Posted inଫୁରସତ

ଘରେ ପାଳିଛନ୍ତି ୫୦ ମୂଷା, ପିଲାଙ୍କ ପରି ନିଅନ୍ତି ଯତ୍ନ

ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ପେଟ୍‌ କରି ରଖନ୍ତି। ହେଲେ କେହି କ’ଣ ଘରେ ଉତ୍‌ପାତ୍‌ କରୁଥିବା ମୂଷାକୁ ପୋଷନ୍ତି? ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍‌ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା ପୋଷିଛନ୍ତି। ଆଉ ସେମାନଙ୍କର ଯତ୍ନ ସେ ନିଜ ପିଲାଙ୍କ ପରି ନିଅନ୍ତି। ଆମେରିକାର ସେନା ବିଭାଗରୁ ଅବସର ନେବାପରେ ମିଶେଲ କାଲିଫର୍ନିଆରେ ରହୁଛନ୍ତି। ତାଙ୍କୁ ଜୀବଜନ୍ତୁ ବହୁତ ଭଲ ଲାଗନ୍ତି। ତେଣୁ ସେ ଘରେ ଭିନ୍ନ ଭିନ୍ନ ପ୍ରକାରର ଜୀବ ପୋଷିଛନ୍ତି। ଏହି ପେଟ୍‌ ମଧ୍ୟରେ ୫୦ଟି ମୂଷା ବି ଅଛନ୍ତି। ଏସବୁ ହେଉଛି ସେହି ମୂଷା ଯାହାକୁ ଘରୁ ବାହାର କରିବା ଲାଗି ସମସ୍ତେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମିଶେଲ ରଖିଥିବା ମୂଷାଙ୍କ ଭିତରେ ୨୫ଟି ମାଈ ଓ ୨୫ଟି ଅଣ୍ଡିରା ମୂଷା ଅଛନ୍ତି। ୨୦୧୮ରେ ସେ ପ୍ରଥମେ ଦୁଇଟି ମୂଷା ଆଣିଥିଲେ। ପରେ ଧୀରେ ଧୀରେ ସେମାନଙ୍କ ସଂଖ୍ୟା ବଢି ବଢି ଏବେ ୫୦ରୁ ଉର୍ଦ୍ଧ୍ୱ ହେଇଗଲାଣି। ଏହିସବୁ ମୂଷାଙ୍କୁ ସେ ବେଶ୍‌ ଯତ୍ନର ସହ ରଖିଛନ୍ତି। ମିଶେଲଙ୍କ ଘରେ ବିଲେଇ ବି ଅଛନ୍ତି। ହେଲେ ମୂଷା ଓ ବିଲେଇମାନଙ୍କ ସମ୍ପର୍କ ଏତେ ଭଲ ଯେ, ବିଲେଇ ମୂଷାମାନଙ୍କର କିଛି କ୍ଷତି କରନ୍ତି ନାହିଁ। ମିଶେଲ କୁହନ୍ତି, ମୋ ମୂଷାଗୁଡିକ ଭାରି ମିଶାଣିଆ। ଭୋକ ହେଲେ ସେମାନେ ମୋ ପାଖକୁ ଦୌଡି ଆସନ୍ତି। ଏମାନେ ଘରେ କିଛି ନଷ୍ଟ ବି କରନ୍ତି ନାହିଁ। ମୂଷାଙ୍କ ବ୍ୟତିତ ମିଶେଲଙ୍କ ପାଖରେ ୨ଟି କୁକୁର ଓ ୨ଟି ଘୁଷୁରୀ ପେଟ୍‌ ବି ଅଛି। ସବୁ ପ୍ରାଣୀଙ୍କ ଖାଇବା ପିଇବା ଓ ରହିବା ପାଇଁ ସେ ଅଲଗା ଅଲଗା ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri