Posted inଖେଳ

ପନ୍ତଙ୍କୁ ସମାଲୋଚନା କଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ରିଜର୍ଭ ଡେ’ରେ ସେଟ୍‌ ହୋଇସାରିଥିବା ରିଷଭ ପନ୍ତ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଷ୍ଟେପ ଆଉଟ୍‌ କରି ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରିଥିଲେ। ବଲ ପନ୍ତଙ୍କ ବ୍ୟାଟର ଏଜ୍‌ ନେଇ ଉପରକୁ ଚାଲିଯାଇଥିଲା, ଯାହାକୁ ପଏଣ୍ଟ ଅଞ୍ଚଳରେ ଚମତ୍କାର କ୍ୟାଚ୍‌ ନେଇଥିଲେ ହେନରୀ ନିକୋଲାସ। ଏହା ମ୍ୟାଚ୍‌ର ସବୁଠୁ ବଡ଼ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ତାଙ୍କ ଉଇକେଟ ପଡ଼ିବା ପରେ ଦଳୀୟ ସ୍କୋରରେ ମାତ୍ର ୧୪ ରନ୍‌ ଯୋଡ଼ି ପାରିଥିଲେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନମାନେ। ଫଳରେ ୧୭୦ ରନ୍‌ରେ ସୀମିତ ହେବା ସହ ନ୍ୟୁଜିଲାଣ୍ଡ ଆଗରେ ୧୩୯ ରନ୍‌ର ସହଜ ଟାର୍ଗେଟ ଛିଡ଼ା କରିଥିଲା ଭାରତ।

ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ପନ୍ତଙ୍କ ବ୍ୟାଟିଂ ଷ୍ଟାଇଲ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦଳ ତାଙ୍କ ଠାରୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆବଶ୍ୟକ କରୁଥିଲା। ଏଭଳି ପରିସ୍ଥିତିରେ ପନ୍ତ ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରି ଆଉଟ୍‌ ହୋଇଥିଲେ। ବଡ଼ ବଡ଼ ଶଟ୍‌ ଖେଳି ପନ୍ତ ନିଜ ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ କ୍ରିଜ୍‌ରେ ଟିମ୍‌ ଇଣ୍ଡିଆକୁ ତାଙ୍କ ଉପସ୍ଥିତି ଦରକାର ଥିବାବେଳେ ଆଟାକିଂ ଷ୍ଟାଇଲ ବ୍ୟାଟିଂ ଆପଣେଇବା କେତେ ଦୂର ଠିକ୍‌ ? ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ ପ୍ରଶ୍ନ କରିଛନ୍ତି।

ତାଙ୍କ ବ୍ୟାଟିଂ ଦକ୍ଷତା ଆମେ ଦେଖିଛୁ। ସିଡ୍‌ନୀରେ ବିପରିତ ପରିସ୍ଥିତିରେ ସେ ୯୭ ରନ୍‌ର ଇନିଂସ ଖେଳିଥିଲେ। ଗାବାଠାରେ ୮୯ ରନ୍‌ ଅପରାଜିତ ଇନିଂସ ଖେଳି ଭାରତକୁ ଦେଇଥିଲେ ଐତିହାସିକ ବିଜୟ। ତାଙ୍କ ଠାରୁ ଅନେକ ମ୍ୟାଚ୍‌ ବିଜୟୀ ଇନିଂସ ଦେଖିବାକୁ ମିଳିଛି। ମାତ୍ର ତାଙ୍କର ଏଭଳି ଶୋଚନୀୟ ବ୍ୟାଟିଂ ଆମେ କଦାପି ଦେଖି ନାହୁଁ ବୋଲି ଆକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri