Posted inଫୁରସତ

ପାଟନାର ଏହି ୧୭ ବର୍ଷୀୟ ଯୁବକଙ୍କ ପାଟିରୁ ବାହାରିଲା ୮୨ ଦାନ୍ତ: ଡାକ୍ତରମାନେ କହିଲେ…

ପାଟନା: ଜଣେ ସାଧାରଣ ମନୁଷ୍ୟ ଶରୀରରେ ୩୨ ଦାନ୍ତ ଥିବା କଥା ସମସ୍ତେ ଜାଣନ୍ତି। ହେଲେ ଯଦି ଆପଣଙ୍କୁ ୮୨ ଦାନ୍ତ ଥିବା କୁହାଯାଏ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବିହାରର ପାଟଣାରୁ ଏଭଳି ଏକ ବିରଳ ମାମଲା ସାମ୍ନାକୁ ଆସିଛି। ଏହା ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଏହି ବୃତ୍ତିସହ ଜଡ଼ିତ ଡାକ୍ତରମାନଙ୍କୁ ଚକିତ କରିଛି। ବିହାରର ଜଣେ ଯୁବକ ବିରଳ ଟ୍ୟୁମରରେ ପୀଡ଼ିତ ଥିବା ବେଳେ ୩ ଘଣ୍ଟାର ଅପରେଶନ ପରେ ତାଙ୍କ ପାଟିରେ ଥିବା ମାଢ଼ିରୁ ୮୨ଟି ଦାନ୍ତକୁ ବାହାର କରାଯାଇଛି।

୧୭ ବର୍ଷୀୟ ନୀତିଶ ଗତ ୫ ବର୍ଷ ଧରି ମାଢ଼ିରେ ଏକ ଜଟିଳ ଟ୍ୟୁମର ଓଡୋଣ୍ଟୋମ୍‌ରେ ପୀଡ଼ିତ ଥିଲେ। ତାଙ୍କୁ ନିଜର ଥୋଡ଼ି ଠିକ୍‌ କରିବା ଲାଗି ଏକ ଅପରେଶନ କରିବାକୁ ପଡ଼ିଥିଲା। ମାଢ଼ି ନିକଟରେ ଥିବା ଦୁଇଟି ଥଳିରୁ ମୋଟ ୮୨ ଦାନ୍ତ ବାହାରିଥିଲା। ଏହା ସାଧାରଣରୁ ୫୦ଟି ଅଧିକ ଥିଲା।

ତେବେ ଦୀର୍ଘ ବର୍ଷ ଧରି ନୀତିଶ ନିଜର ଚିକିତ୍ସା କରାଇପାରୁନଥିଲେ। ସୌଭାଗ୍ୟବଶତଃ ସେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କର ଅପରେଶନ ନିମନ୍ତେ ତାରିଖ ଧାର୍ଯ୍ୟ କରିଥିଲେ। ସେତେବେଳକୁ ପାଟିର ଦୁଇପଟେ ବଡ଼ ଫୁଲା ନଜର ଆସିଥିଲା। ଅପରେଶନ ପରେ ସେ ଏବେ ସୁସ୍ଥ ଥିବା ବେଳେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ଏଥିସହ ସେମାନେ ଦେଶରେ ଏଯାବତ ଏଭଳି ମାମଲା ଆସି ନ ଥିବା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

ଆଜି ଭକ୍ତ-ଭଗବାନ ଭେଟ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri