Posted inଜାତୀୟ

ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭୂତାଣୁ

ନୂଆଦିଲ୍ଲୀ,୨୪।୧: ଆର୍ଟିକ୍‌ ବରଫ ତଳେ ପୋତିହୋଇ ରହିଥିବା ଜୋମ୍ବି ଭୂତାଣୁ ଆଉ ଏକ ଭୟଙ୍କର ମହାମାରୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ମାନବଜାତି ପାଇଁ ବଡ଼ ବିପଦ ଆସୁଥିବା ସେମାନେ ସତର୍କ କରାଇଛନ୍ତି। ଆର୍କ୍ଟିକର ସ୍ଥାୟୀ ତୁଷାର ଭୂମି ତରଳିବା ପରେ ଜୋମ୍ବି ଭୂତାଣୁ ବାହାରକୁ ଆସିବେ। ବିଶ୍ୱ ତାପନ ବଢ଼ୁଥିବାରୁ ବରଫ ତରଳିବା ଆଶଙ୍କା ସୃଷ୍ଟି ହୋଇଛି। ଗତବର୍ଷ ରୁଷିଆର ସାଇବେରିଆ ତୁଷାର ଭୂମି ଖନନରୁ ମିଳିଥିବା ଜୋମ୍ବି ଭାଇରସ୍‌ ନମୁନା ଦେଖାଇ ଗବେଷକମାନେ ଏହାର ଭୟାବହତା ସମ୍ପର୍କରେ ଚେତାଇ ଦେଇଛନ୍ତି। ଏହି ଭୂତାଣୁଗୁଡ଼ିକ ୪୮,୫୦୦ ବର୍ଷ ହେଲା ବରଫ ତଳେ ପୋତିହୋଇ ରହିଥିବା ସେମାନେ କହିଛନ୍ତି। ନୂଆ ମହାମାରୀ ପାଇଁ ଏହା ସମ୍ଭାବ୍ୟ ଏଜେଣ୍ଟ ବୋଲି ଆଇକ୍ସ-ମାର୍ସେଲି ୟୁନିଭର୍ସିଟିର ଜେନେଟିସିଷ୍ଟ ଜିନ୍‌-ମିଚେଲ କ୍ଲାଭେରି କହିଛନ୍ତି। ଏବେ ମହାମାରୀ ବିପଦ ଦକ୍ଷିଣ ଭାଗରେ ସୃଷ୍ଟି ହୋଇ ଉତ୍ତର ଭାଗକୁ ବ୍ୟାପୁଥିବାରୁ କ୍ଲାଭେରି ଚିନ୍ତା ପ୍ରକଟ କରିଛନ୍ତି। ସ୍ଥାୟୀ ତୁଷାର ଭୂମି ମଧ୍ୟରେ ଥିବା ଭୂତାଣୁ ସମ୍ଭବତଃ ପୋଲିଓର ପୁରାତନ ରୂପରେ ବ୍ୟାପିପାରେ ବୋଲି ରୋଟେରଡାମ୍‌ର ଏରାସମସ୍‌ ମେଡିକାଲ ସେଣ୍ଟରର ଭୂତାଣୁ ବିଜ୍ଞାନୀ ମାରିଅନ୍‌ କୁପ୍‌ମାନ୍ସ କହିଛନ୍ତି। ହଜାର ହଜାର ବର୍ଷ ବରଫ ତଳେ ରହିବା ସତ୍ତ୍ୱେ ଏହି ଜୀବନ୍ତ ଭୂତାଣୁ ଏକକୋଷୀ ପ୍ରାଣୀଙ୍କୁ ସଂକ୍ରମିତ କରିବା କ୍ଷମତା ରଖିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜକିଶୋରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଗଣଶିକ୍ଷକ ସଂଘ

ଦାରିଙ୍ଗବାଡି,୧୧।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ସାଥି ଶିକ୍ଷକଙ୍କ ଦେହାନ୍ତ ପରେ ସହାୟତାର ହାତ ବଢ଼ାଇଲା ସାଙ୍ଗ ଏଭଳି ଘଟଣାକୁ ନେଇ…

ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ: ଜୋରଦାର ପ୍ରତିବାଦ

କେନ୍ଦୁଝର,୧୧।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଛଟେଇ ବିରୋଧରେ ତେଜିଲା ଆନ୍ଦୋଳନ I…

୧ କୋଟି ଟଙ୍କିଆ ବାଇକ୍‌ ଭାରତରେ ଲଞ୍ଚ୍‌: ସାଙ୍ଗେ ସାଙ୍ଗେ Sold Out

ନୂଆଦିଲ୍ଲୀ,୧୧।୫: ଇଟାଲୀର ପ୍ରସିଦ୍ଧ ମୋଟରସାଇକେଲ ନିର୍ମାତା Ducati ଭାରତରେ ଏହାର ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ସୀମିତ ସଂସ୍କରଣ ସୁପରବାଇକ – Ducati Panigale V4 Lamborghini –…

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବିଦ୍ୟୁତ ଆଘାତ ଦେଇ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସ୍ତ୍ରୀ, ନିଦରୁ ଉଠିପଡିଲେ ସ୍ବାମୀ, ଆଉ ତା’ପରେ…

ମୁମ୍ବାଇ, ୧୧।୫: ମହାରାଷ୍ଟ୍ରର ଯବତମାଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାତ ପ୍ରତିଜ୍ଞାର ଏକ ବିବାହ ହତ୍ୟା ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଅଭିଯୋଗ…

ପେଟ୍ରୋଲ-ଡିଜେଲ, ଏଲପିଜି ସମ୍ପର୍କରେ ବଡ଼ ବୟାନ ଜାରି କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ, ଭାରତ ଉପରେ…

ନୂଆଦିଲ୍ଲୀ,୧୧।୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri