ ଚାହାଁନ୍ତି ।

କେଜରିଓ୍ବାଲ ଯାହା କହିବେ ତାହା ଠିକ ଏହା କିପରି ହୋଇପାରିବ। ଚାପ ପକାଇ ସେମାନେ ଅଧିକାରୀମାନଙ୍କୁ ଭୁଲ କାମ କରିବାକୁ କହିଥାନ୍ତି। ଯେଉଁମାନେ ଦେଶର ସ୍ବାର୍ଥରେ ଅଛନ୍ତି, ସେମାନେ ଏହି ବିଲ ପାସ କରିବେ। ସେମାନେ କଦାପି ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ କରିବେ ନାହିଁ ବୋଲି ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri