Posted inଫୁରସତ

ପାଟନାର ଏହି ୧୭ ବର୍ଷୀୟ ଯୁବକଙ୍କ ପାଟିରୁ ବାହାରିଲା ୮୨ ଦାନ୍ତ: ଡାକ୍ତରମାନେ କହିଲେ…

ପାଟନା: ଜଣେ ସାଧାରଣ ମନୁଷ୍ୟ ଶରୀରରେ ୩୨ ଦାନ୍ତ ଥିବା କଥା ସମସ୍ତେ ଜାଣନ୍ତି। ହେଲେ ଯଦି ଆପଣଙ୍କୁ ୮୨ ଦାନ୍ତ ଥିବା କୁହାଯାଏ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବିହାରର ପାଟଣାରୁ ଏଭଳି ଏକ ବିରଳ ମାମଲା ସାମ୍ନାକୁ ଆସିଛି। ଏହା ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଏହି ବୃତ୍ତିସହ ଜଡ଼ିତ ଡାକ୍ତରମାନଙ୍କୁ ଚକିତ କରିଛି। ବିହାରର ଜଣେ ଯୁବକ ବିରଳ ଟ୍ୟୁମରରେ ପୀଡ଼ିତ ଥିବା ବେଳେ ୩ ଘଣ୍ଟାର ଅପରେଶନ ପରେ ତାଙ୍କ ପାଟିରେ ଥିବା ମାଢ଼ିରୁ ୮୨ଟି ଦାନ୍ତକୁ ବାହାର କରାଯାଇଛି।

୧୭ ବର୍ଷୀୟ ନୀତିଶ ଗତ ୫ ବର୍ଷ ଧରି ମାଢ଼ିରେ ଏକ ଜଟିଳ ଟ୍ୟୁମର ଓଡୋଣ୍ଟୋମ୍‌ରେ ପୀଡ଼ିତ ଥିଲେ। ତାଙ୍କୁ ନିଜର ଥୋଡ଼ି ଠିକ୍‌ କରିବା ଲାଗି ଏକ ଅପରେଶନ କରିବାକୁ ପଡ଼ିଥିଲା। ମାଢ଼ି ନିକଟରେ ଥିବା ଦୁଇଟି ଥଳିରୁ ମୋଟ ୮୨ ଦାନ୍ତ ବାହାରିଥିଲା। ଏହା ସାଧାରଣରୁ ୫୦ଟି ଅଧିକ ଥିଲା।

ତେବେ ଦୀର୍ଘ ବର୍ଷ ଧରି ନୀତିଶ ନିଜର ଚିକିତ୍ସା କରାଇପାରୁନଥିଲେ। ସୌଭାଗ୍ୟବଶତଃ ସେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କର ଅପରେଶନ ନିମନ୍ତେ ତାରିଖ ଧାର୍ଯ୍ୟ କରିଥିଲେ। ସେତେବେଳକୁ ପାଟିର ଦୁଇପଟେ ବଡ଼ ଫୁଲା ନଜର ଆସିଥିଲା। ଅପରେଶନ ପରେ ସେ ଏବେ ସୁସ୍ଥ ଥିବା ବେଳେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ଏଥିସହ ସେମାନେ ଦେଶରେ ଏଯାବତ ଏଭଳି ମାମଲା ଆସି ନ ଥିବା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri