ସାପକୁ ମାରିବା ପାଇଁ ୧୩ କୋଟି ଟଙ୍କାର ଘର ଜାଳିଦେଲେ ଯୁବକ

ଓ୍ବାଶିଂଟନ,୫ା୧୨: ଜଣେ ଯୁବକ ନିଜ ଘରେ ଏକ ବିଷଧର ସାପକୁ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଏମିତି କିଛି କାଣ୍ଡ କଲେ, ଯାହା ଏବେ ଚର୍ଚ୍ଚିତ ଖବର ପାଲଟିଛି।

ଆମେରିକାର ମ୍ୟାରିଲାଣ୍ଡର ଜଣେ ଯୁବକ ଘର ଭିତରେ ଏକ ବିଷଧର ସାପ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଯୋଜନା କରିଥିଲେ। ସାପକୁ ମାରିବା ପାଇଁ ଘର ଉପରକୁ ଜଳନ୍ତା କୋଇଲା ପକାଇଥିଲେ। ଏହା ପରେ ସାପ ମଲା କି ନାହିଁ ସେ ଖବର ନାହିଁ, କିନ୍ତୁ ପୂରା ଘର ଜଳିଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ଘରେ ଭୟଙ୍କର ସାପକୁ ଦେଖି ଜଳନ୍ତା କୋଇଲାକୁ ତା’ ଉପରକୁ ଫିଙ୍ଗିଥିଲେ। ସାପଟି କେଉଁଆଡ଼େ ଚାଲିଗଲା କିଛି ଜଣାପଡ଼ିଲାନି। କିନ୍ତୁ ୧୩ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଘରଟି ଜଳନ୍ତା କୋଇଲା ନିଆଁରେ ପୂରା ଜଳିଗଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୭୫ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଆସିଥିଲେ। ସେତେବେଳକୁ ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଚାରିଆଡ଼କୁ ବ୍ୟାପି ଯାଇଥିଲା। ଫଳରେ ପୂରା ବିଲ୍ଡିଂଟା ଜଳି ଯାଇଥିଲା।

ଉଦ୍ଧାରକାରୀ ଦଳ କୁହନ୍ତି, ୧୦୦୦୦ ବର୍ଗଫୁଟ ବିଶିଷ୍ଟ ଏହି ଘରେ ଯୁବକ ଜଣକ ଏକ ସାପ ଦେଖିଥିଲେ। ଏହାକୁ ମାରିବା ପାଇଁ ତା’ ଉପରକୁ ଜଳନ୍ତା କୋଇଲା ଫିଙ୍ଗିଥିଲେ। ଫଳରେ ସାରା ଘରକୁ ନିଆଁ ବ୍ୟାପି ଯାଇଥିଲା। ଏଥିରେ ୧.୮ ମିଲିୟନ ଅର୍ଥାତ୍‌ ୧୩ କୋଟି ଟଙ୍କାର ଘରଟି ସମ୍ପୂର୍ଣ୍ଣ ଜଳିଗଲା।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବର୍ଷ ପୂର୍ବର ପେଣ୍ଟିଂ, ବିକ୍ରି ହେଲା ୧୭୭ କୋଟିରେ

ଜାପାନର ଜଣେ ଲୋକପ୍ରିୟ ଚିତ୍ରକାର ୟୋଶୋତୋମୋ ୨୦୦୦ ମସିହାରେ ଏକ କାର୍ଟୁନ ଗର୍ଲ ପେଣ୍ଟିଂ(ଫଟୋଚିତ୍ର) ତିଆରି କରିଥିଲେ। ନିକଟରେ ହଂକଂର ମଡେନଷ୍ଟିକ୍‌ କନ୍‌ଭେନ୍‌ଶନ ସେଣ୍ଟରରେ ଏହା...

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ...

କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…

ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ...

ଜାଣନ୍ତି ପାଣିରେ ଗୋଲାକାର ଭାବେ କାହିଁକି ପହଁରନ୍ତି ସାମୁଦ୍ରିକ ଜୀବ

କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍‌ ଏପରିକି କଇଁଛଙ୍କଠାରେ...

ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ...

‘ଅନାବଶ୍ୟକ କଥା କହୁଛନ୍ତି ଇମ୍ରାନ’

ଇସଲାମାବାଦ,୨୯ା୧: ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲି ଜରଦାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି...

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ବହୁ ଲୋକ ନେଇ ନାହାନ୍ତି ଟିକାର ଗୋଟିଏ ବି ଡୋଜ୍‌…

ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି...

Advertisement
Archives

Model This Week