Posted inଫୁରସତ

୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କଲେ ମହିଳା

ଚିଲିରେ ଏକ ଅଜବ ଘଟଣା ଘଟିଛି। କରୋନାରେ କାଳରେ ଜଣେ ମହିଳା ମୃତ୍ୟୁ ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କରିଛନ୍ତି। ଏହି ଅବସରରେ ସେ ସମସ୍ତ ବନ୍ଧୁ, ପରିଜନଙ୍କ ଡାକି ନିଜ ଯୋଜନା ବିଷୟରେ ଅବଗତ କରାଇଥିଲେ। ୫୯ ବର୍ଷୀୟା ମାୟରା ଆଲୋଞ୍ଜୋ ନାମକ ଏହି ମହିଳା ସ୍ୟାଣ୍ଟୋୟାଗୋ ସହରରେ ରୁହନ୍ତି। ସେ ଗତ କିଛିଦିନ ହେବ କରୋନାଜନିତ ମୃତ୍ୟୁ ଦେଖି ଦେଖି ନିଜ ଅନ୍ତିମ ସଂସ୍କାରର ରିହରସାଲ କଥା ଭାବିଥିଲେ। ଏଥିପାଇଁ ପ୍ରଥମେ ବନ୍ଧୁ ଏବଂ ପରିଜନଙ୍କୁ ନିଜ ଯୋଜନା ବିଷୟରେ କହି ବୁଝାଇଥିଲେ। ମାୟରା ଏକ ଧଳା କଫିନ୍‌ରେ ଧଳା ଡ୍ରେସ୍‌ ପିନ୍ଧି କିଛି ସମୟ ପାଇଁ ଶୋଇ ରହିଥିଲେ। ଏହି ଅବସରରେ ତାଙ୍କ ବନ୍ଧୁ ଏବଂ ପରିଜନଙ୍କ ଆଖିରୁ ଲୁହ ଆସିଯାଇଥିଲା। ସେମାନେ ମାୟରାଙ୍କ ଉପରେ ଫୁଲ ଚଢାଇଥିଲେ। ମାୟରା କଫିନକୁ ଗୋଟିଏ ଦିନ ପାଇଁ ଭଡାରେ ନେଇଥିଲେ। ଏହାପରେ ସେ କହିଛନ୍ତି ମୋ ସ୍ବପ୍ନ ପୂରଣ ହୋଇଛି। ଏବେ ମୋର ମୃତ୍ୟୁ ପରେ କୌଣସି ଅନ୍ତିମ ସଂସ୍କାରର ଆବଶ୍ୟକତା ନାହିଁ। ମୁଁ ମୋ ଜୀବନରେ ସବୁକିଛି ଦେଖିଲି ବୋଲି ସେ କହିଛନ୍ତି। ମାୟରାଙ୍କୁ ଏହି ନିଷ୍ପତ୍ତି ଯୋଗୁ ସେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri